
ନୂଆଦିଲ୍ଲୀ, ୦4 ଜାନୁଆରୀ (ହି.ସ.) – ବୈଦେଶିକ ମନ୍ତ୍ରୀ ଡ. ଜୟଶଙ୍କର ନେପାଳର ବୈଦେଶିକ ମନ୍ତ୍ରୀ ଏନ.ପି. ସଉଦଙ୍କ ନିମନ୍ତ୍ରଣ କ୍ରମେ ୪ ଏବଂ ୫ ଜାନୁଆରୀରେ କାଠମାଣ୍ଡୁ ୪ ଏବଂ ୫ ଜାନୁଆରୀରେ କାଠମାଣ୍ଡୁ ପରିଦର୍ଶନ କରିବେ । ଏହି ସମୟରେ ଉଭୟ ନେତା ଭାରତ-ନେପାଳ ମିଳିତ ଆୟୋଗର ସପ୍ତମ ବୈଠକରେ ସହ-ଅଧ୍ୟକ୍ଷତା କରିବେ ।
ବୈଦେଶିକ ବ୍ୟାପାର ମନ୍ତଣାଳୟ ଅନୁଯାୟୀ ୧୯୮୭ରେ ଭାରତ-ନେପାଳ ମିଳିତ ଆୟୋଗ ଗଠନ କରାଯାଇଥିଲା । ଦ୍ୱିପାକ୍ଷିକ ଭାଗିଦାରୀର ସମସ୍ତ ଦିଗ ସମୀକ୍ଷା କରିବା ପାଇଁ ଏହା ଦୁଇ ମନ୍ତ୍ରୀଙ୍କ ପାଇଁ ଏକ ପ୍ଲାଟଫର୍ମ । ଏହି ଗସ୍ତ ସମୟରେ ବୈଦେଶିକ ମନ୍ତ୍ରୀ ନେପାଳର ନେତୃତ୍ୱ ତଥା ବିଶିଷ୍ଟ ରାଜନୈତିକ ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ଭେଟିବେ ।
ସୂଚନାଯୋଗ୍ୟ ଯେ, ପଡ଼ୋଶୀ ପ୍ରଥମ ନୀତି ଅନୁଯାୟୀ ନେପାଳ ହେଉଛି ଭାରତର ପ୍ରାଥମିକ ଅଂଶୀଦାର । ଏହି ଗସ୍ତ ଦୁଇ ଘନିଷ୍ଠ ବନ୍ଧୁ ଏବଂ ପଡ଼ୋଶୀ ମଧ୍ୟରେ ଉଚ୍ଚସ୍ତରୀୟ ଆଦାନପ୍ରଦାନର ପରମ୍ପରା ସହିତ ଅନୁରୂପ ଅଟେ ।
ହିନ୍ଦୁସ୍ଥାନ ସମାଚାର //ସମନ୍ୱୟ
