
ନୂଆଦିଲ୍ଲୀ, 6 ଡିସେମ୍ବର (ହି.ସ.) ଆଜି ହେଉଛି ସମ୍ବିଧାନ ନିର୍ମାତା ତଥା ଭାରତ ରତ୍ନ ବାବା ସାହେବ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ ତଥା ପୁଣ୍ୟତିଥି । ଏହି ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୋସିଆଲ ମିଡିଆ ଏକ୍ସରେ ପିଏମ ମୋଦି କହିଛନ୍ତି ଯେ, ପୂଜ୍ୟ ବାବା ସାହେବ ଭାରତୀୟ ସମ୍ବିଧାନର ଶିଳ୍ପକାର ସହିତ ସାମାଜିକ ସଂସ୍କାରର ଅମର ପୁରୋଧା ଅଟନ୍ତି । ସେ ଶୋଷିତ ଓ ବଞ୍ଚିତବର୍ଗଙ୍କ କଲ୍ୟାଣ ପାଇଁ ନିଜର ଜୀବନ ସମର୍ପିତ କରିଦେଇଥିଲେ । ତାଙ୍କର ମହାପରିନିର୍ବାଣ ଦିବସରେ ଅବସରରେ ତାଙ୍କୁ ସାଦର ପ୍ରଣାମ ଜଣାଉଛି ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
