ଭୁବନେଶ୍ୱର, 23 ଜାନୁଆରୀ (ହି.ସ.) ବାଲାସାହେବ ଠାକରେଙ୍କ ସ୍ମରଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୋସିଆଲ ମିଡିଆ ଏକ୍ସରେ ପିଏମ ମୋଦି କହିଛନ୍ତି ଯେ, ବାଲାସାହେବ ଠାକରେଙ୍କ ଜୟନ୍ତୀ ଅବସରରେ ତାଙ୍କ ସ୍ମରଣ କରୁଛି । ସେ ଜଣେ ଉଚ୍ଚକୋଟୀର ବ୍ୟକ୍ତିତ୍ୱ, ଯାହାର ପ୍ରଭାବ ମହାରାଷ୍ଟ୍ରର ରାଜନୈତିକ ଏବଂ ସାଂସ୍କୃତିକ ଦୃଶ୍ୟପଟ ଉପରେ ଅତୁଳନୀୟ । ନିଜର ନେତୃତ୍ୱ, ଆଦର୍ଶ ପ୍ରତି ଅଦମ୍ୟ ଉତ୍ସର୍ଗୀକୃତ ଏବଂ ଗରିବ ଏବଂ ଦଳିତଙ୍କ ପାଇଁ ପ୍ରତିବଦ୍ଧତା ପାଇଁ ସେ ଅସଂଖ୍ୟ ଲୋକ ହୃଦୟରେ ରହିଥାନ୍ତି ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
