ନୂଆଦିଲ୍ଲୀ, 22 ଜାନୁଆରୀ (ହି.ସ.) ବର୍ଷ ବର୍ଷ ଅପେକ୍ଷାର ଅନ୍ତ । ଆଜି ନିଜ ଧାମରେ ବିରାଜିବେ ପ୍ରଭୁ ଶ୍ରୀରାମ । ଏହାକୁ ନେଇ ଚାରୁଆଡେ ଆନନ୍ଦାଶ୍ରୁ ବହିଯାଉଛି । ଅଯୋଧ୍ୟା ଧାମ ସମ୍ପୂର୍ଣ୍ଣ ଭାବେ ସଜେଇ ହୋଇ ରାମଲଲାଙ୍କ ସ୍ୱାଗତ କରିବାକୁ ପ୍ରସ୍ତୁତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାନୁୟାରୀ 22ରେ ହେବାକୁ ଥିବା ଶ୍ରୀରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହରେ ସାମିଲ ହେବା ପୂର୍ବରୁ 11ଦିନ ଯାଏ କଠୋର ତପ କରିଛନ୍ତି ।
ପିଆଇବି ନିଜ ପୋର୍ଟାଲାରେ ପ୍ରାଣ ପ୍ରତିଷ୍ଠା ସମାରୋହର ପୂର୍ବ ସନ୍ଧ୍ୟାରେ 11ଦିନ ଏହି ତପସ୍ୟାର ଶବ୍ଦ ଚିତ୍ର ଜାରି କରିଛି । ପିଆଇବି ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାନୁୟାରୀ 12ରେ ନାସିକର କାଲା ରାମମନ୍ଦିରରୁ 11ଦିବସୀୟ ଅନୁଷ୍ଠାନର ଆରମ୍ଭ କରିଛନ୍ତି । ଏହାର ସମ୍ପନ୍ନ ହେବା ସହ ଜାନୁୟାରୀ 22ରେ ଅଯୋଧ୍ୟାଧାମ ମନ୍ଦିରରେ ଶ୍ରୀରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
