
ପ୍ରୟାଗରାଜ, ୧୬ ଡିସେମ୍ବର(ହି.ସ.) – ରେଳ ପ୍ରଶାସନ ଯାତ୍ରୀଙ୍କ ସୁବିଧା ପାଇଁ ଗାଡ଼ି ସଂ. ୧୬୩୬୭-୧୬୩୬୮ କନ୍ୟାକୁମାରୀ-ବନାରସ-କନ୍ୟାକୁମାରୀ କାଶୀ ତମିଲ ସଂଗମମ୍ ସାପ୍ତାହିକ ଗାଡ଼ିର ସଂଚାଳନ କରିବାକୁ ନିଷ୍ପତି ନେଇଛନ୍ତି । ଯାହାର ଉଦ୍ଘାଟନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କରିବେ ।
ମୁଖ୍ୟ ଜନସମ୍ପର୍କ ଅଧିକାରୀ ହିମାଂଶୁ ଶେଖର ଉପାଧ୍ୟାୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୧୭ ଡିସେମ୍ବର ଦିନ ଗାଡ଼ି ସଂଖ୍ୟା ୧୬୩୬୭-୧୬୩୬୮ କନ୍ୟାକୁମାରୀ-ବନାରସ କାଶୀ ତମିଲ ସଂଗମମ୍ ସାପ୍ତାହିକ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇ ଉଦ୍ଘାଟନ କରିବେ ।
ଗାଡ଼ି୧୬୩୬୭ କନ୍ୟାକୁମାରୀରୁ ୨୮ ଡିସେମ୍ବର(ଗୁରୁବାର) ଏବଂ ଗାଡ଼ି ୧୬୩୬୮ ବନାରସରୁ ୨୪ ଡିସେମ୍ବର(ରବିବାର)ରୁ ନିୟମିତ ଚାଲିବ । ଉକ୍ତ ଗାଡ଼ି ସଂରଚନାରେ ଏସି ପ୍ରଥମ ଶ୍ରେଣୀ ୧, ଏସି ଦ୍ୱିତୀୟ ଶ୍ରେଣୀ ୨, ଏସି ତୃତୀୟ ଶ୍ରେଣୀ ୩, ଇକୋନୋମି କୋଚ୍ ୩, ସ୍ଲିପର୍ ଶ୍ରେଣୀ ୬, ଭୋଜନୟାନ ୧, ସାଧାରଣ ୪, ଏସ୍ଏଲ୍ଆର୍ଡି ୧, ଏସ୍ଏଲ୍ଆର ୧ ସହିତ ମୋଟ୍ ୨୨ ଡବା ରହିବ ।
ହିନ୍ଦୁସ୍ଥାନ ସମାଚାର //ସମନ୍ୱୟ
