• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > National > ପୁଞ୍ଜି, ସମ୍ବଳ ଏବଂ ଟେକ୍ନୋଲୋଜିର ଉପଲବ୍ଧତା ଆମ ସରକାରଙ୍କ ପାଇଁ ଏକ ପ୍ରାଥମିକତା – ପ୍ରଧାନମନ୍ତ୍ରୀ
National

ପୁଞ୍ଜି, ସମ୍ବଳ ଏବଂ ଟେକ୍ନୋଲୋଜିର ଉପଲବ୍ଧତା ଆମ ସରକାରଙ୍କ ପାଇଁ ଏକ ପ୍ରାଥମିକତା – ପ୍ରଧାନମନ୍ତ୍ରୀ

CliQ INDIA
Last updated: October 28, 2023 4:00 pm
CliQ INDIA
Share
8 Min Read
SHARE

ନୂଆଦିଲ୍ଲୀ, , 28 ଅକ୍ଟୋବର (ହି.ସ.) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ଭାରତ ମଣ୍ଡପମ ଠାରେ ସପ୍ତମ ଇଣ୍ଡିଆ ମୋବାଇଲ କଂଗ୍ରେସ ୨୦୨୩କୁ ଉଦଘାଟନ କରିଛନ୍ତି । ଇଣ୍ଡିଆ ମୋବାଇଲ୍ କଂଗ୍ରେସ (ଆଇଏମସି) ହେଉଛି ଏସିଆର ସର୍ବବୃହତ୍ ଟେଲିକମ୍, ଗଣମାଧ୍ୟମ ଏବଂ ଟେକ୍ନୋଲୋଜି ଫୋରମ୍ ଯାହା ଅକ୍ଟୋବର ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ‘ଗ୍ଲୋବାଲ୍ ଡିଜିଟାଲ୍ ଇନୋଭେସନ୍’ ଶୀର୍ଷକରେ ଆୟୋଜିତ ହେବ। ଆଇଏମସି ୨୦୨୩ ର ଲକ୍ଷ୍ୟ ହେଉଛି ପ୍ରମୁଖ ଅତ୍ୟାଧୁନିକ ଜ୍ଞାନକୌଶଳର ବିକାଶକାରୀ, ନିର୍ମାତା ଏବଂ ରପ୍ତାନିକାରୀ ଭାବରେ ଭାରତର ସ୍ଥିତିକୁ ସୁଦୃଢ଼ କରିବା । ଏହି କାର୍ଯ୍ୟକ୍ରମ ରେ ପ୍ରଧାନମନ୍ତ୍ରୀ ଦେଶର ଶିକ୍ଷାନୁଷ୍ଠାନଗୁଡ଼ିକୁ ୧୦୦ଟି ‘୫ଜି ୟୁଜ୍ କେସ୍ ଲ୍ୟାବ୍’ ପ୍ରଦାନ କରିଥିଲେ।

ପ୍ରଧାନମନ୍ତ୍ରୀ ହଲ୍ ୫ରେ ପ୍ରଦର୍ଶନୀକୁ ଉଦ୍ଘାଟନ କରିବା ସହ ବୁଲି ଦେଖିଥିଲେ ।

ଏହି ଅବସରରେ ଶିଳ୍ପପତିମାନେ ମଧ୍ୟ ବକ୍ତବ୍ୟ ରଖିଥିଲେ। ରିଲାଏନ୍ସ ଜିଓ ଇନଫୋକମ ଲିମିଟେଡର ଅଧ୍ୟକ୍ଷ ଶ୍ରୀ ଆକାଶ ଏମ ଅମ୍ବାନୀ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାରକୁ ପ୍ରୋତ୍ସାହିତ କରି ଯୁବପିଢ଼ିଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ ଯାହା ଭାରତର ସାର୍ବଜନୀନ ଡିଜିଟାଲ ଭିତ୍ତିଭୂମିକୁ ଶକ୍ତି ପ୍ରଦାନ କରିଥାଏ । ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମକୁ ସମାବେଶୀ, ଅଭିନବ ଏବଂ ସ୍ଥାୟୀ କରିବାରେ ପ୍ରଧାନମନ୍ତ୍ରୀ ଦେଶର ଲକ୍ଷ ଲକ୍ଷ ଯୁବବର୍ଗଙ୍କ ପାଇଁ ପ୍ରେରଣା ବୋଲି ସେ ଆଲୋକପାତ କରିଥିଲେ । ଜିଓ ଭାରତର ସମସ୍ତ ୨୨ଟି ସର୍କିଟରେ ୧୦ ଲକ୍ଷରୁ ଅଧିକ ୫ଜି ସେଲ୍ ସ୍ଥାପନ କରିଛି, ଯାହା ସାମଗ୍ରିକ ୫ଜି ବିତରଣରେ ୮୫ ପ୍ରତିଶତ ଯୋଗଦାନ ଦେଇଛି ଯେଉଁଠାରେ ୫ଜି ଷ୍ଟେକ୍ ର ରୋଲଆଉଟ୍ ଭାରତୀୟ ପ୍ରତିଭାଙ୍କ ଦ୍ୱାରା ଡିଜାଇନ୍, ବିକଶିତ ଏବଂ ଉତ୍ପାଦିତ ହୋଇଛି। ୧୨୫ ନିୟୁତ ଉପଭୋକ୍ତା ସଂଖ୍ୟା ସହିତ ଭାରତ ଶ୍ରେଷ୍ଠ ୩ ଟି ୫ଜି-କାର୍ଯ୍ୟକାରୀ ରାଷ୍ଟ୍ର ମଧ୍ୟରେ ସ୍ଥାନ ପାଇଛି । ପ୍ରଧାନମନ୍ତ୍ରୀ ସମଗ୍ର ଦେଶକୁ ଏକଜୁଟ କରିଛନ୍ତି ଏବଂ ଜିଏସଟି, ଭାରତର ଡିଜିଟାଲ ବିପ୍ଳବ ଏବଂ ବିଶ୍ୱରେ ନିର୍ମିତ ସର୍ବୋଚ୍ଚ ପ୍ରତିମୂର୍ତ୍ତିର ଉଦାହରଣ ଦେଇଛନ୍ତି । ଆପଣଙ୍କ ପ୍ରୟାସ ଇଣ୍ଡିଆ ମୋବାଇଲ ସମ୍ମିଳନୀରେ ଆମ ସମସ୍ତଙ୍କୁ ପ୍ରେରଣା ଦେଇଛି, ବୋଲି ସେ ଦୋହରାଇଥିଲେ । ସମସ୍ତ ଡିଜିଟାଲ ଉଦ୍ୟୋଗୀ, ଉଦ୍ଭାବକ ଏବଂ ଷ୍ଟାର୍ଟଅପ୍ ଙ୍କ ତରଫରୁ ଶ୍ରୀ ଅମ୍ବାନୀ ଭାରତର ଅମୃତ କାଳ ସମୟରେ ଭାରତର ସ୍ୱପ୍ନକୁ ସାକାର କରିବାକୁ ପ୍ରତିଶ୍ରୁତି ଦେଇଥିଲେ ।

ଭାରତୀ ଏଣ୍ଟରପ୍ରାଇଜେସର ଅଧ୍ୟକ୍ଷ ଶ୍ରୀ ସୁନୀଲ ଭାରତୀ ମିତ୍ତଲ ଡିଜିଟାଲ ଇଣ୍ଡିଆ ଆକାରରେ ପ୍ରଧାନମନ୍ତ୍ରୀ ଦେଇଥିବା ଦୃଷ୍ଟିକୋଣକୁ ସ୍ମରଣ କରିଥିଲେ ଯାହା ଦ୍ରୁତ ଗତିରେ ଡିଜିଟାଲ ଭିତ୍ତିଭୂମିର ବିକାଶରେ ସହାୟକ ହୋଇଥିଲା । ସେ ପ୍ରଧାନମନ୍ତ୍ରୀଙ୍କ ଜେଏଏମ ତିନି ଦୃଷ୍ଟିକୋଣ ଦ୍ୱାରା ଆସିଥିବା ପରିବର୍ତ୍ତନ ଏବଂ ଭାରତର ଡିଜିଟାଲ ପରିବର୍ତ୍ତନକୁ ବିଶ୍ୱ କିପରି ଗ୍ରହଣ କରିଛି ସେ ବିଷୟରେ ଆଲୋକପାତ କରିଥିଲେ । ଭାରତର ଡିଜିଟାଲ ପବ୍ଲିକ ଇନଫ୍ରାଷ୍ଟ୍ରକଚର (ଡିପିଆଇ) ଅନେକ ଦେଶର ଈର୍ଷା ବୋଲି ସେ କହିଛନ୍ତି। ଶ୍ରୀ ମିତ୍ତଲଙ୍କ ମତରେ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିର ଦ୍ୱିତୀୟ ପ୍ରମୁଖ ସ୍ତମ୍ଭ ହେଉଛି ମେକ୍ ଇନ୍ ଇଣ୍ଡିଆ ଏବଂ ଗତ ଏକ ବର୍ଷ ମଧ୍ୟରେ ଉତ୍ପାଦନ କ୍ଷେତ୍ରରେ ହୋଇଥିବା ଅଗ୍ରଗତିକୁ ଉଲ୍ଲେଖ କରିଥିଲେ। ସେ କହିଛନ୍ତି, ଉତ୍ପାଦନ କ୍ଷେତ୍ରରେ ଭାରତ ବହୁତ ଆଗକୁ ଯାଇ ପାରିଛି। ଆପଲଠାରୁ ଡିକ୍ସନ, ସାମସଙ୍ଗଠାରୁ ଆରମ୍ଭ କରି ଟାଟା, ପ୍ରତ୍ୟେକ କମ୍ପାନୀ, ଛୋଟ, ବଡ କିମ୍ବା ଷ୍ଟାର୍ଟଅପ୍ ଉତ୍ପାଦନ ସହ ଜଡିତ ଏବଂ ଭାରତ ଏକ ଉତ୍ପାଦନକାରୀ ରାଷ୍ଟ୍ର ଭାବରେ ଉଭା ହୋଇଛି, ବିଶେଷକରି ଡିଜିଟାଲ ଭିତ୍ତିଭୂମି ପାଇଁ ବିଶ୍ୱର ଏକ ବିଶାଳ ସ୍ତରରେ ଅଗ୍ରଣୀ । ୫୦୦୦ ସହର ଏବଂ ୨୦,୦୦୦ ଗାଁରେ ଏୟାରଟେଲ ୫ଜି କାର୍ଯ୍ୟକାରୀ ହୋଇସାରିଛି ବୋଲି ସେ ସୂଚନା ଦେଇଥିଲେ ଏବଂ ମାର୍ଚ୍ଚ ୨୦୨୪ ସୁଦ୍ଧା ଏହା ସମଗ୍ର ଦେଶକୁ ବ୍ୟାପିଯିବ ବୋଲି ସୂଚନା ଦେଇଥିଲେ ଏବଂ ଏ ନେଇ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ସୂଚୀତ କରିଥିଲେ । ଏହା ପ୍ରକୃତରେ ବିଶ୍ୱର ସବୁଠାରୁ ଦ୍ରୁତତମ ୫ଜି କାର୍ଯ୍ୟକାରିତା ହେବ ବୋଲି ସେ କହିଛନ୍ତି।

ଆଦିତ୍ୟ ବିର୍ଲା ଗ୍ରୁପର ଅଧ୍ୟକ୍ଷ ଶ୍ରୀ କୁମାର ମଙ୍ଗଲମ ବିର୍ଲା ଭାରତର ଡିଜିଟାଲ ରୂପାନ୍ତରଣରେ ପ୍ରଧାନମନ୍ତ୍ରୀଙ୍କର ଦୂରଦର୍ଶୀ ନେତୃତ୍ୱ ପାଇଁ ଧନ୍ୟବାଦ ଜଣାଇଥିଲେ ଏବଂ ଡିଜିଟାଲ ଅନ୍ତର୍ଭୁକ୍ତୀକରଣ ପ୍ରତି ତାଙ୍କର ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ ଯାହା ‘ଅନ୍ତ୍ୟୋଦୟ’ ନୀତିରେ ଆଧାରିତ ଯେଉଁଠାରେ ସମସ୍ତଙ୍କ ପାଇଁ ସୁବିଧା ସୁନିଶ୍ଚିତ କରାଯାଏ । ଡିଜିଟାଲ ବିକାଶରେ ଭାରତର ଅଭିବୃଦ୍ଧି ପାଇଁ ସେ ଏହି ଆଭିମୁଖ୍ୟକୁ ଶ୍ରେୟ ଦେଇଛନ୍ତି ଯାହା ବିଶ୍ୱସ୍ତରରେ ସ୍ୱୀକୃତି ଲାଭ କରିଛି । ପରିଚୟ, ଦେୟ ଏବଂ ଡାଟା ପରିଚାଳନା କ୍ଷେତ୍ରରେ ଭାରତର ସାଧାରଣ ଭିତ୍ତିଭୂମି ସମ୍ପତ୍ତିକୁ ଗ୍ରହଣ କରିବାକୁ ଅନେକ ଦେଶ ଆଗ୍ରହୀ ବୋଲି ଶ୍ରୀ ବିର୍ଲା କହିଥିଲେ, ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣରୁ ପ୍ରେରିତ ହୋଇ ଭାରତ ଦକ୍ଷିଣ ବିଶ୍ବର ଚାମ୍ପିୟନ ଭାବରେ ଉଭା ହୋଇଛି। ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନ କୁ ହାସଲ କରିବା ରେ ଭୋଡାଫୋନ ଆଇଡିଆ ଏକ ଦାୟିତ୍ୱବାନ ଅଂଶୀଦାର ହେବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ସେ ଦୋହରାଇଥିଲେ । ସେ ଉଲ୍ଲେଖ କରିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ୬ଜି ଭଳି କ୍ଷେତ୍ରରେ ଭବିଷ୍ୟତ ପ୍ରଯୁକ୍ତି ବିଦ୍ୟାର ମାନକ ବିକାଶ ସହିତ ଭାରତ ସକ୍ରିୟ ଭାବରେ ଜଡ଼ିତ ଅଛି । ଏଥିସହିତ ସରକାରଙ୍କ ଅତୁଳନୀୟ ସମର୍ଥନ ପାଇଁ ସେ ଧନ୍ୟବାଦ ଜଣାଇଛନ୍ତି।

ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏକବିଂଶ ଶତାବ୍ଦୀର ପରିବର୍ତ୍ତିତ ସମୟରେ ଏହି କାର୍ଯ୍ୟକ୍ରମ କୋଟି କୋଟି ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବାର କ୍ଷମତା ରଖିଛି । ବୈଷୟିକ ଜ୍ଞାନକୌଶଳର ଦ୍ରୁତ ଗତିଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭବିଷ୍ୟତ ଏବଂ ବର୍ତ୍ତମାନ ଏଠାରେ ଅଛି। ଟେଲିକମ୍, ଟେକ୍ନୋଲୋଜି ଏବଂ କନେକ୍ଟିଭିଟିରେ ଭବିଷ୍ୟତର ଝଲକ ପ୍ରଦାନ କରିବା ପାଇଁ ଏହି ଅବସରରେ ଆୟୋଜିତ ପ୍ରଦର୍ଶନୀକୁ ସେ ପ୍ରଶଂସା କରିଥିଲେ। ସେ ୬ଜି, ଏଆଇ, ସାଇବର ସିକ୍ୟୁରିଟି, ସେମିକଣ୍ଡକ୍ଟର, ଡ୍ରୋନ୍ କିମ୍ବା ମହାକାଶ କ୍ଷେତ୍ର, ଗଭୀର ସମୁଦ୍ର, ସବୁଜ ପ୍ରଯୁକ୍ତି ବିଦ୍ୟା କିମ୍ବା ଅନ୍ୟ କୌଣସି କ୍ଷେତ୍ର ବିଷୟରେ ଉଲ୍ଲେଖ କରି କହିଲେ, ଭବିଷ୍ୟତ ସମ୍ପୂର୍ଣ୍ଣ ଭିନ୍ନ ହେବାକୁ ଯାଉଛି ଏବଂ ଏହା ଖୁସିର ବିଷୟ ଯେ ଆମର ଯୁବପିଢ଼ି ବୈଷୟିକ ବିପ୍ଳବର ନେତୃତ୍ୱ ନେଉଛନ୍ତି।

ଶ୍ରୀ ମୋଦୀ ସ୍ମରଣ କରିଥିଲେ ଯେ ଗତବର୍ଷ ଭାରତରେ ହୋଇଥିବା ୫ଜି କାର୍ଯ୍ୟକାରିତା ଅବଶିଷ୍ଟ ବିଶ୍ୱ ପାଇଁ ଆଶ୍ଚର୍ଯ୍ୟଜନକ ଥିଲା । ୫ଜିର ସଫଳତା ପରେ ଭାରତ ଅଟକି ନାହିଁ ବୋଲି ସେ ଗୁରୁତ୍ୱାରୋପ କରିଥିଲେ ଏବଂ ଏହାକୁ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ପହଞ୍ଚାଇବାର କାର୍ଯ୍ୟ ହାତକୁ ନେଇଥିଲେ । ସେ କହିଛନ୍ତି, ଭାରତ ୫ଜି ରୋଲଆଉଟ୍ ପର୍ଯ୍ୟାୟରୁ ୫ଜି ସ୍ତରକୁ ଗତି କରିଛି। ୫-ଜି ଆରମ୍ଭ ହେବାର ଏକ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ୪ ଲକ୍ଷ ୫ଜି ବେସ୍ ଷ୍ଟେସନର ବିକାଶ ବିଷୟରେ ସୂଚନା ଦେଇଥିଲେ ଯାହା ୯୭ ପ୍ରତିଶତରୁ ଅଧିକ ସହର ଏବଂ ୮୦ ପ୍ରତିଶତ ଜନସଂଖ୍ୟାକୁ ଅନ୍ତର୍ଭୁକ୍ତ କରେ । ଏକ ବର୍ଷ ମଧ୍ୟରେ ମୋବାଇଲ ବ୍ରଡବ୍ୟାଣ୍ଡ୍ ସ୍ପିଡ୍ ୩ ଗୁଣ ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ବ୍ରଡବ୍ୟାଣ୍ଡ ସ୍ପିଡ୍ ଦୃଷ୍ଟିରୁ ଭାରତ ୧୧୮ତମ ସ୍ଥାନରୁ ୪୩ତମ ସ୍ଥାନକୁ ଉନ୍ନୀତ ହୋଇଛି। ଭାରତ କେବଳ ଦେଶରେ ୫ଜି ନେଟୱାର୍କକୁ ବିସ୍ତାର କରୁନାହିଁ ବରଂ ୬ଜିରେ ନେତୃତ୍ୱ ନେବା ଉପରେ ମଧ୍ୟ ଗୁରୁତ୍ୱ ଦେଉଛି । ଟୁ-ଜି ସମୟରେ ଘଟିଥିବା ଦୁର୍ନୀତି ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନର ସରକାରଙ୍କ କାର୍ଯ୍ୟକାଳରେ ଯେଉଁ ୪ଜି କାର୍ଯ୍ୟକାରୀ ହୋଇଛି ତାହା ଦାଗମୁକ୍ତ। ୬ଜି ଟେକ୍ନୋଲୋଜି ରେ ଭାରତ ନେତୃତ୍ୱ ନେବ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଛନ୍ତି ।

ସେ କହିଛନ୍ତି ଯେ ଇଣ୍ଟରନେଟ୍ ସଂଯୋଗ ଏବଂ ସ୍ପିଡରେ ରାଙ୍କିଙ୍ଗ୍ ଏବଂ ସଂଖ୍ୟା ରେ ଉନ୍ନତି ଯୋଗୁଁ ଜୀବନଯାପନ ସହଜ ହୋଇଥାଏ। ଶିକ୍ଷା, ଔଷଧ, ପର୍ଯ୍ୟଟନ ଏବଂ କୃଷି କ୍ଷେତ୍ରରେ ଉନ୍ନତ ସଂଯୋଗ ଏବଂ ତ୍ୱରାନ୍ୱିତତାର ଉପକାରିତା ବିଷୟରେ ସେ ବର୍ଣ୍ଣନା କରିଥିଲେ ।

ଆମେ ଗଣତାନ୍ତ୍ରିକୀକରଣର ଶକ୍ତିରେ ବିଶ୍ୱାସ କରୁ । ବିକାଶର ସୁଫଳ ପ୍ରତ୍ୟେକ ବର୍ଗ ଓ ଅଞ୍ଚଳରେ ପହଞ୍ଚିବା ଦରକାର, ଭାରତର ସମ୍ବଳରୁ ସମସ୍ତେ ଉପକୃତ ହେବା ଦରକାର, ସମସ୍ତଙ୍କୁ ସମ୍ମାନଜନକ ଜୀବନ ମିଳିବା ଦରକାର ଏବଂ ଟେକ୍ନୋଲୋଜିର ଲାଭ ସମସ୍ତଙ୍କ ପାଖରେ ପହଞ୍ଚିବା ଦରକାର । ଏ ଦିଗରେ ଆମେ ଦ୍ରୁତ ଗତିରେ କାର୍ଯ୍ୟ କରୁଛୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ମୋ ପାଇଁ ଏହା ହେଉଛି ସବୁଠାରୁ ବଡ଼ ସାମାଜିକ ନ୍ୟାୟ ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ପୁଞ୍ଜିର ଉପଲବ୍ଧତା, ସମ୍ବଳର ଉପଲବ୍ଧତା ଏବଂ ଟେକ୍ନୋଲୋଜିର ଉପଲବ୍ଧତା ଆମ ସରକାରଙ୍କ ପାଇଁ ପ୍ରାଥମିକତା ଅଟେ । ସେ ଉଲ୍ଲେଖ କରିଛନ୍ତି ଯେ ମୁଦ୍ରା ଯୋଜନା, ଶୌଚାଳୟ ର ଉପଲବ୍ଧତା ଏବଂ ଜେଏଏମ ତିନି ମାଧ୍ୟମରେ ଡିବିଟି ଅଧୀନରେ ବନ୍ଧକ ମୁକ୍ତ ଋଣ ର ଗୋଟିଏ କଥା ସମାନ ଅଛି ଯେ ଏହା ସାଧାରଣ ନାଗରିକଙ୍କ ପାଇଁ ପୂର୍ବରୁ ଅପହଞ୍ଚ ଅଧିକାରକୁ ସୁନିଶ୍ଚିତ କରୁଛି । ସେ ଏ ଦିଗରେ ଟେଲିକମ୍ ପ୍ରଯୁକ୍ତିବିଦ୍ୟାର ଭୂମିକା ଉପରେ ଆଲୋକପାତ କରିଥିଲେ ଏବଂ ଭାରତ ନେଟ୍ ବିଷୟରେ ଉଲ୍ଲେଖ କରିଥିଲେ ଯାହା ପ୍ରାୟ ୨ ଲକ୍ଷ ଗ୍ରାମ ପଞ୍ଚାୟତକୁ ବ୍ରଡବ୍ୟାଣ୍ଡ ସହିତ ସଂଯୋଗ କରିଛି । ୧୦ ହଜାର ଅଟଳ ଟିଙ୍କରିଂ ଲ୍ୟାବ୍ ପ୍ରାୟ ୭୫ ଲକ୍ଷ ପିଲାଙ୍କୁ ଅତ୍ୟାଧୁନିକ ଜ୍ଞାନକୌଶଳରେ ପରିଚିତ କରୁଛି। ଆଜି ଶୁଭାରମ୍ଭ ହୋଇଥିବା ୫ଜି ବ୍ୟବହାର ପରୀକ୍ଷାଗାରର ସମାନ ପ୍ରଭାବ ପଡ଼ିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ଏହି ଲ୍ୟାବ୍ ଯୁବକମାନଙ୍କୁ ବଡ଼ ସ୍ୱପ୍ନ ଦେଖିବାକୁ ପ୍ରେରଣା ଦେଇଥାଏ ଏବଂ ଏହାକୁ ହାସଲ କରିବା ପାଇଁ ସେମାନଙ୍କୁ ଆତ୍ମବିଶ୍ୱାସ ଦେଇଥାଏ ବୋଲି ସେ କହିଛନ୍ତି।

ହିନ୍ଦୁସ୍ଥାନ ସମାଚାର //ସମନ୍ୱୟ

You Might Also Like

କମର୍ସିଆଲ ଗ୍ୟାସ ସିଲିଣ୍ଡର ମୂଲ୍ୟରେ 33.50 ଟଙ୍କା ହ୍ରାସ
ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ପିଏମ ମୋଦି | BulletsIn
ଆଜି ଦିଲ୍ଲୀରେ ଅମିତ ଶାହଙ୍କୁ ସାକ୍ଷାତ କରିବେ ତାମିଲନାଡୁ ବିଜେପି ଅଧ୍ୟକ୍ଷ ନାଗେନ୍ଦ୍ରନ
ରାଜୌରୀରେ ଦ୍ୱିତୀୟ ଦିନରେ ଜାରି ରହିଛି ଗୁଳି ବିନିମୟ
ବିଳାସପୁରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଜୋରଦାର ସ୍ୱାଗତ

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article ଗତ ୨୪ ଘଂଟାରେ ରେକର୍ଡ ହୋଇଥିବା ପ୍ରମୁଖ ସର୍ବନିମ୍ନ ରାତ୍ରି ତାପମାତ୍ରା :ଜି. ଉଦୟଗିରିରେ ସର୍ବନିମ୍ନ ୧୩.୫ ଡ଼ିଗ୍ରୀ
Next Article ଆଗାମୀ ୪ ଦିନ ଯାଏଁ ରାଜ୍ୟର ପାଗ ମୁଖ୍ୟତଃ ଶୁଖିଲା ରହିବ
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ଭାରତୀୟ ଶେୟାର ବଜାରରେ ରୁପି ମାନ୍ଦାବସ୍ଥା ଓ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡ୍ ମାର୍କେଟ ଖୋଲିଲା
Business
May 23, 2026
ମହାରାଷ୍ଟ୍ରର ପଦକ୍ଷେପ ପରେ ବିମାନ ଇନ୍ଧନ ଉପରେ ଟିକସ ହ୍ରାସ ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
National
May 23, 2026
ଆର୍ଥିକ ଦୃଷ୍ଟିରୁ ଉନ୍ନତ ଓବିସି ପରିବାରଙ୍କ ପାଇଁ ସଂରକ୍ଷଣ ସୁବିଧା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
National
May 23, 2026
ଆଇପିଏଲ ୨୦୨୬ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ପଞ୍ଜାବ କିଙ୍ଗସ
Sports
May 23, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?