
ଭୁବନେଶ୍ୱର, 9 ଜୁଲାଇ (ହି.ସ.)
– ମୁଖ୍ୟମନ୍ତ୍ରୀ
ମୋହନ ମାଝି ବ୍ରାଜିଲ୍ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ‘ଦ ଗ୍ରାଣ୍ଡ କଲାର୍ ଅଫ୍ ଦ ନ୍ୟାସନାଲ୍ ଅର୍ଡର୍ ଅଫ୍ ଦ ସାଉଦର୍ଣ୍ଣ କ୍ରସ୍’
ସମ୍ମାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ
ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି। ଏହି ସମ୍ମାନ ବ୍ରାଜିଲ୍ ଦ୍ୱାରା କୌଣସି ବିଦେଶୀ ନାଗରିକଙ୍କୁ ପ୍ରଦାନ
କରାଯାଉଥିବା ସର୍ବୋଚ୍ଚ ନାଗରିକ ସମ୍ମାନ।
ମୁଖ୍ୟମନ୍ତ୍ରୀ ମାଝି
ସୋସିଆଲ୍ ମିଡିଆ ମାଧ୍ୟମରେ ଏହି ଉପଲବ୍ଧିକୁ ପ୍ରଧାନମନ୍ତ୍ରୀଙ୍କ ଦୂରଦର୍ଶୀ ବିଶ୍ୱ ନେତୃତ୍ୱର ପ୍ରତୀକ ବୋଲି କହିଛନ୍ତି। ସେ ଲେଖିଛନ୍ତି,
ଆପଣଙ୍କର ନେତୃତ୍ୱରେ ଭାରତର ଅନ୍ତର୍ଜାତୀୟ ବୁଝାମଣାଗୁଡିକ
ପୂର୍ବପେକ୍ଷା ଅଧିକ ସୁଦୃଢ଼, ଗଭୀର ଓ ଗତିଶୀଳ ହୋଇଛି। ସେ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇ ଏହି ସମ୍ମାନ
ଭାରତର ବିଶ୍ୱ ପ୍ରତିଷ୍ଠାକୁ ଆଉ ବି ଶକ୍ତିଶାଳୀ କରିବା ଦିଗରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କହିଛନ୍ତି।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
