
ଇସଲମାବାଦ, 2 ଡିସେମ୍ବର
(ହି.ସ)-ପାକିସ୍ଥାନକୁ ନଭେମ୍ବର ମାସ ଗଭୀର ଆଘାତ ଦେଇଛି। ଏହି ମାସରେ ଦେଶରେ ଆତଙ୍କୀ ଆକ୍ରମଣ
ବୃଦ୍ଧି ପାଇଛି। ଆକ୍ରମଣକାରୀଙ୍କ ବିରୁଦ୍ଧରେ ସୁରକ୍ଷାବାହିନୀର କାର୍ଯ୍ୟାନୁଷ୍ଠାନରେ
292 ଲୋକ ମୃତ୍ୟୁ ହୋଇଛି।ଇସ୍ଲାମାବାଦର ଥିଙ୍କ ଟ୍ୟାଙ୍କ ପାକିସ୍ଥାନ ଇନଷ୍ଟିଚ୍ୟୁଟ ଫର କନଫ୍ଲିକ୍ଟ
ଆଣ୍ଡ ସିକ୍ୟୋରିଟି ଷ୍ଟଡିଜ (ପିଆଇସିଏସଏସ)ମାସିକ ରିପୋର୍ଟରେ ପ୍ରକାଶିତ ରିପୋର୍ଟରେ ଜଣାପଡିଛି।ଡନ ଖବରକାଗଜ
ରିପୋର୍ଟ ଅନୁସାରେ ପିଆଇସୀଏସଏସ ତଥ୍ୟ ବିଶ୍ଲେଷଣ କରିଛି।ବିଶ୍ଲେଷଣଅନୁସାରେ ନଭେମ୍ବରରେ ପାକିସ୍ଥାନରେ ଆତଙ୍କବାଦ ଆକ୍ରମଣ
ସାମାନ୍ୟ ବୃଦ୍ଧି ପାଇଛି।ଏହି ସମୟରେ ସାଧାରଣ ଲୋକଙ୍କ ମୃତ୍ୟୁରେ 80 ପ୍ରତିଶତ ବୃଦ୍ଧି ଘଟିଛି
ଏବଂ ସୁରକ୍ଷାବାହିନୀର65 ପ୍ରତିଶତ ହ୍ରାସ
ପାଇଛି।ଥିଙ୍କ ଟ୍ୟାଙ୍କ ସଦ୍ୟତମ ମାସିକ ରିପୋର୍ଟରେ କହିଛନ୍ତି
ଯେ ନଭେମ୍ବରରେ ଦେଶରେ ସରକାର ବିରୋଧୀ ହିଂସାଏବଂ ସୁରକ୍ଷାବାହିନୀର ପ୍ରତିକାର ପଦକ୍ଷେପରେ 292 ଲୋକ ନିହତ ହୋଇଛନ୍ତି ଏବଂ 164 ଆହତ
ହୋଇଛନ୍ତି। ପୀଆଇସୀଏସଏସ କହିଛି ଯେ ସୁରକ୍ଷାବାହିନୀ ପୁର୍ବ ଆକ୍ରମଣରୁ ଶିକ୍ଷା ନେଇ ନଭେମ୍ବରରେ
ଅଧିକ ସତର୍କତାର ସହିତ କାର୍ଯ୍ୟ କରୁଥିଲେ।ଏହାର କ୍ଷତିକୁ ଯଥେଷ୍ଟ କରିଥିଲା।ଅକ୍ଟୋବରରେ
ସୁରକ୍ଷାବାହିନୀର 72 ଜବାନ ଏବଂ ଅଧିକାରୀ ନିହତ ହୋଇଥିଲେ।ନଭେମ୍ବରରେ ଏହି ସଂଖ୍ୟା ହ୍ରାସ ପାଇ
25 ହୋଇଛି , ପ୍ରାୟ 65 ପ୍ରତିଶତ ହ୍ରାସ ପାଇଛି। ତଥାପି ସାଧାରଣ ଲୋକଙ୍କ ମୃତ୍ୟୁ 80 ପ୍ରତିଶତ
ବୃଦ୍ଧି ହୋଇଛି।ଅକ୍ଟୋବରରେ 30 ଜଣ ମୃତ୍ୟୁ ହୋଇଥିଲା।ନଭେମ୍ବରରେ ଏହା ସଂଖ୍ୟା ବୃଦ୍ଧି ହୋଇ 54
ହୋଇଛି।
—————
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା
