
ଲକ୍ଷ୍ନୌ, 12 ନଭେମ୍ବର (ହି.ସ.) ଆଜି ହେଉଛି ଭାରତ ରତ୍ନ ପଣ୍ଡିତ ମଦନ ମୋହନ ମାଲବୀୟଙ୍କ ପୁଣ୍ୟତିଥି । ଏହି ଅବସରରେ ତାଙ୍କର ସ୍ମରଣ କରିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସୋସିଆଲ ମିଡିଆ ଏକ୍ସରେ ସେ କହିଛନ୍ତି ଯେ, ମହାନ ସ୍ୱାଧୀନତା ସଂଗ୍ରାମ, କାଶୀ ହିନ୍ଦୁ ବିଶ୍ୱବିଦ୍ୟାଳୟର ସଂସ୍ଥାପକ, ଭାରତ ରତ୍ନ ପଣ୍ଡିତ ମଦନ ମୋହନ ମାଲବୀୟ ଅସ୍ପୃଶତା, ଅସାମାନତା ଓ ଅଶିକ୍ଷାକୁ ମୂଳୋତ୍ପାଟନ କରିବା ଦିଗରେ ଆଜୀବନ ସଂଘର୍ଷ କରିଥିବା ଯୁଗପୁରୁଷ ଅଟନ୍ତି । ଏଭଳି ପ୍ରେରଣାଦାୟୀ ମହାମନା ଜୀଙ୍କୁ ତାଙ୍କ ପୁଣ୍ୟତିଥି ଅବସରରେ ବିନମ୍ର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
