ଚଣ୍ଡୀଗଡ଼, ୧୭ ଡିସେମ୍ବର (ହି.ସ.)- ପଞ୍ଜାବର ମୋଗା ଜିଲ୍ଲା ଅନ୍ତର୍ଗତ ଦୌଧର ଗ୍ରାମର ଲିଙ୍କ୍ ରୋଡରେ ରବିବାର ସକାଳେ ପୋଲିସ ସହିତ ସଂଘର୍ଷ ବେଳେ ବଂବିହା ଗ୍ୟାଙ୍ଗର ୩ ଗ୍ୟାଙ୍ଗଷ୍ଟରଙ୍କୁ ଗିରଫ କରାଯାଇଛି । ଉଭୟଙ୍କ ମଧ୍ୟରେ ସଂଘର୍ଷ ବେଳେ ଜଣେ ପୋଲିସ କର୍ମୀ ଆହତ ହୋଇଛନ୍ତି ।
ପୋଲିସ ମହାନିର୍ଦ୍ଦେଶକଙ୍କ ସୂଚନା ଅନୁସାରେ, ଗିରଫ କରାଯାଇଥିବା ଗ୍ୟାଙ୍ଗଷ୍ଟରଙ୍କ ମଧ୍ୟରେ ରହିଛି ମୋଗାର ଶଙ୍କର ରାଜପୁତ, ଜଶ୍ଵ ଏବଂ ଧର୍ମକୋଟର ନବଦୀପ ସିଂହ । ଉଭୟଙ୍କ ମଧ୍ୟରେ ସଂଘର୍ଷ ବେଳେ ଜଣେ ଗ୍ୟାଙ୍ଗଷ୍ଟର ଓ ଜଣେ ପୋଲିସ କର୍ମୀ ଆହତ ହୋଇଛନ୍ତି । ଆହୁରି ମଧ୍ୟ ସେ କହିଛନ୍ତି ଯେ, ଗିରଫ ୩ ଗ୍ୟାଙ୍ଗଷ୍ଟର ବଂବିହା ଗ୍ୟାଙ୍ଗ ଚଳାଉଥିବା ଲକ୍କି ପଟିୟାଲ ଏବଂ ମନଦୀପ ଧାଲିବାଲଙ୍କ ସାଥୀ ଅଟନ୍ତି ।
ଏହା ପୂର୍ବରୁ ଶନିବାର ମୋହାଲି ଏବଂ ପଟିୟାଲାରେ ସଂଘର୍ଷ ଘଟିଥିଲା । ପୋଲିସ ମୋହାଲିରେ ଗ୍ୟାଙ୍ଗଷ୍ଟର ପ୍ରିନ୍ସ ଏବଂ କରନଜିତଙ୍କୁ ଘେରିଥିଲା । ଦୁଇ ଗ୍ୟାଙ୍ଗଷ୍ଟରଙ୍କ ଗୋଡରେ ଗୁଳି ଲାଗିଥିଲା । ଉଭୟଙ୍କୁ ଗିରଫ କରାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର/ପ୍ରଦୀପ୍ତ/ସମନ୍ୱୟ
