ଚଣ୍ଡିଗଡ଼, ୨୨ ଅଗଷ୍ଟ (ହି.ସ.)- ପଞ୍ଜାବରେ ନିର୍ବାଚନ ପୂର୍ବରୁ ମଧ୍ୟ ଭାରତୀୟ ଜନତା ପାର୍ଟି ଏବଂ ଶାସନ କ୍ଷମତାରେ ଥିବା ସରକାର ମୁହାଁମୁହିଁ ହୋଇଛନ୍ତି । ଗୁରୁବାର, କେନ୍ଦ୍ର ସରକାରଙ୍କ ଯୋଜନା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ରାଜ୍ୟରେ ବିଜେପି ଦ୍ୱାରା ଶିବିର ସ୍ଥାପନ କରାଯାଇଥିଲା, କିନ୍ତୁ ବିଜେପିର ଏହି କାର୍ଯ୍ୟ ପ୍ରତି ସରକାର କଠୋର ହୋଇପଡ଼ିଛି । ପୋଲିସ ରାଜ୍ୟବ୍ୟାପୀ ହଜାର ହଜାର ବିଜେପି ନେତାଙ୍କୁ ଅଟକ ରଖିଛି ।
ଶୁକ୍ରବାର ଦିନ ପଞ୍ଜାବ ସରକାର ବିଜେପିର ନାମ ନ ନେଇ ଏକ ବିବୃତିରେ କହିଛନ୍ତି ଯେ, ଗତ ୨୪ ଘଂଟା ମଧ୍ୟରେ, ପଞ୍ଜାବ ପୋଲିସ ଅଭିଯୋଗ ପାଇଛି ଯେ, କିଛି ଲୋକ ନିଜକୁ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ବୋଲି ଦାବି କରି କେବଳଯେ ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ସଂଗ୍ରହ କରୁଛନ୍ତି ତାହା ନୁହେଁ, ବରଂ ସେମାନଙ୍କର ସରକାରୀ କାମ କରାଇବା ପାଇଁ କମିଶନ ଭାବରେ ଟଙ୍କା ମଧ୍ୟ ଆଦାୟ କରୁଛନ୍ତି । କିଛି ନାଗରିକ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଏପରି ବ୍ୟକ୍ତିମାନେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ସହିତ ଜଡ଼ିତ ବୋଲି କହି ସେମାନଙ୍କ ସହିତ ଯୋଗାଯୋଗ କରିଥିଲେ ଏବଂ ସେମାନଙ୍କୁ ପ୍ରଲୋଭନ ଦେଖାଇ ସେମାନଙ୍କର ବ୍ୟାଙ୍କ ଆକାଉଂଟ ନମ୍ବର ନେଇଥିଲେ, ଯାହା ପରେ ସେମାନଙ୍କ ବ୍ୟାଙ୍କ ଆକାଉଂଟରୁ ସମସ୍ତ ଟଙ୍କା ଉଠାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ
