ନୂଆଦିଲ୍ଲୀ, 9 ନଭେମ୍ବର (ହି.ସ.) ନଭେମ୍ବର 10ରେ ଭାରତ-ଆମେରିକା ମଧ୍ୟରେ ଟୁ ପ୍ଲସ ଟୁ ଆଲୋଚନା ହେବ । ମନ୍ତ୍ରୀସ୍ତରୀୟ ଆଲୋଚନାର ସହ ଅଧ୍ୟକ୍ଷତା କରିବାକୁ ଥିବା ଆମେରିକାର ପ୍ରତିରକ୍ଷାମନ୍ତ୍ରୀ ଆଜି ଭାରତରେ ପହଞ୍ଚିବେ । ପାଲମ ଟେକ୍ନିକାଲ କ୍ଷେତ୍ରରେ ତିନି ସେନାର ଗାର୍ଡ ଅଫ୍ ଅନର ସହ ତାଙ୍କର ସ୍ୱାଗତ କରାଯିବ । ଆଷ୍ଟିନ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ କରିବେ । ଏହି ଦ୍ୱିପାକ୍ଷିକ ଆଲୋଚନାରେ ପ୍ରତିରକ୍ଷା ସମ୍ପର୍କିତ ଅନେକ ଡିଲ୍ ଫାଇନାଲ ହେବାର ସମ୍ଭାବନା ରହିଛି । ତେବେ ଟୁ ପ୍ଲସ ଟୁ ବାର୍ତ୍ତା ପୂର୍ବୀଚ ଗୁରୁକୂଳ ନାମକ ଇଣ୍ଡସ-ଏକ୍ସ ଶୈକ୍ଷିକ ଶୃଙ୍ଖଳା ଆରମ୍ଭ ହୋଇଛି ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
