
ଲକ୍ଷ୍ନୌ, 12 ନଭେମ୍ବର (ହି.ସ.) ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି । ସୋସିଆଲ ମିଡିଆ ଏକ୍ସରେ ସେ କହିଛନ୍ତି ଯେ, ଅସତ୍ୟ ଉପରେ ସତ୍ୟ, ଅତ୍ୟାଚାର ଉପରେ ସଦାଚାର, ଅନ୍ଧକାର ଉପରେ ଆଲୋକର ବିଜୟର ମହାପର୍ବ ଦୀପାବଳି ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଓ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି । ପ୍ରଭୁ ଶ୍ରୀରାମ ଓ ମାତା ଜାନକୀଙ୍କ କୃପାରୁ ଏହି ପବିତ୍ର ପର୍ବ ଆପଣ ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି , ସୌଭାଗ୍ୟ ଏବଂ ଆରୋଗ୍ୟର ଧବଳ ପ୍ରକାଶରେ ଦୀପ୍ତ କରୁ, ଏହାହିଁ କାମନା କରୁଛି । ଜୟ ଶ୍ରୀ ରାମ!
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
