ଶ୍ରୀନଗର, 1 ଡିସେମ୍ବର
(ହି.ସ)-ରାଷ୍ଟ୍ରୀୟ ତଦନ୍ତ ଏଜେନ୍ସୀ ସୋମବାର ଦିଲ୍ଲୀ ବ୍ଲାଷ୍ଟ ମାମଲା ସହିତ ଜଡିତ କାଶ୍ମୀର
ଘାଟୀରେ ପ୍ରାୟ 10 ଟି ସ୍ଥାନରେ ଚଢାଉ କରିଛି।ସୁତ୍ର ଅନୁଯାୟୀ ଆତଙ୍କବାଦ ବିରୋଧୀ ଏଜେନ୍ସୀ
ମୌଲବୀ ଇରଫାନଅହମ୍ମଦ ବାଗେ ,ଡା.ଅଦୀଲ
,ଡା.ମୁଜମ୍ମିଲ ଏବଂ ଅମିର ରାଶିଦଙ୍କ ଘର ସମେତ ପ୍ରାୟ 10ଟି ସ୍ଥାନରେ ଚଢାଉ କରିଥିଲେ। ସେ
କହିଛନ୍ତି ଯେ ଶୋପିଆନର ନାଦିଗ୍ରାମ ଗ୍ରାମ ,କୋଇଲ ,ଚନ୍ଦଗାମ ,ମଳଙ୍ଗପୋରା ଏବଂ ପୁଲୱାମାର
ସମ୍ବୁରା ଗ୍ରାମରେ ଚଢାଉ ଜାରି ରହିଛି।
ସେ କହିଛନ୍ତି ଯେ ଟିମ ଏପରି ପ୍ରମାଣ
ଖୋଜୁଛି ,ଯାହା ହ୍ୱାଇଟ କଲର ମଡ୍ୟୁଲ ଏବଂ ଦିଲ୍ଲୀ ବ୍ଲାଷ୍ଟ ସହ ଜଡିତ ହୋଇପାରେ ।ଏନଆଇଏ ଦିଲ୍ଲୀ
ବ୍ଲାଷ୍ଟ ମାମଲାରେ ଏପର୍ଯ୍ୟନ୍ତ ଛଅ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।10 ନଭେମ୍ବରରେ ଦିଲ୍ଲୀ
ଏୈତିହାସିକ ଲାଲା କିଲା ନିକଟରେ ଏକ କାରରେହୋଇଥିବା ଉଚ୍ଚ ତୀବ୍ରତା ବିସ୍ଫୋରଣରେ ଅତିକମରେ 15 ଲୋକ ନିହତ ହୋଇଛନ୍ତିଏବଂ ଅନେକ ଆହତ ହୋଇଥିଲେ।
—————
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା
