
ଭୁବନେଶ୍ୱର, 25 ଜାନୁଆରୀ (ହି.ସ.)ଜାତୀୟ ମତଦାତା ଦିବସର ଶୁଭକାମନା ଜଣାଇଛନ୍ତି ରାଜ୍ୟପାଳ ରଘୁବର ଦାସ । ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ, ଆଙ୍ଗୁଠିରେ ଲାଗୁଥିବା କାଳୀ, କେବଳ ଏକ ଚିହ୍ନ ନୁହେଁ, ଏହା ଗଣତନ୍ତ୍ରର ଜୀବନ ଅଟେ । ଗଣତନ୍ତ୍ର ସମସ୍ତଙ୍କୁ ମତଦାନ ପରି ଶକ୍ତି ଦେଇଥାଏ । ମତଦାତା ସୂଚୀରେ ନିଜର ନାମ ନିଶ୍ଚିତ ରେକର୍ଡ କରାନ୍ତୁ ଏବଂ ନିର୍ବାଚନ ସମୟରେ ମତଦାନ ନିଶ୍ଚିନ୍ତ କରନ୍ତୁ । ଜାତୀୟ ମତଦାତା ଦିବସର ହାର୍ଦ୍ଦିକ ଶୁଭକାମନା ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
