
ନୂଆଦିଲ୍ଲୀ, 31 ଅଗଷ୍ଟ (ହି.ସ.)
– ପ୍ରଧାନମନ୍ତ୍ରୀ
ନରେନ୍ଦ୍ର ମୋଦି ତିଆନଜିନରେ ଶଂଘାଇ ସହଯୋଗ ସଂଗଠନ ଶିଖର ସମ୍ମିଳନୀର ଅବସରରେ ଚୀନର ରାଷ୍ଟ୍ରପତି
ଶି ଜିନପିଙ୍ଗ ସହିତ ଆଲୋଚନା କରିଛନ୍ତି । ଏହି ଦୁଇପାକ୍ଷିକ ବୈଠକ ଦଶ ମାସ ପରେ ଦୁଇ ଦେଶ
ମଧ୍ୟରେ ହେଉଥିବା ପ୍ରଥମ ବେଠକ ଅଟେ, ଯାହାର ଉଦ୍ଦେଶ୍ୟ ଦୁଇପାକ୍ଷିକ
ସମ୍ପର୍କକୁ ଆଗକୁ ବଢ଼ାଇବା ।
ପ୍ରଧାନମନ୍ତ୍ରୀ ମୋଦି ତାଙ୍କ
ଆରମ୍ଭିକ ବକ୍ତବ୍ୟରେ କହିଛନ୍ତି ଯେ, ଗତ ବର୍ଷ କଜାନରେ ହୋଇଥିବା ଆଲୋଚନା
ଭାରତ-ଚୀନ ସମ୍ପର୍କକୁ ସକାରାତ୍ମକ ଦିଗରେ ନେଇଯାଇଥିଲା। ସେ କହିଛନ୍ତି ଯେ, ସୀମା ଅଞ୍ଚଳରେ ହେଉଥିବା ବିବାଦ ପରେ ଯେପରି ବିଦ୍ରୋହ କମିଛି, ତାହା ଏକ ଶାନ୍ତି ଓ ସ୍ଥିରତାର ପରିବେଶ ସୃଷ୍ଟି କରିଛି, ଯାହା ଦୁଇ ଦେଶର
ସମ୍ପର୍କକୁ ଆଗକୁ ବଢ଼ାଇବା ପାଇଁ ସୁଯୋଗ ଦେଉଛି।
ମୋଦି କହିଛନ୍ତି ଯେ,
କୈଳାସ ମାନସରୋବର ଯାତ୍ରା ପୁଣି ଆରମ୍ଭ ହୋଇଛି। ଏହି
ଯାତ୍ରା କେବଳ ଧାର୍ମିକ ଗୁରୁତ୍ୱ ନୁହେଁ, ଦୁଇ ଦେଶର ଲୋକମାନଙ୍କୁ ଯୋଡ଼ିବାରେ ଏହା ଏକ ସେତୁ ପାଲଟିଛି । ସେ ଏହାକୁ ପାରସ୍ପରିକ
ଆସ୍ଥା ଓ ସହଯୋଗର ପ୍ରତୀକ ଭାବରେ ବର୍ଣ୍ଣନା କରିଛନ୍ତି । ଏହି ପଦକ୍ଷେପ ଭାରତ ଓ ଚୀନ ମଧ୍ୟରେ
ସାଂସ୍କୃତିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବ।
ପ୍ରଧାନମନ୍ତ୍ରୀ କହିଛନ୍ତି
ଯେ, ଭାରତ ଓ ଚୀନ ମଧ୍ୟରେ ସିଧାସଳଖ ଉଡାଣ ପୁଣି ଆରମ୍ଭ
ହେଉଛି। ସେ ଏହାକୁ ବ୍ୟବସାୟ, ସଂସ୍କୃତି ଓ ଲୋକମାନଙ୍କ ମଧ୍ୟରେ ସମ୍ପର୍କ ବଢ଼ାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ
ଭାବରେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ, ଏହି ସହଯୋଗରୁ ଦୁଇ ଦେଶର 2.8
ଅରବ ଲୋକ ଲାଭାନ୍ବିତ ହେବେ ଓ ଏହା ସମ୍ପୂର୍ଣ୍ଣ
ମାନବତାର ମାଙ୍ଗଳିକତା ପାଇଁ ଏକ ବଡ଼ ଅବଦାନ ହେବ।
ମୋଦି ସ୍ପଷ୍ଟ କରିଛନ୍ତି ଯେ, ଭାରତ-ଚୀନ ସମ୍ପର୍କ ପାରସ୍ପରିକ ଆସ୍ଥା, ସମ୍ମାନ ଓ
ସେନ୍ସିଟିଭିଟି ଉପରେ ଆଧାରିତ ହେବ। ସେ ଚୀନକୁ ସଫଳ ଏସସିଓଅଧ୍ୟକ୍ଷତା ପାଇଁ ଅଭିନନ୍ଦନ ଜଣାଇଥିଲେ ଓ ଆମନ୍ତ୍ରଣ ପାଇଁ ଧନ୍ୟବାଦ ଦେଇଥିଲେ। ସେ କହିଛନ୍ତି
ଯେ, ସହଯୋଗ ଓ ସଂବାଦ ଦ୍ୱାରା ଦୁଇ ଦେଶର ସମ୍ପର୍କକୁ ନୂଆ ଉଚ୍ଚତାକୁ
ନେଇଯିବା ସମ୍ଭବ।
ତିଆନଜିନରେ ରବିବାର ହେଉଥିବା
ଏହି ବୈଠକରେ ଭାଗ ନେବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ସାତ ବର୍ଷ ପରେ ଚୀନରେ ପହଁଚିଛନ୍ତି। ଏସସିଓ
ଶିଖର ସମ୍ମିଳନୀ 31 ଅଗଷ୍ଟରୁ 1 ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ, ଏଥିରେ 20 ରୁ ଅଧିକ ଦେଶର ରାଷ୍ଟ୍ରପତି ଓ ଶାସନପ୍ରମୁଖ ଅଂଶ ନେଉଛନ୍ତି। ସମ୍ମିଳନୀ ସମୟରେ
ପ୍ରଧାନମନ୍ତ୍ରୀ ମୋଦିଙ୍କର ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଭେଟିବାର ଯୋଜନା
ମଧ୍ୟ ଅଛି।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
