ଗିନି, 7 ନଭେମ୍ବର (ହି.ସ.) ଆଫ୍ରିକୀୟ ଦେଶ ଗିନିର ରାଜଧାନୀ କ୍ରୋନାକୀରେ ଥିବା ଜେଲରେ ସଶସ୍ତ୍ର ଆତତାୟୀ ଆଖିବୁଜା ଗୁଳିଚାଳନା କରିଛନ୍ତି । ଫାୟାରିଂରେ 9ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଏହି ଆକ୍ରମଣ ପରେ ଜେଲରେ ବନ୍ଦୀ ଥିବା ପୂର୍ବତନ ରାଷ୍ଟ୍ରପତି ମୌସା ଦାଦିସ କୈମାରା ଓ ଅନ୍ୟ ଅଧିକାରୀମାନେ ଜେଲରୁ ଫେରାର ହୋଇଯାଇଥିଲେ ।
ଆଇନ ମନ୍ତ୍ରାଳୟର ସୂଚନା ମୁତାବକ, ତିନିଜଣ ଆକ୍ରମଣକାରୀ, 4ଜଣ ଯବାନ ଓ ଅନ୍ୟ ଲୋକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଫାୟାରିଂରେ 6ଜଣ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ଆକ୍ରମଣକାରୀଙ୍କ ହମ୍ଲା ପରେ ଯବାନମାନେ ପୂରା ଅଞ୍ଚଳକୁ ଘେରିଯାଇଥିଲେ । ଏବଂ ତଲାସୀ ସମୟରେ ପୂର୍ବସୈନ୍ୟ ନେତା ମୌସା ଦାଦିସ କୌମାରା ଓ ଦୁଇ ଅଧିକାରୀଙ୍କୁ କାବୁ କରାଯାଇ କୋନାକ୍ରୀ ସେଣ୍ଟ୍ରାଲ ଜେଲ ପଠାଇ ଦିଆଯାଇଛି । ଫେରାର ଥିବା ଅନ୍ୟ ଅଧିକାରୀଙ୍କୁ ଖୋଜା ଚାଲିଛି ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
