ନୈନିତାଲ, 25 ଜୁନ୍ (ହି.ସ.)
– କୁମାଉଁ ବିଶ୍ୱବିଦ୍ୟାଳୟର ସ୍ୱର୍ଣ୍ଣଜୟନ୍ତୀ ସମାରୋହରେ ମୁଖ୍ୟଅତିଥି ଭାବରେ
ପହଞ୍ଚିଥିବା ଉପରାଷ୍ଟ୍ରପତି ଜଗଦୀପ୍ ଧନଖଡ଼ଙ୍କର କାର୍ଯ୍ୟକ୍ରମ ଶେଷ ହେବା ପରେ ହଠାତ୍
ସ୍ୱାସ୍ଥ୍ୟ ଖରାପ ହୋଇପଡ଼ିଲା। ମଞ୍ଚରୁ ତଳକୁ ଅବତରଣ କରିବା ପରେ ସେ ଅସ୍ୱସ୍ଥ ହୋଇ ପଡିଯାଇଥିଲେ
।
ହେଲେ, ସେଠାରେ ଉପସ୍ଥିତ ଥିବା ଚିକିତ୍ସକ ଦଳ ତାଙ୍କୁ ପ୍ରାଥମିକ ଚିକିତ୍ସା କରି ସ୍ଥିତି
ନିୟନ୍ତ୍ରଣକୁ ଆଣିଥିଲେ। ଏହା ପରେ ସେ ଉତ୍ତରାଖଣ୍ଡର ରାଜ୍ୟପାଳ ଲେ. ଜେନେରାଲ୍ ଗୁରମୀତ ସିଂହଙ୍କ
ସହ ରାଜଭବନ ଯାଇଥିଲେ ।
ନୈନିତାଲରେ ଆୟୋଜିତ ସମାରୋହରେ ପ୍ରାୟ 45 ମିନିଟ୍ ଦୀର୍ଘ ନିଜ ଉଦ୍ବୋଧନ ସମୟରେ
ଉପରାଷ୍ଟ୍ରପତି ଜଗଦୀପ୍ ଧନଖଡ଼ ବାରମ୍ବାର 1989 ମସିହାରେ ସଂସଦରେ ତାଙ୍କ ସହପାଠୀ ଥିବା
ନୈନିତାଲର ସାଂସଦ ଡା. ମହେନ୍ଦ୍ର ସିଂହ ପାଲଙ୍କୁ ସ୍ମରଣ କରିଥିଲେ। କାର୍ଯ୍ୟକ୍ରମ ଶେଷରେ
ମଞ୍ଚରୁ ତଳକୁ ଓହ୍ଲାଇବା ବେଳେ ସେ ଡା. ପାଲଙ୍କୁ ଆଲିଙ୍ଗନ କରିଥିଲେ ଏବଂ ବହୁ ସମୟ ପର୍ଯ୍ୟନ୍ତ ତାଙ୍କ
ସହ କଥା ହେଲେ। ଏହି ଭାବୁକ ମୁହୂର୍ତ୍ତରେ ଡା. ପାଲଙ୍କ ଆଖିରୁ ଲୁହ ଝରିପଡ଼ିଥିଲା ଏବଂ ସେଠାରେ
ଉପରାଷ୍ଟ୍ରପତି ଧନଖଡ଼ ମଧ୍ୟ କାନ୍ଦି ପକାଇଥିଲେ ।
କାର୍ଯ୍ୟକ୍ରମ ସ୍ଥଳୀରୁ ବାହାରୁଥିବା ବେଳେ ଶ୍ରୀ ଧନଖଡ଼ଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ
ହୋଇଗଲା ଏବଂ ସେ ଡା. ପାଳଙ୍କ ଉପରେ ପଡିଯାଇଥିଲା। ଉପସ୍ଥିତ ଚିକିତ୍ସକ ଦଳ ତୁରନ୍ତ ପ୍ରାଥମିକ
ଚିକିତ୍ସା କରି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ, ଯାହା ପରେ ସେ ରାଜ୍ୟପାଳ ଲେ. ଜେନେରାଲ୍ ଗୁରମୀତ ସିଂହଙ୍କ ସହ
ରାଜଭବନ ଯାଇଥିଲେ ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
