• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > National > କାଶୀ ତାମିଲ ସଙ୍ଗମମ୍ ୨୦୨୩ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
National

କାଶୀ ତାମିଲ ସଙ୍ଗମମ୍ ୨୦୨୩ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

CliQ INDIA
Last updated: December 18, 2023 3:00 pm
CliQ INDIA
Share
6 Min Read
SHARE

ବାରାଣସୀ, 18 ଡିସେମ୍ବର – ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶର ବାରଣାସୀଠାରେ କାଶୀ ତାମିଲ ସଙ୍ଗମମ୍ ୨୦୨୩କୁ ଉଦଘାଟନ କରିଛନ୍ତି । ଏହି ଅବସରରେ ଶ୍ରୀ ମୋଦୀ କନ୍ୟାକୁମାରୀ-ବାରଣାସୀ ତାମିଲ ସଙ୍ଗମମ୍ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବା ସହ ଥିରୁକ୍କୁରାଲ, ମଣିମେକାଲାଇ ଏବଂ ଅନ୍ୟାନ୍ୟ କ୍ଲାସିକ୍ ତାମିଲ ସାହିତ୍ୟର ବହୁଭାଷୀୟ ଓ ବ୍ରେଲି ଅନୁବାଦର ଶୁଭାରମ୍ଭ କରିଥିଲେ। ସେ ପ୍ରଦର୍ଶନୀରେ ବୁଲିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଦେଖିଥିଲେ। କାଶୀ ତାମିଲ ସଙ୍ଗମମ୍ ଦେଶର ଦୁଇଟି ଗୁରୁତ୍ୱପୂର୍ଣ୍ଣ ଏବଂ ପ୍ରାଚୀନ ଶିକ୍ଷାକେନ୍ଦ୍ର । ତାମିଲନାଡୁ ଏବଂ କାଶୀ ମଧ୍ୟରେ ଥିବା ପୁରୁଣା ସମ୍ପର୍କର ପୁନରୁଦ୍ଧାର ଏବଂ ପୁନଃ ଆବିଷ୍କାର କରିବାକୁ ଲକ୍ଷ୍ୟ ରଖାଯାଇଛି ।

ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଅତିଥି ଭାବରେ ନୁହେଁ ବରଂ ତାଙ୍କ ପରିବାର ସଦସ୍ୟ ଭାବରେ ସ୍ୱାଗତ କରିଥିଲେ । ସେ କହିଛନ୍ତି ଯେ ତାମିଲନାଡୁରୁ କାଶୀରେ ପହଞ୍ଚିବା ଅର୍ଥ ହେଉଛି ଭଗବାନ ମହାଦେବଙ୍କ ଗୋଟିଏ ବାସଭବନରୁ ଅନ୍ୟ ଏକ ବାସଭବନ, ମଦୁରାଇ ମିନାକ୍ଷୀରୁ କାଶୀ ବିଶାଳାକ୍ଷୀକୁ ଯାତ୍ରା କରିବା । ତାମିଲନାଡୁ ଏବଂ କାଶୀବାସୀଙ୍କ ମଧ୍ୟରେ ଅନନ୍ୟ ପ୍ରେମ ଏବଂ ସମ୍ପର୍କ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କାଶୀର ନାଗରିକଙ୍କ ଆତିଥ୍ୟ ଉପରେ ଆସ୍ଥା ପ୍ରକଟ କରିଥିଲେ । ଭଗବାନ ମହାଦେବଙ୍କ ଆଶୀର୍ବାଦ ସହିତ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ଅଂଶଗ୍ରହଣକାରୀମାନେ କାଶୀର ସଂସ୍କୃତି, ବ୍ୟଞ୍ଜନ ଏବଂ ସ୍ମୃତି ସହିତ ତାମିଲନାଡୁ କୁ ଫେରିବେ । ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମ ଥର ପାଇଁ ତାମିଲଭାଷାରେ ତାଙ୍କ ଭାଷଣର ରିୟଲ ଟାଇମ ଅନୁବାଦରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବ୍ୟବହାର ଉପରେ ଆଲୋକପାତ କରିବା ସହ ଭବିଷ୍ୟତ ଘଟଣାରେ ଏହାର ବ୍ୟବହାର କୁ ଦୋହରାଇଥିଲେ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କନ୍ୟାକୁମାରୀ-ବାରାଣାସୀ ତାମିଲ ସଙ୍ଗମମ୍ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବା ସହ ଥିରୁକ୍କୁରାଲ, ମଣିମେକାଲାଇ ଏବଂ ଅନ୍ୟନ୍ୟ କ୍ଲାସିକ୍ ତାମିଲ ସାହିତ୍ୟର ବହୁଭାଷା ଓ ବ୍ରେଲି ଅନୁବାଦର ଶୁଭାରମ୍ଭ କରିଥିଲେ । ସୁବ୍ରମଣ୍ୟଭାରତୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ କାଶୀ-ତାମିଲ ସଙ୍ଗମମର କମ୍ପନ ସମଗ୍ର ଦେଶ ଏବଂ ବିଶ୍ୱରେ ବ୍ୟାପିବାରେ ଲାଗିଛି ।

କାଶୀ ତାମିଲ ସଙ୍ଗମମ୍ ର ପ୍ରତିଷ୍ଠା ପରଠାରୁ ମଠ ମୁଖ୍ୟ, ଛାତ୍ରଛାତ୍ରୀ, କଳାକାର, ଲେଖକ, କାରିଗର ଏବଂ ବୃତ୍ତିଜୀବୀଙ୍କ ସମେତ ଲକ୍ଷ ଲକ୍ଷ ଲୋକ କାଶୀ ତାମିଲ ସଙ୍ଗମମର ଅଂଶ ପାଲଟିଛନ୍ତି ଏବଂ ଏହା ଆଲୋଚନା ଏବଂ ବିଚାର ବିନିମୟ ପାଇଁ ଏକ ପ୍ରଭାବଶାଳୀ ପ୍ଲାଟଫର୍ମ ପାଲଟିଛି ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ । ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ଏବଂ ଆଇଆଇଟି, ଚେନ୍ନାଇ ର ମିଳିତ ଉଦ୍ୟମରେ ସେ ସନ୍ତୋଷ ବ୍ୟକ୍ତ କରିଥିଲେ ଯେଉଁଠାରେ ଆଇଆଇଟି, ଚେନ୍ନାଇ ବିଦ୍ୟା ଶକ୍ତି ପଦକ୍ଷେପ ଅଧୀନରେ ବିଜ୍ଞାନ ଏବଂ ଗଣିତରେ ବାରଣାସୀର ହଜାର ହଜାର ଛାତ୍ରଛାତ୍ରୀଙ୍କୁ ଅନଲାଇନ୍ ସହାୟତା ପ୍ରଦାନ କରୁଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ସାମ୍ପ୍ରତିକ ଘଟଣାଗୁଡ଼ିକ କାଶୀ ଏବଂ ତାମିଲନାଡୁର ଲୋକଙ୍କ ମଧ୍ୟରେ ଭାବନାତ୍ମକ ଏବଂ ସୃଜନଶୀଳ ସମ୍ପର୍କର ପ୍ରମାଣ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ କାଶୀ ତାମିଲ ସଙ୍ଗମମ୍ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ର ଭାବନାକୁ ଆଗକୁ ବଢ଼ାଇଥାଏ । କାଶୀ ତେଲୁଗୁ ସଙ୍ଗମମ୍ ଏବଂ ସୌରାଷ୍ଟ୍ର କାଶୀ ସଙ୍ଗମମ୍ ର ସଂଗଠନ ପଛରେ ଏହି ଭାବନା ଥିଲା ବୋଲି ସେ କହିଛନ୍ତି। ଦେଶର ସମସ୍ତ ରାଜଭବନରେ ଅନ୍ୟ ରାଜ୍ୟ ଦିବସ ପାଳନର ନୂଆ ପରମ୍ପରାରୁ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ର ଭାବନା ଆହୁରି ଶକ୍ତିଶାଳୀ ହୋଇଥିଲା। ପ୍ରଧାନମନ୍ତ୍ରୀ ମୋଦୀ ‘ଏକ ଭାରତ, ଶ୍ରେଷ୍ଠ ଭାରତର ସମାନ ଭାବନାକୁ ପ୍ରତିଫଳିତ କରୁଥିବା ଆଦିନାମ ସନ୍ଥମାନଙ୍କ ତତ୍ତ୍ୱାବଧାନରେ ନୂତନ ସଂସଦରେ ପବିତ୍ର ସେଙ୍ଗୋଲ ପ୍ରତିଷ୍ଠା କୁ ମଧ୍ୟ ସ୍ମରଣ କରିଥିଲେ। ‘ଏକ ଭାରତ, ଶ୍ରେଷ୍ଠ ଭାରତ’ର ଏହି ଭାବନା ଆଜି ଆମ ଦେଶର ଆତ୍ମାକୁ ଜାଗ୍ରତ କରୁଛି ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ ସ୍ୱୀକାର କରିଥିଲେ ଯେ ଭାରତର ବିବିଧତାକୁ ଆଧ୍ୟାତ୍ମିକ ଚେତନାରେ ସାମିଲ କରାଯାଇଛି ଯାହାକୁ ମହାନ ପାଣ୍ଡିଆନ ରାଜା ପରାକ୍ରମ ପାଣ୍ଡିଆନ୍ ପ୍ରତୀକ କରିଥିଲେ, ଯିଏ କହିଥିଲେ ଯେ ଭାରତର ପ୍ରତ୍ୟେକ ଜଳ ଗଙ୍ଗାଜଳ ଏବଂ ଦେଶର ପ୍ରତ୍ୟେକ ଭୌଗୋଳିକ ଅବସ୍ଥିତି କାଶୀ ଅଟେ । ଉତ୍ତର ଭାରତରେ ଆସ୍ଥା କେନ୍ଦ୍ରଗୁଡିକ ଉପରେ ବିଦେଶୀ ଶକ୍ତିମାନେ କ୍ରମାଗତ ଆକ୍ରମଣ କରୁଥିବା ସମୟରେ ପ୍ରଧାନମନ୍ତ୍ରୀ ତେନକାସି ଏବଂ ଶିବକାଶୀ ମନ୍ଦିର ନିର୍ମାଣ ସହିତ କାଶୀର ଐତିହ୍ୟକୁ ବଞ୍ଚାଇ ରଖିବା ପାଇଁ ରାଜା ପରାକ୍ରମ ପାଣ୍ଡିଆନଙ୍କ ପ୍ରୟାସ ଉପରେ ଆଲୋକପାତ କରିଥିଲେ । ଭାରତର ବିବିଧତା ପ୍ରତି ଜି-୨୦ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରୁଥିବା ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଆକର୍ଷଣକୁ ମଧ୍ୟ ଶ୍ରୀ ମୋଦୀ ସ୍ମରଣ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅନ୍ୟ ଦେଶମାନଙ୍କରେ ରାଷ୍ଟ୍ରକୁ ରାଜନୈତିକ ଦୃଷ୍ଟିକୋଣରୁ ବ୍ୟାଖ୍ୟା କରାଯାଇଥିବା ବେଳେ ଭାରତ ଏକ ରାଷ୍ଟ୍ର ଭାବରେ ଆଧ୍ୟାତ୍ମିକ ବିଶ୍ୱାସରୁ ନିର୍ମିତ | ଆଦି ଶଙ୍କରାଚାର୍ଯ୍ୟ ଏବଂ ରାମନଜୁମଙ୍କ ଭଳି ସନ୍ଥମାନଙ୍କ ଦ୍ୱାରା ଭାରତ ଏକଜୁଟ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ପ୍ରଧାନମନ୍ତ୍ରୀ ଶିବସ୍ଥାନକୁ ଆଦିନା ସନ୍ଥଙ୍କ ଯାତ୍ରାର ଭୂମିକାକୁ ମଧ୍ୟ ସ୍ମରଣ କରିଥିଲେ । ଏହି ଯାତ୍ରା ଯୋଗୁଁ ଭାରତ ଏକ ରାଷ୍ଟ୍ର ଭାବେ ଚିରନ୍ତନ ଓ ଅତୁଟ ରହିଛି ବୋଲି ଶ୍ରୀ ମୋଦୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ପ୍ରାଚୀନ ପରମ୍ପରା ପ୍ରତି ଦେଶର ଯୁବବର୍ଗଙ୍କ ସର୍ବୋଚ୍ଚ ଆଗ୍ରହ ଉପରେ ସନ୍ତୋଷ ବ୍ୟକ୍ତ କରିବା ସହ ତାମିଲନାଡୁର ବହୁ ସଂଖ୍ୟକ ଲୋକ, ଛାତ୍ର ଏବଂ ଯୁବକ କାଶୀ, ପ୍ରୟାଗ, ଅଯୋଧ୍ୟା ଏବଂ ଅନ୍ୟାନ୍ୟ ତୀର୍ଥସ୍ଥଳକୁ ଯାତ୍ରା କରୁଛନ୍ତି ବୋଲି କହିଥିଲେ। ଭଗବାନ ମହାଦେବଙ୍କ ସହ ରାମେଶ୍ୱରମ୍ ପ୍ରତିଷ୍ଠା କରିଥିବା ଅଯୋଧ୍ୟାରେ ଭଗବାନ ରାମଙ୍କ ଦର୍ଶନ ଦିବ୍ୟ ଅଟେ, ପ୍ରଧାନମନ୍ତ୍ରୀ କହିଥିଲେ ଯେ କାଶୀ ତାମିଲ ସଙ୍ଗମମରେ ଯୋଗ ଦେଉଥିବା ଲୋକଙ୍କ ଅଯୋଧ୍ୟା ଗସ୍ତ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି ।

ପରସ୍ପରର ସଂସ୍କୃତି କୁ ଜାଣିବା ର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ କାରଣ ଏହା ଦ୍ୱାରା ବିଶ୍ୱାସ ବଢିଥାଏ ଏବଂ ସମ୍ପର୍କ ବିକଶିତ ହୁଏ । ଦୁଇ ମହାନ ମନ୍ଦିର ସହର କାଶୀ ଏବଂ ମଦୁରାଇର ଉଦାହରଣ ଦେଇ ଶ୍ରୀ ମୋଦୀ କହିଥିଲେ ଯେ ତାମିଲ ସାହିତ୍ୟ ଉଭୟ ଭାଗାଇ ଏବଂ ଗଙ୍ଗାଇ (ଗଙ୍ଗା) ବିଷୟରେ କହିଥାଏ । ଯେତେବେଳେ ଆମେ ଏହି ଐତିହ୍ୟ ବିଷୟରେ ଜାଣିଥାଉ, ଆମେ ଆମ ସମ୍ପର୍କର ଗଭୀରତା ଅନୁଭବ କରିଥାଉ, ସେ କହିଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ ବିଶ୍ୱାସ ବ୍ୟକ୍ତ କରିଥିଲେ ଯେ କାଶୀ – ତାମିଲ ସଙ୍ଗମମର ସଙ୍ଗମ ଭାରତର ଐତିହ୍ୟକୁ ସଶକ୍ତ କରିବା ସହ ଏକ ଭାରତ ଶ୍ରେଷ୍ଠ ଭାରତର ଭାବନାକୁ ସୁଦୃଢ଼ କରିବ । ଅଭିଭାଷଣ ଶେଷ କରି ପ୍ରଧାନମନ୍ତ୍ରୀ କାଶୀ ଭ୍ରମଣ କରୁଥିବା ଲୋକଙ୍କ ପାଇଁ ସୁଖଦ ରହଣି ପାଇଁ ଆଶା ବ୍ୟକ୍ତ କରିଥିଲେ ଏବଂ ପ୍ରସିଦ୍ଧ ଗାୟକ ଶ୍ରୀରାମଙ୍କୁ ତାଙ୍କ ଅଭିନୟ ଦ୍ୱାରା ସମଗ୍ର ଦର୍ଶକଙ୍କୁ ଆକର୍ଷିତ କରିଥିବାରୁ ଧନ୍ୟବାଦ ଜଣାଇଥିଲେ ।

ଏହି ଅବସରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଡ. ଏଲ୍ ମୁରୁଗାନ୍ ପ୍ରମୁଖ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର //ସମନ୍ୱୟ

You Might Also Like

ବାଂଲାଦେଶରେ ହସିନାଙ୍କ ଉପରେ ନିଷ୍ପତି ପରେ ଅଶାନ୍ତି, ଢାକାରେ ବ୍ୟାପକ ହିଂସା, ସେନା ମୁତୟନ
କୋଲକାତାରେ ପ୍ରସିଦ୍ଧ ଫୁଟବଲର ମେସିଙ୍କ ଜୋରଦାର ସ୍ୱାଗତ, ଦେଶର ବିଭିନ୍ନ ସହରରେ ଆୟୋଜିତ କାର୍ଯ୍ୟକ୍ରମରେ ଦେବେ ଯୋଗ
ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଅନ୍ତର୍ଗତ ବ୍ରହ୍ମପୁତ୍ର କ୍ରୁଜରେ 25 ପ୍ରତିଭାଶାଳୀ ବିଦ୍ୟାର୍ଥୀଙ୍କ ସହ କଥା ହେଲେ ପିଏମ ମୋଦି
Lalit Modi IPL ମଡେଲକୁ ପ୍ରଶ୍ନ କଲେ: ରାଜସ୍ୱ କ୍ଷତିର ଦାବି ଟୁର୍ଣ୍ଣାମେଣ୍ଟ ଫର୍ମାଟ୍ ଓ ଶାସନରେ ଥିବା ଗଠନମୂଳକ ତ୍ରୁଟିକୁ ଉନ୍ମୋଚନ କଲା
ବିରସା ମୁଣ୍ଡା ଜୟନ୍ତୀ ଓ ଝାରଖଣ୍ଡ ସ୍ଥାପନା ଦିବସର ଶୁଭେଚ୍ଛା ଜଣାଇଲେ ପିଏମ ମୋଦି

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article ରାଜ୍ଯ ଗ୍ରନ୍ଥାଗାରରେ ଦଶମ ପ୍ରେରଣାଦାୟକ ବକ୍ତୃତାମାଳା ଆୟୋଜିତ
Next Article ଟାଙ୍ଗର ମୁଣ୍ଡା ରାସ୍ତା ଦୁର୍ଘଟଣାରେ 5 ଜଣ ବ୍ୟକ୍ତିଙ୍କ ମୃତ୍ୟୁ,ମୁଖ୍ୟମନ୍ତ୍ରୀଙ୍କ ଶୋକ
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ଭାରତୀୟ ଶେୟାର ବଜାରରେ ରୁପି ମାନ୍ଦାବସ୍ଥା ଓ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡ୍ ମାର୍କେଟ ଖୋଲିଲା
Business
May 23, 2026
ମହାରାଷ୍ଟ୍ରର ପଦକ୍ଷେପ ପରେ ବିମାନ ଇନ୍ଧନ ଉପରେ ଟିକସ ହ୍ରାସ ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
National
May 23, 2026
ଆର୍ଥିକ ଦୃଷ୍ଟିରୁ ଉନ୍ନତ ଓବିସି ପରିବାରଙ୍କ ପାଇଁ ସଂରକ୍ଷଣ ସୁବିଧା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
National
May 23, 2026
ଆଇପିଏଲ ୨୦୨୬ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ପଞ୍ଜାବ କିଙ୍ଗସ
Sports
May 23, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?