ନୂଆଦିଲ୍ଲୀ, 02 ଜାନୁଆରୀ (ହି.ସ.) ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ଦ୍ୱାରା ଏକ୍ସପୋସାଟ୍ କୃତ୍ରିମ ଉପଗ୍ରହର ସଫଳ ଉତ୍କ୍ଷେପଣକୁ ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଖୁସି ବ୍ୟକ୍ତ କରିଛନ୍ତି ।
ଭାରତକୁ ଶିଖରକୁ ନେବା ପାଇଁ ମହାକାଶ ଜଗତ ସହ ଇସ୍ରୋ ବୈଜ୍ଞାନିକଙ୍କୁ ଶୁଭକାମନା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘୨୦୨୪ର ଏକ ଉଲ୍ଲେଖନୀୟ ଆରମ୍ଭ ପାଇଁ ଇସ୍ରୋ ବୈଜ୍ଞାନିକଙ୍କୁୁ ଧନ୍ୟବାଦ । ଏହି ଉତକ୍ଷେପଣ ମହାକାଶ କ୍ଷେତ୍ର ପାଇଁ ଏକ ଅଦ୍ଭୁତ ଖବର ଏବଂ ଏହି କ୍ଷେତ୍ରରେ ଏହା ଭାରତର ଶକ୍ତି ବଢ଼ାଇବ । ଭାରତକୁ ଅଦ୍ଭୁତପୂର୍ବ ଶିଖରକୁ ନେଇଯିବାଲାଗି ଇସ୍ରୋର ବୈଜ୍ଞାନିକ ଏବଂ ସମ୍ପୂର୍ଣ୍ଣ ମହାକାଶ କ୍ଷେତ୍ରର ସହଭାଗୀଙ୍କୁ ଶୁଭେଚ୍ଛା ।’
ହିନ୍ଦୁସ୍ଥାନ ସମାଚାର //ସମନ୍ୱୟ
