
ନୂଆଦିଲ୍ଲୀ, 20 ଡିସେମ୍ବର (ହି.ସ.)- ଉପରାଷ୍ଟ୍ରପତିଙ୍କ ଅପମାନକୁ ବିରୋଧ କରି ବିଜେପି ମହିଳା ସାଂସଦ ସଂସଦ ଭବନରେ ଗାନ୍ଧି ପ୍ରତିମୂର୍ତ୍ତି ସମ୍ମୁଖରେ ବୁଧବାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ଏହି ଅବସରରେ ମହିଳା ସାଂସଦ ମାନେ କହିଛନ୍ତି ଯେ, ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ ଓ କଂଗ୍ରେସ ନେତା ରାହୁଲ ଗାନ୍ଧି ଉପରାଷ୍ଟ୍ରପତିଙ୍କର ଅପମାନ କରିଛନ୍ତି । ଯାହାକି ଅତ୍ୟନ୍ତ ନିନ୍ଦନୀୟ ଅଟେ । ରାହୁଲ ଗାନ୍ଧି ଓ କଲ୍ୟାଣ ବାନାର୍ଜୀ ଉପରାଷ୍ଟ୍ରପତିଙ୍କୁ କ୍ଷମା ମାଗନ୍ତୁ ବୋଲି ସେମାନେ ଦାବି କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
