
ଇଟାୱା, 16 ନଭେମ୍ବର (ହି.ସ.) ନୂଆଦିଲ୍ଲୀରୁ ବିହାରର ସହରସା ଯାଉଥିବା ବୈଶାଳୀ ଏକ୍ସପ୍ରେସର ଏସ-6 କୋଚରେ ନିଆଁ ଲାଗିବା ଯୋଗୁ 19ଯାତ୍ରୀ ଆହତ ହୋଇଛନ୍ତି । ବହୁ କଷ୍ଟ ପରେ ନିଆଁକୁ ଆୟତ୍ତ କରାଯାଇଛି । ଆହତ ଯାତ୍ରୀମାନଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 11ଜଣ ଯାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କ ସେଫଇ ମେଡିକାଲ ୟୁନିର୍ଭସିଟିରେ ସ୍ଥାନାନ୍ତର କରାଯାଇଛି । 12ଘଣ୍ଟା ମଧ୍ୟରେ ଟ୍ରେନରେ ଏହା ଦ୍ୱିତୀୟ ଥର ନିଆଁ ଲାଗିଛି । କ୍ଷତିଗ୍ରସ୍ତ ବଗିକୁ ଟ୍ରେନରୁ ଅଲଗା କରିଦିଆଯାଇଛି । ଏହାପରେ ଏକ୍ସପ୍ରେସକୁ ଗନ୍ତବ୍ୟସ୍ଥଳକୁ ପଠାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
