ଲକ୍ଷ୍ନୌ, 25 ଅଗଷ୍ଟ (ହି.ସ.)
-ଉତ୍ତର ପ୍ରଦେଶର
ବୁଲନ୍ଦସହରରେ ଘଟିଥିବା ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ 8 ଜଣଙ୍କ ମୃତ୍ୟୁ ହୋଇଛି ଓ 43 ଜଣ ଆହତ
ହୋଇଛନ୍ତି। ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଟ୍ରାକ୍ଟର ଟ୍ରଲିକୁ ଗୋଟିଏ କଣ୍ଟେନର ଧକ୍କା
ଦେଇଥିଲା। ଦୁର୍ଘଟଣାର ଶିକାର ହୋଇଥିବା ସମସ୍ତ ଶ୍ରଦ୍ଧାଳୁ କାସଗଞ୍ଜର କୋତୱାଲୀ ସୋରୋଁ ଅଞ୍ଚଳର
ରଫାତପୁର ଓ ମିଲ୍କିନିଆ ଗାଁର । ସେମାନେ ସମସ୍ତେ ରାଜସ୍ଥାନର ଗୋଗାମେଡି ଗୋଗାଜୀଙ୍କ ଦର୍ଶନ
କରିବାକୁ ଯାଉଥିଲେ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
