ନୂଆଦିଲ୍ଲୀ, 3 ଜାନୁଆରୀ (ହି.ସ.) ରାଜ୍ୟସଭା ଉପସଭାପତି ହରିବଂଶ ପୂର୍ବ ଆଫ୍ରିକୀୟ ଦେଶ ଉଗାଣ୍ଡାର ରାଜଧାନୀ କମ୍ପାଲାରେ ଜାନୁୟାରୀ 4ରୁ 6 ତାରିଖ ଯାଏ ଆୟୋଜିତ ହେବାକୁ ଥିବା ରାଷ୍ଟ୍ରମଣ୍ଡଳର ଅଧ୍ୟକ୍ଷ ଏବଂ ପୀଠାସୀନ ଅଧିକାରୀଙ୍କ 27ତମ ସମ୍ମିଳନୀକୁ ସମ୍ବୋଧିତ କରିବେ ।
ରାଜ୍ୟସଭା ସଚିବାଳୟ ପକ୍ଷରୁ ବୁଧବାର କୁହାଯାଇଛି ଯେ, ହରିବଂଶ ଏକ ଭାରତୀୟ ପ୍ରତିନିଧିମଣ୍ଡଳ ସହିତ ଆଜି ଉଗାଣ୍ଡ ଗସ୍ତ କରିଛନ୍ତି । ପ୍ରତିନିଧି ମଣ୍ଡଳରେ ରାଜ୍ୟସଭା ମହାସଚିବ ପିସି ମୋଦି ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ସାମିଲ ଅଛନ୍ତି । ଏହି ସମ୍ମିଳନୀରେ ପ୍ରତି 2ବର୍ଷରେ ଥରେ ଆୟୋଜିତ ହୋଇଥାଏ । ଏଥିରେ ରାଷ୍ଟ୍ରମଣ୍ଡଳର ଦେଶର ସଂସଦର 30ରୁ ଅଧିକ ପୀଠାସୀନ ଅଧିକାରୀ ସାଧାରଣ ଚିନ୍ତା ପ୍ରସଙ୍ଗ ଉପରେ ଆଲୋଚନା କରି ନିଜର ବିଧାନମଣ୍ଡଳର ଚ୍ୟାଲେଞ୍ଜର ମୁକାବିଲା କରିବାର ଅନୁଭବ ଏବଂ ସମାଧାନ ସେୟାର କରିଥାନ୍ତି ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ବନ୍ଦନା
