
• ଶ୍ରେଷ୍ଠ କୃତ୍ରିମ ଗର୍ଭଧାରଣ ଟେକ୍ନିସିଆନ (ଏଆଇଟି) ଭାବେ ଦ୍ୱିତୀୟ ପୁରସ୍କାର ପାଇବେ ଅନୁଗୁଳର ଅନୀଲ କୁମାର ପ୍ରଧାନ
• ଅନଲାଇନ୍ ଆବେଦନ ପୋର୍ଟାଲ ଜରିଆରେ ଆହ୍ୱାନ କରାଯାଇଥିବା ଆବେଦନ ଆଧାରରେ ଦିଆଯିବ ପୁରସ୍କାର; ସମୁଦାୟ ୧୭୭୦ଟି ଆବେଦନ ହସ୍ତଗତ ହୋଇଛି
ନୂଆଦିଲ୍ଲୀ, 24 ନଭେମ୍ବର – ଆସାମର ଗୌହାଟୀସ୍ଥିତ ଭେଟେରିନାରୀ କଲେଜ ଗ୍ରାଉଣ୍ଡରେ ଆସନ୍ତା ୨୬ ନଭେମ୍ବର ୨୦୨୩ରେ ଜାତୀୟ ଗୋପାଳ ରତ୍ନ ପୁରସ୍କାର ପ୍ରଦାନ କରାଯିବ । କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ଶ୍ରୀ ପୁରୁଷୋତ୍ତମ ରୂପାଲା ଏହି ପୁରସ୍କାର ପ୍ରଦାନ କରିବେ । ଆସାମ ମୁଖ୍ୟମନ୍ତ୍ରୀ ଡକ୍ଟର ହିମନ୍ତ ବିଶ୍ୱ ଶର୍ମା ଏବଂ କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ରାଷ୍ଟ୍ରମନ୍ତ୍ରୀ ଡ. ସଞ୍ଜୀବ କୁମାର ବାଲିୟାନ ମଧ୍ୟ ଏହି ପୁରସ୍କାର ସମାରୋହରେ ଉପସ୍ଥିତ ରହିବେ। ୨୦୨୩ ଜାତୀୟ ଦୁଗ୍ଧ ଦିବସ ପାଳନର ଏକ ଅଂଶ ଭାବରେ ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ବିଭାଗ ପକ୍ଷରୁ ଜାତୀୟ ଗୋପାଳ ରତ୍ନ ପୁରସ୍କାର ୨୦୨୩ ଆୟୋଜନ କରାଯାଉଛି ।
ଜାତୀୟ ଗୋପାଳ ରତ୍ନ ପୁରସ୍କାର ପ୍ରାଣୀସମ୍ପଦ ଏବଂ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଏକ ସର୍ବୋଚ୍ଚ ଜାତୀୟ ପୁରସ୍କାର ଅଟେ, ଯାହାର ଉଦ୍ଦେଶ୍ୟ ସ୍ୱଦେଶୀ ପ୍ରାଣୀପାଳନ କରୁଥିବା କୃଷକ, ଏଆଇ ଟେକ୍ନିସିଆନ ଏବଂ ଦୁଗ୍ଧ ସମବାୟ ସମିତି / ଦୁଗ୍ଧ ଉତ୍ପାଦକ ସମିତି / ଦୁଗ୍ଧ ଉତ୍ପାଦକ କମ୍ପାନୀ / ଦୁଗ୍ଧ ଚାଷୀ ଉତ୍ପାଦକ ସଂଗଠନ ଭଳି ସମସ୍ତ ବ୍ୟକ୍ତିବିଶେଷଙ୍କୁ ସ୍ୱୀକୃତି ପ୍ରଦାନ କରିବା ଏବଂ ପ୍ରୋତ୍ସାହିତ କରିବା। ଏହି ପୁରସ୍କାର ତିନୋଟି ବିଭାଗରେ ପ୍ରଦାନ କରାଯାଏ, ଯଥା,
I. ଦେଶୀ ଗୋରୁ/ମଇଁଷି ପ୍ରଜାତି ପାଳନ କରୁଥିବା ଶ୍ରେଷ୍ଠ ଦୁଗ୍ଧ ଚାଷୀ,
II. ଶ୍ରେଷ୍ଠ ଦୁଗ୍ଧ ସମବାୟ/ ଦୁଗ୍ଧ ଉତ୍ପାଦକ କମ୍ପାନୀ / ଦୁଗ୍ଧ ଚାଷୀ ଉତ୍ପାଦକ ସଂଗଠନ)।
III. ଶ୍ରେଷ୍ଠ କୃତ୍ରିମ ଗର୍ଭଧାରଣ ଟେକ୍ନିସିଆନ (ଏଆଇଟି) ଏବଂ
ପ୍ରଥମ ଦୁଇ ବର୍ଗ ଯଥା ଶ୍ରେଷ୍ଠ ଦୁଗ୍ଧ ଚାଷୀ ଓ ଶ୍ରେଷ୍ଠ ଡିସିଏସ୍/ଏଫପିଓ/ଏମପିସିରେ ପ୍ରଥମ ଦୁଇ ସ୍ଥାନ ପାଇଁ ୫ ଲକ୍ଷ ଟଙ୍କା, ଦ୍ୱିତୀୟ ସ୍ଥାନ ପାଇଁ ୩ ଲକ୍ଷ ଟଙ୍କା ଓ ତୃତୀୟ ସ୍ଥାନ ପାଇଁ ୨ ଲକ୍ଷ ଟଙ୍କା ସହ ମାନ୍ୟତା ପ୍ରମାଣପତ୍ର ଓ ସ୍ମୃତିଚିହ୍ନ ପ୍ରଦାନ କରାଯିବ।
ଶ୍ରେଷ୍ଠ କୃତ୍ରିମ ଗର୍ଭଧାରଣ ଟେକ୍ନିସିଆନ୍ (ଏଆଇଟି) ବର୍ଗରେ ଜାତୀୟ ଗୋପାଳ ରତ୍ନ ପୁରସ୍କାର-୨୦୨୩ରେ କେବଳ ମେରିଟ୍ ସାର୍ଟିଫିକେଟ୍ ଓ ସ୍ମୃତିଚିହ୍ନ ରହିବ।
ହିନ୍ଦୁସ୍ଥାନ ସମାଚାର //ସମନ୍ୱୟ
