ନୂଆଦିଲ୍ଲୀ, 6 ଜାନୁୟାରୀ (ହି.ସ)- ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଆଜି ହିମାଚଳ ପ୍ରଦେଶ ଗସ୍ତ କରିବେ । ଉପରାଷ୍ଟ୍ରପତି ସଚିବାଳୟ ପକ୍ଷରୁ କୁହାଯାଇଛି ଯେ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଜାନୁୟାରୀ 6 ତାରିଖରେ ହିମାଚଳ ପ୍ରଦେଶର ହମିରପୁର ଗସ୍ତ କରିବେ ।
ଜଗଦୀପ ଧନଖଡ ଜାନୁୟାରୀ 6ରେ ହିମାଚଳ ପ୍ରଦେଶର ହମିରପୁର ଗସ୍ତ କରିବେ । ଦିନିକଆ ଗସ୍ତରେ ଉପରାଷ୍ଟ୍ରପତି ରାଷ୍ଟ୍ରୀୟ ପ୍ରଦ୍ୟୋଦିକ ସଂସ୍ଥାନ ହମିରପୁର ଯିବେ । ସେଠାରେ ସେ ବିକଶିତ ଭାରତ 2047ରେ ଯୁବକଙ୍କ ଭୂମିକା ସମ୍ପର୍କରେ ଛାତ୍ରମାନଙ୍କୁ ସମ୍ବୋଧିତ କରିବେ । ଉପରାଷ୍ଟ୍ରପତି ହିମାଚଳ ପ୍ରଦେଶରେ ଶିକ୍ଷାର ଅଭିବୃଦ୍ଧି କରିବା ନିମନ୍ତେ ଏକ ସେ ଶ୍ରେଷ୍ଠର 5ଶହ ତମ କେନ୍ଦ୍ରର ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
