
ନୂଆଦିଲ୍ଲୀ, 27 ନଭେମ୍ବର (ହି.ସ.) ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ଦ୍ୱାରା ପାରାଦୀପ ଠାରେ ଆୟୋଜିତ ବୋଇତ ବନ୍ଦାଣ ସମାରୋହରେ ସେ ଯୋଗ ଦେବେ ଏବଂ ଏକ ମଲ୍ଟି ମୋଡାଲ ଲଜିଷ୍ଟିକ୍ ପାର୍କକୁ ଭର୍ଚୁଆଲ (ଆଭାଷୀ) ଭାବେ ଉଦ୍ଘାଟନ କରିବା ସହିତ ପୋର୍ଟ ଟାଉନସିପ୍ ପାଇଁ ନୂତନ ଜଳଭଣ୍ଡାର ଓ ଜଳ ବିଶୋଧନ ପ୍ଲାଣ୍ଟ ଏବଂ ଆଗାମୀ ପିଢ଼ିର ଜାହାଜ ଯାତାୟାତ ପରିଚାଳନା ଓ ସୂଚନା ବ୍ୟବସ୍ଥାର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।
ରାଷ୍ଟ୍ରପତି ମତ୍ସ୍ୟଜୀବୀ ସମ୍ପ୍ରଦାୟର ସଦସ୍ୟ ମାନଙ୍କ ସହ ମଧ୍ୟ ଆଲୋଚନା କରିବେ ।
ହିନ୍ଦୁସ୍ଥାନ ସମାଚାର //ସମନ୍ୱୟ
