• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > National > ଅରୁଣାଚଳ ପ୍ରଦେଶ ଇଟାନଗରରେ ୫୧୦୦ କୋଟିରୁ ଅଧିକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
National

ଅରୁଣାଚଳ ପ୍ରଦେଶ ଇଟାନଗରରେ ୫୧୦୦ କୋଟିରୁ ଅଧିକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

CliQ INDIA
Last updated: September 23, 2025 12:00 pm
CliQ INDIA
Share
15 Min Read
SHARE

ନୂଆଦିଲ୍ଲୀ, 22 ସେପ୍ଟେମ୍ବର (ହି.ସ.)ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି, ଅରୁଣାଚଳ ପ୍ରଦେଶର ଇଟାନଗରରେ ପ୍ରାୟ ୫୧୦୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି। ଉପସ୍ଥିତ ସମାବେଶକୁ ସମ୍ବୋଧନ କରି, ସେ ପରମାତ୍ମା ଡୋନୟି ପୋଲୋଙ୍କୁ ସ୍ମରଣ କରିବା ସହ ସମସ୍ତଙ୍କ ଉପରେ ତାଙ୍କର କୃପା ରହୁ ବୋଲି ପ୍ରାର୍ଥନା କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ହେଲିପ୍ୟାଡରୁ ସମାବେଶସ୍ଥଳୀ ପର୍ଯ୍ୟନ୍ତ ଯାତ୍ରାରେ ଅଗଣିତ ଲୋକଙ୍କୁ ଭେଟିବା ଏବଂ ଜାତୀୟ ପତାକା ଧରିଥିବା ପିଲା ଓ ଯୁବକମାନଙ୍କୁ ଦେଖିବା, ଅରୁଣାଚଳ ପ୍ରଦେଶର ଉଷ୍ମ ଆତିଥ୍ୟର ଅନୁଭୂତିକୁ ଆହୁରି ଗଭୀର କରିଦେଇଥିଲା। ସେ କହିଥିଲେ ଯେ, ଅରୁଣାଚଳ କେବଳ “ଉଦୟମାନ ସୂର୍ଯ୍ୟର ଭୂମି” ନୁହେଁ, ଏହା ଏକ “ଉତ୍କୃଷ୍ଟ ଦେଶପ୍ରେମର ଭୂମି” । ସେ ଉଲ୍ଲେଖ କରିଥିଲେ ଯେ, ଯେପରି ଜାତୀୟ ପତାକାର ପ୍ରଥମ ରଙ୍ଗ କେଶର, ସେହିପରି ଅରୁଣାଚଳର ଆତ୍ମା ମଧ୍ୟ କେଶରରୁ ଆରମ୍ଭ ହୁଏ। ପ୍ରଧାନମନ୍ତ୍ରୀ କହିଥିଲେ, ଅରୁଣାଚଳର ପ୍ରତ୍ୟେକ ନାଗରିକ ବୀରତ୍ୱ ଓ ସରଳତାର ପ୍ରତୀକ। ରାଜ୍ୟ ପ୍ରତି ତାଙ୍କର ଗଭୀର ସ୍ନେହକୁ ପ୍ରକାଶ କରି ସେ କହିଥିଲେ ଯେ, ପ୍ରତ୍ୟେକ ଗସ୍ତ ତାଙ୍କୁ ଅପାର ଆନନ୍ଦ ଦେଇଥାଏ ଏବଂ ଲୋକଙ୍କ ସହିତ ବିତାଇଥିବା ପ୍ରତ୍ୟେକ ମୁହୂର୍ତ୍ତ ସ୍ମରଣୀୟ। ସେ ଏହି ସ୍ନେହ ଓ ସମ୍ମାନକୁ ନିଜ ପାଇଁ ଏକ “ମହାନ ସମ୍ମାନ” ଭାବେ ବ୍ୟକ୍ତ କରିଥିଲେ। “ତାୱାଙ୍ଗ ମଠରୁ ନାମସାଇର ସ୍ୱର୍ଣ୍ଣ ପାଗୋଡା ପର୍ଯ୍ୟନ୍ତ, ଅରୁଣାଚଳ ପ୍ରଦେଶ ଶାନ୍ତି ଏବଂ ସଂସ୍କୃତିର ସଙ୍ଗମକୁ ପ୍ରତିନିଧିତ୍ୱ କରେ।” ପ୍ରଧାନମନ୍ତ୍ରୀ ଏହି ପବିତ୍ର ଭୂମିକୁ ନମସ୍କାର କରି ଏହାକୁ “ଭାରତ ମାତାର ଗୌରବ” ବୋଲି ବର୍ଣ୍ଣନା କରିଥିଲେ।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ତାଙ୍କର ଆଜିର ଅରୁଣାଚଳ ପ୍ରଦେଶ ଗସ୍ତ ତିନୋଟି ବିଶେଷ କାରଣରୁ ସ୍ଵତନ୍ତ୍ର ଥିଲା। ପ୍ରଥମତଃ, ପବିତ୍ର ନବରାତ୍ରିର ପ୍ରଥମ ଦିନରେ ସୁନ୍ଦର ପର୍ବତମାଳାକୁ ଦେଖିବାର ସୌଭାଗ୍ୟ ମିଳିଥିବାରୁ ସେ ଆନନ୍ଦ ବ୍ୟକ୍ତ କରିଥିଲେ। ସେ କହିଥିଲେ ଯେ, ଏହି ଦିନ ଭକ୍ତମାନେ ହିମାଳୟକନ୍ୟା ମା’ ଶୈଳପୁତ୍ରୀଙ୍କୁ ପୂଜା କରନ୍ତି। ଦ୍ୱିତୀୟତଃ, ସେ ସାରା ଦେଶରେ ନେକ୍ସଟଜେନ୍ ଜିଏସଟି ସଂସ୍କାର କାର୍ଯ୍ୟକାରୀ କରିବା ସହିତ ଜିଏସଟି ସଞ୍ଚୟ ମହୋତ୍ସବ ଆରମ୍ଭ କରିବାର ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ପର୍ବ-ପର୍ବାଣୀ ଋତୁରେ ନାଗରିକମାନେ ଦ୍ୱିଗୁଣିତ ଲାଭ ପାଇଛନ୍ତି। ତୃତୀୟତଃ, ସେ ଅରୁଣାଚଳ ପ୍ରଦେଶରେ ବିଦ୍ୟୁତ୍, ସଂଯୋଗୀକରଣ, ପର୍ଯ୍ୟଟନ ଏବଂ ସ୍ୱାସ୍ଥ୍ୟ ସମେତ ଅନେକ ବିକାଶ ପ୍ରକଳ୍ପର ଉଦ୍ଘାଟନକୁ ଗୁରୁତ୍ୱ ଦେଇଥିଲେ। ସେ କହିଥିଲେ, ଏହା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱିଗୁଣିତ ଲାଭକୁ ପ୍ରତିଫଳିତ କରେ। ଏହି ପ୍ରକଳ୍ପଗୁଡ଼ିକ ପାଇଁ ଅରୁଣାଚଳ ପ୍ରଦେଶର ଲୋକମାନଙ୍କୁ ପ୍ରଧାମନ୍ତ୍ରୀ ହୃଦୟରୁ ଅଭିନନ୍ଦନ ଜଣାଇଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ, ଜିଏସଟି ସଞ୍ଚୟ ମହୋତ୍ସବ ଭାରତର ସାଧାରଣ ଜନତାଙ୍କ ପାଇଁ ଆନନ୍ଦ, ସମୃଦ୍ଧି ଓ ସଫଳତାର ନୂତନ ଅବସର ଆଣିବ।

ଶ୍ରୀ ମୋଦୀ କହିଥିଲେ, ଅରୁଣାଚଳ ପ୍ରଦେଶ ସୂର୍ଯ୍ୟଙ୍କ କିରଣ ପାଇବାରେ ପ୍ରଥମ ସ୍ଥାନ ହୋଇଥିଲେ ବି ଦ୍ରୁତ ବିକାଶର କିରଣ ଏହି ଅଞ୍ଚଳରେ ପହଞ୍ଚିବା ପାଇଁ ଅନେକ ଦଶନ୍ଧି ସମୟ ନେଇଥିଲା, ଯାହାକି ବେଶ୍ ଦୁର୍ଭାଗ୍ୟଜନକ । ଶ୍ରୀ ମୋଦୀ ୨୦୧୪ ପୂର୍ବରୁ ଅନେକ ଥର ଅରୁଣାଚଳ ଗସ୍ତ ଏବଂ ଏହାର ଲୋକଙ୍କ ମଧ୍ୟରେ ରହିବାକୁ ମନେ ପକାଇଥିଲେ । ସେ କହିଥିଲେ ନିଜର ଭୂମି, ପରିଶ୍ରମୀ ନାଗରିକ ଏବଂ ଅପାର ସମ୍ଭାବନା ସହିତ ଏହି ରାଜ୍ୟ ପ୍ରକୃତିର ପ୍ରଚୁର ଆଶୀର୍ବାଦପ୍ରାପ୍ତ। ବିପୁଳ ଶକ୍ତି ଥିବା ସତ୍ତ୍ୱେ, ପୂର୍ବରୁ ଦିଲ୍ଲୀରୁ ଶାସନ କରୁଥିବା ଲୋକମାନେ ଅରୁଣାଚଳକୁ ନିୟମିତ ଭାବରେ ଅବହେଳା କରିଥିଲେ। ସେ ଅଳ୍ପ କିଛି ରାଜନୈତିକ ଦଳଙ୍କ ମାନସିକତା ପାଇଁ ସମାଲୋଚନା କରିଥିଲେ, ଯେଉଁମାନେ ମନେ କରୁଥିଲେ ଯେ ଅରୁଣାଚଳ ପ୍ରଦେଶର କମ୍ ଜନସଂଖ୍ୟା ଏବଂ କେବଳ ଦୁଇଟି ଲୋକସଭା ଆସନ ଥିବାରୁ ଏହା ଉପରେ ଧ୍ୟାନ ଦେବା ଉଚିତ ନୁହେଁ। ସେ କହିଥିଲେ ଯେ ଏହି ପଦ୍ଧତି ଅରୁଣାଚଳ ଏବଂ ସମଗ୍ର ଉତ୍ତର-ପୂର୍ବକୁ ଯଥେଷ୍ଟ କ୍ଷତି ପହଞ୍ଚାଇଛି, ଯାହା ବିକାଶ ଯାତ୍ରାରେ ବହୁତ ପଛରେ ପଡ଼ିଯାଇଥିଲା।

ଶ୍ରୀ ମୋଦୀ କହିଥିଲେ ଯେ ୨୦୧୪ ମସିହାରେ ଦେଶସେବା କରିବାର ସୁଯୋଗ ପାଇବା ପରେ, ସେ ଦେଶକୁ ପୂର୍ବ ଶାସନର ମାନସିକତାରୁ ମୁକ୍ତ କରିବାକୁ ସଂକଳ୍ପ ନେଇଥିଲେ। ସେ ଗୁରୁତ୍ୱାରୋପ କରିଥିଲେ ଯେ, ତାଙ୍କ ସରକାରଙ୍କ ମାର୍ଗଦର୍ଶୀ ପ୍ରେରଣା ହେଉଛି କୌଣସି ରାଜ୍ୟର ଭୋଟ କିମ୍ବା ଆସନ ସଂଖ୍ୟା ନୁହେଁ, ବରଂ ରାଷ୍ଟ୍ର ପ୍ରଥମ ନୀତି। ସେ ସରକାରଙ୍କ ମୂଳ ମନ୍ତ୍ର – ‘ନାଗରିକ ଦେବୋଭବ’କୁ ପୁନର୍ବାର ଉଲ୍ଲେଖ କରିଥିଲେ। ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ ଯେ, ଯେଉଁମାନେ ପୂର୍ବରୁ କେବେ ସ୍ୱୀକୃତି ପାଇନଥିଲେ ସେମାନେ ଏବେ ମୋଦୀଙ୍କ ଦ୍ୱାରା ସମ୍ମାନିତ। ସେ ଉଲ୍ଲେଖ କରିଥିଲେ ଯେ, ବିରୋଧୀ ଶାସନ ସମୟରେ ଅବହେଳିତ ଉତ୍ତର-ପୂର୍ବାଞ୍ଚଳ ୨୦୧୪ ପରେ ବିକାଶ ପ୍ରାଥମିକତାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଏହି ଅଞ୍ଚଳର ବିକାଶ ପାଇଁ ବଜେଟ ବହୁଗୁଣିତ ହୋଇଥିଲା, ଏବଂ ଶେଷ ମାଇଲ ସଂଯୋଗ ଏବଂ ବିତରଣକୁ ଆମ ପ୍ରଶାସନର ପ୍ରମୁଖ ପରିଚୟ କରାଯାଇଥିଲା। ସେ ଆହୁରି ଦୃଢ଼ୋକ୍ତି କରିଥିଲେ ଯେ ଶାସନ ଆଉ ଦିଲ୍ଲୀ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଅଧିକାରୀ ଏବଂ ମନ୍ତ୍ରୀମାନଙ୍କୁ ବାରମ୍ବାର ଉତ୍ତର-ପୂର୍ବାଞ୍ଚଳ ଗସ୍ତ କରିବାକୁ ପଡିବ ଏବଂ ରହିବାକୁ ପଡିବ।

ଶ୍ରୀ ମୋଦୀ କହିଥିଲେ, ପୂର୍ବ ସରକାରଙ୍କ ଶାସନ କାଳରେ ଜଣେ କେନ୍ଦ୍ରମନ୍ତ୍ରୀ ପ୍ରତି ଦୁଇରୁ ତିନି ମାସରେ କେବଳ ଥରେ ଉତ୍ତର-ପୂର୍ବ ଗସ୍ତ କରୁଥିଲେ । ଆମ ସରକାର ସମ୍ପୂର୍ଣ୍ଣ ଭାବେ ଏହାର ବିପରୀତ, କେନ୍ଦ୍ର ମନ୍ତ୍ରୀମାନେ ୮୦୦ରୁ ଅଧିକ ଥର ଉତ୍ତର-ପୂର୍ବ ଗସ୍ତ କରିଛନ୍ତି। ସେ ଗୁରୁତ୍ୱାରୋପ କରିଥିଲେ ଯେ ଏହି ଗସ୍ତ ପ୍ରତୀକାତ୍ମକ ନୁହେଁ; ମନ୍ତ୍ରୀମାନେ ରାତ୍ରୀଯାପନ କରି ଏହି ଅଞ୍ଚଳ ସହିତ ଅର୍ଥପୂର୍ଣ୍ଣ ଭାବରେ ଜଡିତ ହେବା ପାଇଁ ପ୍ରୟାସ କରନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେ ନିଜେ ୭୦ରୁ ଅଧିକ ଥର ଉତ୍ତର-ପୂର୍ବ ଗସ୍ତ କରିଛନ୍ତି, ଗତ ସପ୍ତାହରେ ସେ ମିଜୋରାମ, ମଣିପୁର ଏବଂ ଆସାମ ଯାତ୍ରା କରିଥିଲେ ଏବଂ ଗୌହାଟୀରେ ରାତ୍ରୀଯାପନ କରିଥିଲେ। ସେ ଉତ୍ତର-ପୂର୍ବ ପ୍ରତି ତାଙ୍କର ଗଭୀର ସ୍ନେହ ପ୍ରକାଶ କରି କହିଥିଲେ ଯେ ତାଙ୍କ ସରକାର ଭାବନାତ୍ମକ ବ୍ୟବଧାନକୁ ଦୂର କରିଛି ଏବଂ ଦିଲ୍ଲୀକୁ ଲୋକଙ୍କ ନିକଟତର କରିଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉତ୍ତର-ପୂର୍ବର ଆଠଟି ରାଜ୍ୟ ଅଷ୍ଟଲକ୍ଷ୍ମୀ ଭାବରେ ପୂଜିତ, ତେଣୁ ବିକାଶ ଯାତ୍ରାରେ ପଛରେ ରହିହେବ ନାହିଁ। ସେ ଗୁରୁତ୍ୱାରୋପ କରି କହିଥିଲେ ଯେ କେନ୍ଦ୍ର ସରକାର ଏହି ଅଞ୍ଚଳର ପ୍ରଗତି ପାଇଁ ପର୍ଯ୍ୟାପ୍ତ ପାଣ୍ଠି ଆବଣ୍ଟନ କରୁଛନ୍ତି। ଏକ ଉଦାହରଣ ଦେଇ ସେ ବ୍ୟାଖ୍ୟା କରିଥିଲେ ଯେ, କେନ୍ଦ୍ର ଦ୍ୱାରା ସଂଗୃହୀତ ଟିକସର ଏକ ଅଂଶ ରାଜ୍ୟଗୁଡ଼ିକୁ ବଣ୍ଟନ କରାଯାଏ। ପୂର୍ବ ଶାସନ ସମୟରେ, ଅରୁଣାଚଳ ପ୍ରଦେଶ ଦଶ ବର୍ଷ ମଧ୍ୟରେ କେନ୍ଦ୍ରୀୟ ଟିକସରୁ ମାତ୍ର ୬୦୦୦ କୋଟି ଟଙ୍କା ପାଇଥିଲା। ଏହାର ବିପରୀତ ଆମ ସରକାରଙ୍କ ଅଧୀନରେ, ଅରୁଣାଚଳ ସେହି ସମୟ ମଧ୍ୟରେ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ପାଇଛି – ୧୬ ଗୁଣ ଅଧିକ, ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ । ସେ ସ୍ପଷ୍ଟ କରିଥିଲେ ଯେ ଏହି ସଂଖ୍ୟା କେବଳ ଟିକସ ଅଂଶ ସହିତ ଜଡିତ, ଏବଂ ଏଥିରେ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଏବଂ ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପ ଅଧୀନରେ ଅତିରିକ୍ତ ଖର୍ଚ୍ଚ ଅନ୍ତର୍ଭୁକ୍ତ ନୁହେଁ। ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ ଯେ ଏହି କାରଣରୁ ଆଜି ଅରୁଣାଚଳ ଏତେ ବ୍ୟାପକ ଏବଂ ଦ୍ରୁତ ବିକାଶର ସାକ୍ଷୀ ହେଉଛି।

ଯେତେବେଳେ ଉଦ୍ଦେଶ୍ୟ ମହତ୍ ଏବଂ ପ୍ରୟାସ ସଚ୍ଚୋଟ ହୁଏ, ଫଳାଫଳ ଦୃଶ୍ୟମାନ ହୁଏ ବୋଲି ଗୁରୁତ୍ୱ ଦେଇ ଶ୍ରୀ ମୋଦୀ କହିଥିଲେ ଯେ ଉତ୍ତର-ପୂର୍ବାଞ୍ଚଳ ଦେଶର ବିକାଶରେ ଏକ ପ୍ରେରଣାଦାୟକ ଶକ୍ତି ଭାବରେ ଉଭା ହେଉଛି, ଯାହାର ଲକ୍ଷ୍ୟ ସୁଶାସନ ଉପରେ ରହିଛି। ସେ ଦୃଢ଼ ଭାବରେ କହିଥିଲେ ଯେ ତାଙ୍କ ସରକାର ପାଇଁ ନାଗରିକଙ୍କ କଲ୍ୟାଣ ଅପେକ୍ଷା ଆଉ କିଛି ଗୁରୁତ୍ୱପୂର୍ଣ୍ଣ ନୁହେଁ। ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ଯେ ଜୀବନକୁ ସହଜ କରିବା ପାଇଁ, ସରକାର ଜୀବନଧାରଣର ସହଜତା ଉପରେ କାର୍ଯ୍ୟ କରୁଛନ୍ତି; ଯାତ୍ରା ଅସୁବିଧା ହ୍ରାସ କରିବା ପାଇଁ, ଯାତ୍ରାର ସହଜତା; ସ୍ୱାସ୍ଥ୍ୟସେବା ଉପଲବ୍ଧତାକୁ ଉନ୍ନତ କରିବା, ଚିକିତ୍ସାର ସହଜତା; ଶିକ୍ଷାକୁ ସମର୍ଥନ କରିବା ପାଇଁ, ଶିକ୍ଷାର ସହଜତା; ଏବଂ ବ୍ୟବସାୟକୁ ସୁଗମ କରିବା ପାଇଁ, ବ୍ୟବସାୟ କରିବାର ସହଜତା ଉପରେ କାର୍ଯ୍ୟ କରାଯାଉଛି। ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ଯେ କେନ୍ଦ୍ର ଏବଂ ରାଜ୍ୟରେ ସେମାନଙ୍କର ସରକାରଗୁଡ଼ିକ ଏହି ଲକ୍ଷ୍ୟଗୁଡ଼ିକୁ ସକ୍ରିୟ ଭାବରେ ଅନୁସରଣ କରୁଛନ୍ତି। ଯେଉଁ ଅଞ୍ଚଳରେ ରାସ୍ତାଗୁଡ଼ିକ ପୂର୍ବରୁ ଅକଳ୍ପନୀୟ ଥିଲା, ସେଠାରେ ଏବେ ଗୁଣାତ୍ମକ ରାଜପଥ ନିର୍ମାଣ ହେଉଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେଲା ଟନେଲ୍ ଭଳି ଭିତ୍ତିଭୂମି, ଯାହାକୁ ପୂର୍ବରୁ ଅସମ୍ଭବ ବୋଲି ବିବେଚନା କରାଯାଉଥିଲା, ତାହା ଏବେ ଅରୁଣାଚଳର ପ୍ରଗତିରେ ଏକ ପ୍ରତୀକ ପାଲଟିଛି।

କେନ୍ଦ୍ର ସରକାର ଅରୁଣାଚଳ ପ୍ରଦେଶ ଏବଂ ଉତ୍ତର-ପୂର୍ବର ଦୁର୍ଗମ ଅଞ୍ଚଳରେ ହେଲିପୋର୍ଟ ପ୍ରତିଷ୍ଠା କରିବା ପାଇଁ କାର୍ଯ୍ୟ କରୁଥିବା ଉପରେ ସେ ଆଲୋକପାତ କରିଥିଲେ । ଏହି ଅଞ୍ଚଳଗୁଡ଼ିକୁ ଉଡାନ ଯୋଜନାରେ ସଂଯୁକ୍ତ କରାଯାଉଥିବା କଥା ଶ୍ରୀ ମୋଦୀ ଉଲ୍ଲେଖ କରି କହିଥିଲେ ଯେ ହୋଲୋଙ୍ଗି ବିମାନବନ୍ଦରରେ ଏକ ନୂତନ ଟର୍ମିନାଲ କୋଠା ନିର୍ମାଣ କରାଯାଇଛି, ଯାହା ବର୍ତ୍ତମାନ ଦିଲ୍ଲୀକୁ ସିଧାସଳଖ ବିମାନ ସେବା ପ୍ରଦାନ କରୁଛି। ଏହି ବିକାଶ କେବଳ ନିୟମିତ ଯାତ୍ରୀ, ଛାତ୍ର ଏବଂ ପର୍ଯ୍ୟଟକଙ୍କୁ ଲାଭ ପହଞ୍ଚାଇବ ନାହିଁ, ବରଂ ସ୍ଥାନୀୟ ଚାଷୀ ଏବଂ କ୍ଷୁଦ୍ର ଶିଳ୍ପକୁ ମଧ୍ୟ ସହାୟତା କରିବ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶର ପ୍ରମୁଖ ବଜାରକୁ ଫଳ, ପନିପରିବା ଏବଂ ଅନ୍ୟାନ୍ୟ ଉତ୍ପାଦ ପରିବହନ ବର୍ତ୍ତମାନ ବହୁତ ସହଜ ହୋଇଯାଇଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶ ୨୦୪୭ ସୁଦ୍ଧା ଏକ ବିକଶିତ ଦେଶ ହେବା ଲକ୍ଷ୍ୟ ପାଇଁ ମିଳିତ ଭାବରେ କାର୍ଯ୍ୟ କରୁଛି, ଏବଂ ପ୍ରତ୍ୟେକ ରାଜ୍ୟ ଏହି ଜାତୀୟ ଉଦ୍ଦେଶ୍ୟ ସହିତ ଅଗ୍ରଗତି କଲେ ହିଁ ଏହି ଦୃଷ୍ଟିକୋଣ ସାକାର ହୋଇପାରିବ। ଏହି ଲକ୍ଷ୍ୟ ହାସଲ କରିବାରେ ଉତ୍ତର-ପୂର୍ବାଞ୍ଚଳ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି ବୋଲି ସେ ସନ୍ତୋଷ ପ୍ରକାଶ କରିଥିଲେ। ବିଦ୍ୟୁତ୍ କ୍ଷେତ୍ରକୁ ଏକ ପ୍ରମୁଖ ଉଦାହରଣ ଭାବରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ୨୦୩୦ ସୁଦ୍ଧା ସୌର, ପବନ ଏବଂ ଜଳବିଦ୍ୟୁତ ସମେତ ଅଣ-ପାରମ୍ପରିକ ଉତ୍ସରୁ ୫୦୦ ଗିଗାୱାଟ ବିଦ୍ୟୁତ୍ ଉତ୍ପାଦନ କରିବାର ଲକ୍ଷ୍ୟ ରଖିଛି। ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ ଅରୁଣାଚଳ ପ୍ରଦେଶ ଏହି ମିଶନରେ ସକ୍ରିୟ ଭାବରେ ଯୋଗଦାନ ଦେଉଛି। ସେ ଦୁଇଟି ନୂତନ ବିଦ୍ୟୁତ୍ ପ୍ରକଳ୍ପ ପାଇଁ ଶିଳାନ୍ୟାସ ଘୋଷଣା କରିଥିଲେ ଯାହା ଅରୁଣାଚଳର ଶକ୍ତି ଉତ୍ପାଦକ ଭାବରେ ସ୍ଥିତିକୁ ସୁଦୃଢ଼ କରିବ, ହଜାର ହଜାର ଯୁବକଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବ ଏବଂ ବିକାଶମୂଳକ କାର୍ଯ୍ୟକଳାପ ପାଇଁ ସୁଲଭ ବିଦ୍ୟୁତ୍ ଯୋଗାଇବ। ପ୍ରଧାନମନ୍ତ୍ରୀ ବିରୋଧୀ ଦଳର କଷ୍ଟକର ବିକାଶ ପ୍ରକଳ୍ପଗୁଡ଼ିକୁ ସ୍ଥଗିତ ରଖିବାର ଦୀର୍ଘକାଳୀନ ପ୍ରବୃତ୍ତିକୁ ସମାଲୋଚନା କରିଥିଲେ, ଯାହା ଅରୁଣାଚଳ ଏବଂ ସମଗ୍ର ଉତ୍ତର-ପୂର୍ବକୁ ପ୍ରତିକୂଳ ଭାବରେ ପ୍ରଭାବିତ କରିଛି। ସେ କହିଥିଲେ ଯେ ଚ୍ୟାଲେଞ୍ଜିଂ ଭୂଖଣ୍ଡ – ପାର୍ବତ୍ୟାଞ୍ଚଳ ଅଞ୍ଚଳ, ଜଙ୍ଗଲ ଅଞ୍ଚଳ – ପ୍ରାୟତଃ ବିରୋଧୀଙ୍କ ଦ୍ୱାରା ପଛୁଆ ଏବଂ ଅବହେଳିତ ଭାବରେ ଚିହ୍ନିତ ହୋଇଥାଏ। ଶ୍ରୀ ମୋଦୀ କହିଛନ୍ତି ଯେ ଉତ୍ତର-ପୂର୍ବର ଆଦିବାସୀ ଅଞ୍ଚଳ ଏବଂ ଜିଲ୍ଲାଗୁଡ଼ିକ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ସୀମାନ୍ତ ଗ୍ରାମଗୁଡ଼ିକୁ ଶେଷ ଗ୍ରାମ ଭାବରେ ଖାରଜ କରାଯାଇଥିଲା, ଯାହା ପୂର୍ବ ସରକାରମାନଙ୍କୁ ଦାୟିତ୍ୱ ଏଡାଇବାକୁ ଏବଂ ସେମାନଙ୍କର ବିଫଳତାକୁ ଲୁଚାଇବାକୁ ଅନୁମତି ଦେଇଥିଲା। ଏହି ଅବହେଳା ଆଦିବାସୀ ଏବଂ ସୀମାନ୍ତ ଅଞ୍ଚଳରୁ ଲୋକଙ୍କର ସ୍ଥାନାନ୍ତରକୁ ଜାରି ରଖିଥିଲା।

ଆଞ୍ଚଳିକ ବିକାଶ ପ୍ରତି ତାଙ୍କର ପୂର୍ବ ଆଭିମୁଖ୍ୟରେ ପରିବର୍ତ୍ତନକୁ ଉଲ୍ଲେଖ କରି ଶ୍ରୀ ମୋଦୀ କହିଛନ୍ତି ଯେ ପୂର୍ବ ସରକାରମାନଙ୍କ ଦ୍ୱାରା ପଛୁଆ ଭାବରେ ବିବେଚିତ ଜିଲ୍ଲାଗୁଡ଼ିକୁ ବର୍ତ୍ତମାନ ଆକାଂକ୍ଷୀ ଜିଲ୍ଲା ଭାବରେ ପୁନଃପରିଭାଷିତ କରାଯାଇଛି ଏବଂ ବିକାଶ ପାଇଁ ପ୍ରାଥମିକତା ଦିଆଯାଇଛି। ସୀମାନ୍ତ ଗ୍ରାମଗୁଡ଼ିକୁ, ଯାହାକୁ ଥରେ ଶେଷ ଗ୍ରାମ ଭାବରେ ବିବେଚନା କରାଯାଇଥିଲା, ଏବେ ଦେଶର ପ୍ରଥମ ଗ୍ରାମ ଭାବରେ ସ୍ୱୀକୃତି ଦିଆଯାଇଛି। ପ୍ରଧାନମନ୍ତ୍ରୀ ଏହି ପରିବର୍ତ୍ତନର ସକାରାତ୍ମକ ଫଳାଫଳ ଉପରେ ଆଲୋକପାତ କରିଥିଲେ ଏବଂ ସୀମାନ୍ତ ଅଞ୍ଚଳରେ ବିକାଶର ଦ୍ରୁତ ଗତି ଉଲ୍ଲେଖ କରିଥିଲେ। ଭାଇବ୍ରାଣ୍ଟ ଗ୍ରାମ କାର୍ଯ୍ୟକ୍ରମର ସଫଳତା ଜୀବନର ଗୁଣବତ୍ତାରେ ଯଥେଷ୍ଟ ଉନ୍ନତି ଆଣିଛି। କେବଳ ଅରୁଣାଚଳ ପ୍ରଦେଶରେ, ୪୫୦ରୁ ଅଧିକ ସୀମାନ୍ତ ଗ୍ରାମ ଦ୍ରୁତ ବିକାଶ ଦେଖିଛନ୍ତି, ବର୍ତ୍ତମାନ ରାସ୍ତା, ବିଦ୍ୟୁତ୍ ଏବଂ ଇଣ୍ଟରନେଟ୍ ଭଳି ଆବଶ୍ୟକୀୟ ଭିତ୍ତିଭୂମି ପ୍ରଦାନ କରୁଛନ୍ତି। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ସୀମାନ୍ତ ଅଞ୍ଚଳରୁ ସହରକୁ ସ୍ଥାନାନ୍ତର ପୂର୍ବରୁ ସାଧାରଣ ଥିଲା, କିନ୍ତୁ ଏହି ଗ୍ରାମଗୁଡ଼ିକ ଏବେ ପର୍ଯ୍ୟଟନର ନୂତନ କେନ୍ଦ୍ର ଭାବରେ ଉଭା ହେଉଛି।

ଅରୁଣାଚଳ ପ୍ରଦେଶର ଅପାର ପର୍ଯ୍ୟଟନ ସମ୍ଭାବନା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ନୂତନ କ୍ଷେତ୍ର ସହିତ ସଂଯୋଗ ବୃଦ୍ଧି ପାଇବା ସହିତ ପର୍ଯ୍ୟଟନ ମଧ୍ୟ ନିରନ୍ତର ବୃଦ୍ଧି ପାଉଛି। ଗତ ଦଶନ୍ଧିରେ ଅରୁଣାଚଳକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇଥିବା ନେଇ ସେ ସନ୍ତୋଷ ପ୍ରକାଶ କରିଥିଲେ। ସମ୍ମିଳନୀ ଏବଂ କନସର୍ଟ ପର୍ଯ୍ୟଟନରେ ବିଶ୍ୱ ଅଭିବୃଦ୍ଧି ସମ୍ପର୍କରେ ଉଲ୍ଲେଖ କରି ସେ କହିଥିଲେ ଯେ ଅରୁଣାଚଳର ପର୍ଯ୍ୟଟନ ଶକ୍ତି ପ୍ରକୃତି ଏବଂ ସଂସ୍କୃତିଠାରୁ ଅଧିକ। ଏହି ପରିପ୍ରେକ୍ଷୀରେ, ଶ୍ରୀ ମୋଦୀ ଘୋଷଣା କରିଥିଲେ ଯେ ତୱାଙ୍ଗରେ ନିର୍ମିତ ଆଧୁନିକ ସମ୍ମିଳନୀ କେନ୍ଦ୍ର ରାଜ୍ୟର ପର୍ଯ୍ୟଟନ ପରିଦୃଶ୍ୟରେ ଏକ ନୂତନ ପରିମାଣ ଯୋଡ଼ିବ। ସେ କହିଥିଲେ ଯେ ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଭାଇବ୍ରାଣ୍ଟ ଗ୍ରାମ କାର୍ଯ୍ୟକ୍ରମ ସୀମାନ୍ତ ଗ୍ରାମଗୁଡ଼ିକ ପାଇଁ ଏକ ମାଇଲଖୁଣ୍ଟ ପ୍ରମାଣିତ ହେଉଛି, ଯାହା ଅରୁଣାଚଳର ବିକାଶରେ ଯଥେଷ୍ଟ ସହାୟକ ହେଉଛି।

ଆଜି ଅରୁଣାଚଳ ପ୍ରଦେଶରେ ଦେଖାଯାଉଥିବା ଦ୍ରୁତ ବିକାଶ ଦିଲ୍ଲୀ ଏବଂ ଇଟାନଗର ଉଭୟରେ ତାଙ୍କ ସରକାର କରୁଥିବା କାର୍ଯ୍ୟର ପରିଣାମ ବୋଲି ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସ ବିକାଶରେ ଲାଗିଛି। ସେ କର୍କଟ ପ୍ରତିଷ୍ଠାନର ନିର୍ମାଣ ଏବଂ ଏହି ଅଞ୍ଚଳରେ ମେଡିକାଲ କଲେଜ ପ୍ରତିଷ୍ଠାର ଉଦଘାଟନ ବିଷୟରେ ଉଲ୍ଲେଖ କରିଥିଲେ। ଶ୍ରୀ ମୋଦୀ କହିଥିଲେ ଯେ ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ଅଗଣିତ ନାଗରିକ ମାଗଣା ଚିକିତ୍ସା ପାଇଛନ୍ତି। ସେ ଗୁରୁତ୍ୱାରୋପ କରିଥିଲେ ଯେ କେନ୍ଦ୍ର ଏବଂ ରାଜ୍ୟ ଉଭୟ ସ୍ତରରେ ତାଙ୍କ ସରକାରଙ୍କ ପ୍ରୟାସ ଯୋଗୁଁ ଏହି ସଫଳତା ସମ୍ଭବ ହୋଇପାରିଛି।

କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପ୍ରୟାସ ଉପରେ ଆଲୋକପାତ କରି ଶ୍ରୀ ମୋଦୀ କହିଥିଲେ ଯେ ଅରୁଣାଚଳ ପ୍ରଦେଶ କୃଷି ଏବଂ ଉଦ୍ୟାନ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି କରୁଛି। ସେ କହିଥିଲେ ଯେ କିୱି, କମଳା, କଞ୍ଚାଲଙ୍କା ଏବଂ ପଣସ ଭଳି ସ୍ଥାନୀୟ ଉତ୍ପାଦ ରାଜ୍ୟକୁ ଏକ ନୂତନ ପରିଚୟ ଦେଉଛି। ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଏହି ଅଞ୍ଚଳର ଚାଷୀମାନଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହେଉଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ମା, ଭଉଣୀ ଏବଂ ଝିଅମାନଙ୍କୁ ସଶକ୍ତ କରିବା ତାଙ୍କ ସରକାରଙ୍କର ଏକ ପ୍ରମୁଖ ପ୍ରାଥମିକତା। ସେ ସାରା ଦେଶରେ ତିନି କୋଟି ଲକ୍ଷପତି ଦିଦି ସୃଷ୍ଟି କରିବାର ତାଙ୍କର ମିଶନକୁ ଦୋହରାଇଥିଲେ ଏବଂ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଏବଂ ତାଙ୍କ ଦଳ ସକ୍ରିୟ ଭାବରେ ଏହି ମିଶନକୁ ଅନୁସରଣ କରୁଥିବାରୁ ସନ୍ତୋଷ ପ୍ରକାଶ କରିଥିଲେ। ସେ ରାଜ୍ୟରେ ଅନେକ କର୍ମଜୀବୀ ମହିଳା ଛାତ୍ରାବାସର ଶୁଭାରମ୍ଭ ମଧ୍ୟ ଉଲ୍ଲେଖ କରିଥିଲେ, ଯାହା ଯୁବତୀମାନଙ୍କୁ ବହୁତ ଲାଭ ଦେବ।

କାର୍ଯ୍ୟକ୍ରମରେ ମହିଳାମାନଙ୍କ ବିପୁଳ ସଂଖ୍ୟାରେ ଯୋଗଦାନକୁ ପ୍ରଶଂସା କରି ଏବଂ ଜିଏସଟି ସଞ୍ଚୟ ମହୋତ୍ସବ ପାଇଁ ପୁଣିଥରେ ସେମାନଙ୍କୁ ଅଭିନନ୍ଦନ ଜଣାଇ ଶ୍ରୀ ମୋଦୀ କହିଛନ୍ତି ଯେ ଜିଏସଟି ସଂସ୍କାରର ପରବର୍ତ୍ତୀ ପିଢ଼ି ସେମାନଙ୍କ ଉପରେ ଗଭୀର ପ୍ରଭାବ ପକାଇବ। ସେ କହିଛନ୍ତି ଯେ ପରିବାରମାନେ ଏବେ ସେମାନଙ୍କର ମାସିକ ବଜେଟରେ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ଅନୁଭବ କରିବେ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ରୋଷେଇ ଘରର ଉପକରଣ, ପିଲାମାନଙ୍କ ଶିକ୍ଷା ସାମଗ୍ରୀ, ପାଦୁକା ଏବଂ ପୋଷାକ ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀ ଏବେ ଅଧିକ ସୁଲଭ ହୋଇଛି।

ନାଗରିକମାନଙ୍କୁ ୨୦୧୪ ପୂର୍ବ ଯୁଗକୁ ମନେ ପକାଇବାକୁ ଆହ୍ୱାନ କରି ଏବଂ ସେହି ସମୟର ଅନେକ ଚ୍ୟାଲେଞ୍ଜ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ମୁଦ୍ରାସ୍ଫୀତି ଆକାଶଛୁଆଁ ହେଉଥିଲା, ବଡ଼ ବଡ଼ ଘୋଟାଲା ହେଉଥିଲା ଏବଂ ତତ୍କାଳୀନ ସରକାର ଜନସାଧାରଣଙ୍କ ଉପରେ ଟିକସ ବୋଝକୁ କ୍ରମାଗତ ଭାବରେ ବୃଦ୍ଧି କରୁଥିଲା। ସେ କହିଛନ୍ତି ଯେ ୨୦୧୪ ପୂର୍ବରୁ ସରକାରରେ ବାର୍ଷିକ ୨ ଲକ୍ଷ ଟଙ୍କା ଆୟ ଉପରେ ମଧ୍ୟ ଆୟକର ଲାଗୁ କରାଯାଉଥିଲା ଏବଂ ଅନେକ ଅତ୍ୟାବଶ୍ୟକୀୟ ସାମଗ୍ରୀ ଉପରେ ୩୦ ପ୍ରତିଶତରୁ ଅଧିକ ହାରରେ ଟିକସ ଲାଗୁ ହେଉଥିଲା।

ନାଗରିକଙ୍କ ଆୟ ଏବଂ ସଞ୍ଚୟ ବୃଦ୍ଧି ପାଇଁ ତାଙ୍କର ପ୍ରତିବଦ୍ଧତାକୁ ମନେ ପକାଇ ଶ୍ରୀ ମୋଦୀ କହିଥିଲେ ଯେ ବର୍ଷ ବର୍ଷ ଧରି ଗୁରୁତ୍ୱପୂର୍ଣ୍ଣ ଚ୍ୟାଲେଞ୍ଜର ସମ୍ମୁଖୀନ ହେବା ସତ୍ତ୍ୱେ, ତାଙ୍କ ସରକାର ଆୟକର ହାରକୁ ନିରନ୍ତର ହ୍ରାସ କରିଛି। ଏହି ବର୍ଷ, ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ଆୟକୁ ସମ୍ପୂର୍ଣ୍ଣ ଭାବରେ ଟିକସ ମୁକ୍ତ କରାଯାଇଛି। ସେ ଘୋଷଣା କରିଥିଲେ ଯେ ଜିଏସଟି ବର୍ତ୍ତମାନ କେବଳ ଦୁଇଟି ସ୍ଲାବରେ ସୀମିତ ହୋଇଛି – ୫ ପ୍ରତିଶତ ଏବଂ ୧୮ ପ୍ରତିଶତ। ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଛନ୍ତି ଯେ ଅନେକ ସାମଗ୍ରୀ ଟିକସମୁକ୍ତ ହୋଇଛି, ଏବଂ ଅନ୍ୟମାନଙ୍କ ଉପରେ ଟିକସ ଯଥେଷ୍ଟ ହ୍ରାସ ପାଇଛି। ସେ ପ୍ରକାଶ କରିଛନ୍ତି ଯେ ଘର ନିର୍ମାଣ, ସ୍କୁଟର କିମ୍ବା ବାଇକ୍ କିଣିବା, ବାହାରେ ଖାଇବା ଏବଂ ଭ୍ରମଣ କରିବା ସମସ୍ତ ଅଧିକ ସୁଲଭ ହୋଇଛି। ସେ କହିଛନ୍ତି ଯେ ଜିଏସଟି ସଞ୍ଚୟ ମହୋତ୍ସବ ଲୋକଙ୍କ ପାଇଁ ଏକ ସ୍ମରଣୀୟ ସଫଳତା ହେବ।

ଅରୁଣାଚଳ ପ୍ରଦେଶର ଦେଶପ୍ରେମର ମନୋଭାବକୁ ପ୍ରଶଂସା କରି ଶ୍ରୀ ମୋଦୀ କହିଛନ୍ତି ଯେ ଏଠାକାର ଲୋକମାନେ ନମସ୍ତେ ପୂର୍ବରୁ ଜୟହିନ୍ଦ କୁହନ୍ତି ଏବଂ ଦେଶକୁ ନିଜ ଉପରେ ରଖନ୍ତି। ସେ ଗୁରୁତ୍ୱାରୋପ କରିଛନ୍ତି ଯେ ଦେଶ ସାମୂହିକ ଭାବରେ ଏକ ବିକଶିତ ଭାରତ ନିର୍ମାଣ ପାଇଁ ପ୍ରୟାସ କରୁଥିବାରୁ, ସ୍ୱାବଲମ୍ବନ ପାଇଁ ଜାତୀୟ ଆଶା ମଧ୍ୟ ବୃଦ୍ଧି ପାଉଛି। ସେ କହିଛନ୍ତି ଯେ ଭାରତ କେବଳ ସେତେବେଳେ ବିକାଶ କରିବ ଯେତେବେଳେ ଏହା ଆତ୍ମନିର୍ଭରଶୀଳ ହେବ, ଏବଂ ଏଥିପାଇଁ ସ୍ୱଦେଶୀ ମନ୍ତ୍ର ଜରୁରୀ। ପ୍ରଧାନମନ୍ତ୍ରୀ ନାଗରିକମାନଙ୍କୁ ସ୍ୱଦେଶୀକୁ ଗ୍ରହଣ କରିବାକୁ ଆହ୍ୱାନ କରିଥିଲେ, କେବଳ ଭାରତରେ ନିର୍ମିତ ଉତ୍ପାଦ କ୍ରୟ ଏବଂ ବିକ୍ରୟର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ସେଗୁଡ଼ିକୁ ସ୍ୱଦେଶୀ ଭାବରେ ଗର୍ବର ସହିତ ଘୋଷଣା କରିଥିଲେ। ସେ କହିଥିଲେ ଯେ ଏହି ମନ୍ତ୍ର ଅନୁସରଣ କରିବା ଦ୍ୱାରା ଦେଶ, ଅରୁଣାଚଳ ପ୍ରଦେଶ ଏବଂ ସମଗ୍ର ଉତ୍ତର-ପୂର୍ବାଞ୍ଚଳର ବିକାଶ ତ୍ୱରାନ୍ୱିତ ହେବ। ସେ ସମ୍ପ୍ରତି ଆରମ୍ଭ ହୋଇଥିବା ବିକାଶ ପ୍ରକଳ୍ପ ପାଇଁ ଶୁଭେଚ୍ଛା ଜଣାଇ ତାଙ୍କ ଭାଷଣ ଶେଷ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅରୁଣାଚଳ ପ୍ରଦେଶ ରାଜ୍ୟପାଳ ଲେଫ୍ଟନାଣ୍ଟ ଜେନେରାଲ କେ.ଟି. ପରନାୟକ (ଅବସରପ୍ରାପ୍ତ), ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ପେମା ଖାଣ୍ଡୁ, କେନ୍ଦ୍ର ମନ୍ତ୍ରୀ ଶ୍ରୀ କିରେନ ରିଜିଜୁ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।

—————

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ

You Might Also Like

ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ମଧ୍ୟରେ ସାକ୍ଷାତ୍ ଆଲୋଚନା
ସିକିମରୁ ଦୋରଜି ତଶୋରିଙ୍ଗ ଲେପଚାଙ୍କୁ ରାଜ୍ୟସଭା ପ୍ରାର୍ଥୀ କଲା ବିଜେପି
ମିଆଁମାର ତାଲିମପ୍ରାପ୍ତ ପ୍ରିପାକ ଉଗ୍ରବାଦୀ ଇମ୍ଫାଲ ପୂର୍ବରୁ ଗିରଫ
ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଜୁଏଲ ଓରାମ
ଆଇଟିବିପି ପ୍ରତିଷ୍ଠା ଦିବସର ଶୁଭେଚ୍ଛା ଜଣାଇଲେ ପିଏମ ମୋଦି | BulletsIn

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article ଜିଲ୍ଲା ସ୍ତରୀୟ ଆସ ସ୍କୁଲ ଯିବାପଦଯାତ୍ରା
Next Article ରାସ୍ତା ନିର୍ମାଣ ଦାବିରେ ରାସ୍ତାରୋକ – Hindusthan Samachar Odia
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ଭାରତୀୟ ଶେୟାର ବଜାରରେ ରୁପି ମାନ୍ଦାବସ୍ଥା ଓ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡ୍ ମାର୍କେଟ ଖୋଲିଲା
Business
May 23, 2026
ମହାରାଷ୍ଟ୍ରର ପଦକ୍ଷେପ ପରେ ବିମାନ ଇନ୍ଧନ ଉପରେ ଟିକସ ହ୍ରାସ ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
National
May 23, 2026
ଆର୍ଥିକ ଦୃଷ୍ଟିରୁ ଉନ୍ନତ ଓବିସି ପରିବାରଙ୍କ ପାଇଁ ସଂରକ୍ଷଣ ସୁବିଧା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
National
May 23, 2026
ଆଇପିଏଲ ୨୦୨୬ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ପଞ୍ଜାବ କିଙ୍ଗସ
Sports
May 23, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?