ଜଗଦଲପୁର/ରାୟପୁର, 4 ଡିସେମ୍ବର (ହି.ସ.)- ଛତିଶଗଡ଼ର ବିଜାପୁର ଜିଲ୍ଲାର ଗଙ୍ଗାଲୁର ଅଞ୍ଚଳରେ
ବୁଧବାର ସୁରକ୍ଷାବଳ ଓ ମାଓବାଦୀମାନଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ମୃତ୍ୟୁବରଣ କରିଥିବା
ନକ୍ସଲମାନଙ୍କ ସଂଖ୍ୟା ବଢ଼ି 16 ହୋଇଛି। ଗୁରୁବାର ସୁରକ୍ଷାବଳଙ୍କୁ ଆଉ 4 ମାଓବାଦୀଙ୍କ ମୃତଦେହ
ମିଳିଛି। ଏନେଇ ପୁଲିସ ଡିଆଇଜିକମଲୋଚନ କାଶ୍ୟପ ସୂଚନା ଦେଇଛନ୍ତି।
ଛତିଶଗଡ଼ର ବିଜାପୁର ଜିଲ୍ଲାର ଗଙ୍ଗାଳୁର ଅଞ୍ଚଳରେ ସୁରକ୍ଷାବଳ ଓ
ମାଓବାଦୀ ମଧ୍ୟରେ ହୋଇଥିବା ମୁକାବିଲାରେ ପ୍ରଥମେ 12 ମାଓବାଦୀଙ୍କ ମୃତ୍ୟୁ ହୋଇଥିବା
କୁହାଯାଇଥିଲା, କିନ୍ତୁ ତଲାସୀ
ଅଭିଯାନ ବଢ଼ିବା ପରେ ଏହି ସଂଖ୍ୟା ବଢ଼ି 16 ହୋଇଛି। ସୂତ୍ରମାନଙ୍କ କହିବା ଅନୁସାରେ ମୃତ୍ୟୁ
ସଂଖ୍ୟା ଆହୁରି ବଢ଼ିପାରେ।
ବୁଧବାର ସକାଳୁ ବିଜାପୁର–ଦାନ୍ତେୱାଡ଼ା ବାର୍ଡରର ୱେଷ୍ଟ ବସ୍ତର
ଡିଭିଜନ ଅଞ୍ଚଳରେ ମିଳିତଦଳ ସର୍ଚ୍ଚିଂ କରୁଥିଲେ। ସେହି ସମୟରେ ନକ୍ସଲମାନଙ୍କ ସହ ଭୟଙ୍କର
ମୁକାବିଲା ହୋଇଥିଲା। ଗତକାଲି ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିଥିବା ଏହି ମୁକାବିଲାରେ 12
ନକ୍ସଲମାନଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା।
ଏହି ମୁକାବିଲାରେ ଡିଆରଜିର 3 ଜଣ ଯବାନ ସହିଦ ହୋଇଛନ୍ତି । ପ୍ରଧାନ
ଆରକ୍ଷକ ମୋନୁ ବଡ଼ାଡ଼ୀ,
ଆରକ୍ଷକ ଦୁକାରୁ ଗୋଣ୍ଡେ ଏବଂ ଜବାନ ରମେଶ ସୋଡ଼ୀ। ସେହିପରି 2 ଜଣ ଯବାନ
ଆହତ ହୋଇଛନ୍ତି ।ସେମାନେ ବର୍ତ୍ତମାନ
ବିପଦ ମୁକ୍ତ ଅଛନ୍ତି ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
