
ପ୍ୟୋଙ୍ଗୟାଂଙ୍ଗ, ୧୫ ଜାନୁଆରୀ (ହି.ସ.)- ଉତର କୋରିୟାର ହାଇପରସୋନିକ ବାରହେଡ୍ ଯୁକ୍ତ ମଧ୍ୟବର୍ତି ଦୂରଗାମୀ ଠୋସ୍ – ଇନ୍ଧନ ବାଲାଷ୍ଟିକ୍ ମିଶାଇଲ୍ ପରୀକ୍ଷଣ ଯୋଗୁ କେତେକ ଦେଶର ନିଦ ହଜାଇ ଦେଇଛି । ଏହା ଉପରେ ଉତର କୋରିଆର ଅଫିସିଆଲ କୋରିୟନ ସେଂଟ୍ରାଲ ନ୍ୟୁଜ୍ ଏଜେନ୍ସୀ (କେସିଏନଏ) ପକ୍ଷରୁ କୁହାଯାଇଛି ଯେ, ରବିବାର ଅପରାହ୍ନରେ କରାଯାଇଥିବା ଏହି ଉତକ୍ଷେପଣର ଉଦ୍ଦେଶ୍ୟ ମିଶାଇଲ୍ ର ଠୋସ୍ – ଇନ୍ଧନ ଇଞ୍ଜିନ୍ ର ବିଶ୍ୱସନୀୟତା ଏବଂ ହାଇପରସୋନିକ ବାରହେଡ୍ ର ଗତିଶୀଳ ଉଡ଼ାଣ କ୍ଷମତାର ପରୀକ୍ଷା କରାଯିବା । ଏହି ପରୀକ୍ଷଣ ସଫଳ ହୋଇଛି ।
କେସିଏନଏ ଅନୁସାରେ, ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ ଦ୍ଵାରା କୌଣସି ବି ପଡ଼ୋଶୀ ଦେଶର ସୁରକ୍ଷା ଉପରେ କୌଣସି ପ୍ରଭାବ ପଡିନାହିଁ । ଏହି ପରୀକ୍ଷଣ ପ୍ରତିରକ୍ଷା ବିଜ୍ଞାନ ସଂସ୍ଥାନର ଶକ୍ତିଶାଳୀ ଅସ୍ତ୍ରଶସ୍ତ୍ର ବିକଶିତ କରିବାର ନିୟମିତ ଗତିବିଧିର ଏକ ଅଂଶବିଶେଷ ଅଟେ । ଏହି ପରୀକ୍ଷଣ ଉପରେ ସୋମବାର ଦକ୍ଷିଣ କୋରିଆ ଜୋର୍ ଦେଇଛି । ଜାପାନ ଟୁ ଡେ ର ରିପୋର୍ଟ ଅନୁସାରେ ଦକ୍ଷିଣ କୋରିଆ କହିଛି ଯେ, ଏହି କ୍ଷେପଣାସ୍ତ୍ର ଦୂରସ୍ଥ ଆମେରିକୀୟ ଲକ୍ଷ୍ୟ ଉପରେ ଆକ୍ରମଣ କରିବା ପାଇଁ ଡିଜାଇନ୍ କରାଯାଇଛି । ଏହାଦ୍ଵାରା ଗୁଆମ ଓ ଜାପାନରେ ଥିବା ଆମେରିକାର ସୈନ୍ୟ ଆଡ୍ଡାକକୁ ଟାର୍ଗେଟ୍ କରାଯାଇ ପାରିବ ।
ହିନ୍ଦୁସ୍ଥାନ ସମାଚାର/ପ୍ରଦୀପ୍ତ/ସମନ୍ୱୟ
