– ସ୍ୱର୍ଣ୍ଣ ଜିତିଲେ ୫ ଲକ୍ଷ, ରୌପ୍ୟ ପାଇଁ ୩ ଲକ୍ଷ ଓ ବ୍ରୋଞ୍ଜ ପାଇଁ ୨ ଲକ୍ଷ ମିଳିବ
ଭୁବନେଶ୍ୱର, 21 ଅକ୍ଟୋବର – ଜାତୀୟ କ୍ରୀଡା ପୂର୍ବରୁ କ୍ରୀଡାବିତମାନଙ୍କ ପାଇଁ ପୁରସ୍କାର ଘୋଷଣା କରିଛନ୍ତି ରାଜ୍ୟ ସରକାର । ଖେଳାଳିଙ୍କୁ ଉତ୍ସାହିତ କରିବାକୁ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରସ୍କାର ରାଶି ଘୋଷଣା କରିଛନ୍ତି । ସ୍ୱର୍ଣ୍ଣ ଜିତିଲେ ୫ ଲକ୍ଷ, ରୌପ୍ୟ ପାଇଁ ୩ ଲକ୍ଷ ଓ ବ୍ରୋଞ୍ଜ ପାଇଁ ୨ ଲକ୍ଷ ଲେଖାଏଁ ପୁରସ୍କାର ପ୍ରଦାନ କରାଯିବ । ବ୍ୟକ୍ତିଗତ ଓ ଦଳଗତ ଇଭେଂଟରେ ଏହି ପୁରସ୍କାର ରାଶି ଦିଆଯିବ ।
ଆସନ୍ତା ୨୬ ତାରିଖରୁ ୩୭ତମ ଜାତୀୟ କ୍ରୀଡା ଗୋଆରେ ଆୟୋଜିତ ହେବାକୁ ଯାଉଛି । ଏଥିରେ ଓଡ଼ିଶାରୁ ୩୭ଟି ବର୍ଗରେ ୩ଶହରୁ ଅଧିକ ଖେଳାଳି ଅଂଶଗ୍ରହଣ କରିବେ । ତିନିଶହ ଖେଳାଳିଙ୍କ ମଧ୍ୟରେ ୧୮୦ ଜଣ ମହିଳା କ୍ରୀଡାବିତ ସାମିଲ ଅଛନ୍ତି ।
