
ଭୁବନେଶ୍ୱର, 18 ଅକ୍ଟୋବର (ହି.ସ.) ଭିଜିଲାନ୍ସ ଜାଲରେ କୋଟିପତି କନିଷ୍ଠ ଯନ୍ତ୍ରୀ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଅନୁଗୁଳ, ପାଲଲହଡା ବିଇଓ ଅଫିସର ଜେଇ ପ୍ରସନ୍ନ କୁମାର ପାଣିଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ପ୍ରସନ୍ନଙ୍କର ଖୋର୍ଦ୍ଧା, ଅନୁଗୁଳ ଓ ପୁରୀରେ ଥିବା 9ଟି ସ୍ଥାନରେ ଚଢାଉ କରିଛନ୍ତି ଭିଜିଲାନ୍ସ ଟିମ୍ । ଏହି ଚଢାଉରେ 6ଜଣ ଡିଏସପି, 6ଜଣ ଇନସପେକ୍ଟରଙ୍କ ସମେତ ଆହୁରି କର୍ମଚାରୀ ସାମିଲ ହୋଇଛନ୍ତି । ପ୍ରସନ୍ନଙ୍କର ସୁନ୍ଦରପଦାରେ ଚାରୋଟି ଘର ସମେତ ପାଲଲହଡା ସ୍ଥିତ ଭଡାଘର, ପାଲଲହଡାରେ ଥିବା ଅଫିସ, ନିମାପଡାରେ ଥିବା ବିଲ୍ଡିଂ, ସୁନ୍ଦରପଦାରେ ଥିବା ସମ୍ପର୍କୀୟଙ୍କ ଘର ଉପରେ ଚଢାଉ କରିଛି ଟିମ୍ ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
