ଲକ୍ଷ୍ନୌ, 17 ଅକ୍ଟୋବର (ହି.ସ.) ନବରାତ୍ରୀର ତୃତୀୟ ଦିନରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସୋସିଆଲ ମିଡିଆ ଏକ୍ସରେ ଯୋଗୀ କହିଛନ୍ତି ଯେ, ପିଣ୍ଡଜପ୍ରବରାରୁଢା ଚଣ୍ଡକୋପାସ୍ତ୍ରକୈର୍ଯୁତା । ପ୍ରସାଦଂ ତନୁତେ ମହ୍ୟଂ ଚନ୍ଦ୍ରଘଣ୍ଟେତି ବିଶ୍ରୁତା । ଆଦିଶକ୍ତି ମାଆ ଭଗବତୀଙ୍କ ତୃତୀୟ ସ୍ୱରୂପ ଚନ୍ଦ୍ରଘଣ୍ଟାଙ୍କର ଉପାସନାରେ ପରାକ୍ରମ, ବୀରତା ଓ ନିର୍ଭୟତା ପାଇଁ ଆଶୀର୍ବାଦ ମିଳିଥାଏ । ମାଆ ଚନ୍ଦ୍ରଘଣ୍ଟାଙ୍କ କୃପାରୁ ଦେଶବାସୀ, ଶ୍ରଦ୍ଧାଳୁ ଏବଂ ଭକ୍ତଙ୍କ ସମସ୍ତ ମନୋକାମନା ପୂର୍ଣ୍ଣ ହେଉ ଏହାହିଁ କାମନା କରୁଛି ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
