
ଭୁବନେଶ୍ୱର, 17 ଅକ୍ଟୋବର (ହି.ସ.) ଗଡ଼ଜାତ ଗାନ୍ଧୀ ସାରଙ୍ଗଧର ଦାସଙ୍କ ସ୍ମୃତିଚାରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗଡ଼ଜାତ ଗାନ୍ଧୀ ସାରଙ୍ଗଧର ଦାସଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି। ରାଜ୍ୟରେ ପ୍ରଜା ମଣ୍ଡଳ ଆନ୍ଦୋଳନକୁ ବ୍ୟାପକ କରିବାରେ ତାଙ୍କ ନେତୃତ୍ଵ ଥିଲା ଅଗ୍ରଗଣ୍ୟ। ସମାଜର ଅବହେଳିତ, ନିଷ୍ପେସିତ ଲୋକଙ୍କ ଉନ୍ନତି ପାଇଁ ତାଙ୍କ ଜୀବନବ୍ୟାପୀ ସଂଗ୍ରାମ ସର୍ବଦା ପ୍ରେରଣାର ଉତ୍ସ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
