ଭୁବନେଶ୍ୱର, ୦୧ ଜାନୁୟାରୀ (ହି.ସ)- ଦଳର ଉତରାଧିକାରୀ କିଏ ହେବ ପ୍ରଶ୍ନରେ ଉତର ରଖିଛନ୍ତି ବିଜେଡିର ବରିଷ୍ଠ ନେତା ଅଶୋକ ପଣ୍ଡା । ସେ କହିଛନ୍ତି ନବୀନ ପଟ୍ଟନାୟକ ହିଁ ସବୁ କିଛି। ଯେ ଯାଏ ନବୀନ ଅଛନ୍ତି ସେ ଯାଏ ଅନ୍ୟ କଥା ଆଲୋଚନା କାହିଁକି? କିଏ ଉତରାଧିକାରୀ ହେବ ବା ନହେବ ସେ କଥା ନବୀନ କହିବେ। ନବୀନ ପଟ୍ଟନାୟକ ଆଗରୁ ବି ଏଇଠି କହିଛନ୍ତି ତାଙ୍କ ଉତରାଧିକାରୀ ଓଡିଶା ବାସୀ ବାଛିବେ।
ସେ ଆହୁରି କହିଛନ୍ତି ଦଳ ଏକ, ନେତା ଏକ ,ନେତୃତ୍ୱ ଏକ। ବିଜେଡି, ନବୀନ ପଟ୍ଟନାୟକ ଆମ ପାଇଁ ସବୁ। ଦଳରେ ସବୁ କିଛି ଠିକ୍ ଚାଲିଛି। କୌଣସି ବିବାଦ ନାହିଁ ।
—————
ହିନ୍ଦୁସ୍ଥାନ ସମାଚାର / ବନ୍ଦନା
