ଭୁବନେଶ୍ୱର, 23 ଡିସେମ୍ବର (ହି.ସ.)
ଭୁବନେଶ୍ବର 23 ଡିସେମ୍ବର (ହି.ସ) – ଡିଆ ଖାଦ୍ୟ ସଂସ୍କୃତି ଓ ପରାଂପରା ସମଗ୍ର ବିଶ୍ୱରେ ଅନନ୍ୟ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମାଟିରେ ଭିନ୍ନ ଭିନ୍ନ ପୈାଷ୍ଟିକ ଓ ସ୍ୱାଦଯୁକ୍ତ ଆହାର ଓଡିଆଙ୍କ ଜୀବନଶୈଳୀର ଅଂଶବିଶେଷ । ଓଡିଆ ଖାଦ୍ୟର ପ୍ରଚାର ଓ ପ୍ରସାର ହେବା ନିହାତି ଆବଶ୍ୟକ ରହିଛି । ଏହି ଅବସରରେ ଆସନ୍ତା କାଲିଠାରୁ ଓଡିଶା ମାଟିର ଖାଦ୍ୟ ଏବଂ ଖାଦ୍ୟ ସଂପର୍କିତ ପ୍ରସଙ୍ଗକୁ ନେଇ ରାଜଧାନୀ ଭୁବନେଶ୍ୱର ଖାରବେଳନଗରସ୍ଥିତ ପ୍ରଦର୍ଶନୀ ପଡିଆରେ ପ୍ରଥମ ଥର ପାଇଁ ଆରମ୍ଭ ହେବାକୁ ଯାଉଛି । ଏହି ମହୋତ୍ସବରେ ୧୦୦ ରୁ ଉର୍ଦ୍ଧ୍ୱ ଖାଦ୍ୟ ପ୍ରସ୍ତୁତିକାରୀ ସଂସ୍ଥାମାନେ ଖାଦ୍ୟ ପ୍ରଦର୍ଶନ କରିବେ । ଆଜି ଆରମ୍ଭ ହେବାକୁ ଥିବା ଓଡିଶା ଖାଦ୍ୟର ମହାକୁମ୍ଭ ତଥା ଓଡିଶା ଖାଦ୍ୟ ମହୋତ୍ସବ – ୨୦୨୫ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଆଜି ସଂଧ୍ୟାରେ ଏହି ମହୋତ୍ସବର ଉଦଘାଟନ ହେବ । ଆସନ୍ତା ୨୪ ତାରିଖରୁ ପ୍ରତିଦିନ ସକାଳ ୧୦ ଟାରୁ ଆରମ୍ଭ ରାତ୍ର ୧୦ ଟା ପର୍ଯ୍ୟନ୍ତ ସାଧାରଣ ଜନତା ଏହି ଖାଦ୍ୟ ମହୋତ୍ସବକୁ ଆସି ଓଡିଆ ଖାଦ୍ୟ ସମେତ ବିଭିନ୍ନ ଖାଦ୍ୟ ସଂପର୍କିତ ପ୍ରତିଯୋଗିତା, ଆଲୋଚନାଚକ୍ରରେ ଭାଗ ନେବା ସହିତ ସଂ୍ମାରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିପାରିବେ ।
—————
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ
