ନୂଆଦିଲ୍ଲୀ, 12 ଡିସେମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ତାଙ୍କ ବାସଭବନରେ
ଏନଡତଏର ସାଂସଦଙ୍କୁ ରାତ୍ରୀ ଭୋଜନ ପାଇଁ ନିମନ୍ତ୍ରଣ କରିଥିଲେ । ସାଂସଦ କେତେକ ବସରେ ବସି 7
ଲୋକ କଲ୍ୟାଣ ମାର୍ଗ ସ୍ଥିତ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପହଂଚିଥିଲେ । ବିହାର ବିଧାନସଭାରେ
ଦମଦାର ବିଜୟ ପରେ ଆୟୋଜିତ ଏହି ବିଶେଷ ରାତ୍ରୀ ଭୋଜନରେ ମେନ୍ୟୁ ବି ଦେଶକୁ ଗୋଟିଏ ସୂତ୍ରରୁ
ବାନ୍ଧିବା ପରି ଥିଲା ।
ସୂତ୍ର ଅନୁସାରେ ସମସ୍ତ ସାଂସଦଙ୍କୁ ଛଅ–ସାତ ଜଣିଆ ଟିମରେ ବସାଯାଇଥିଲା
ଏବଂ ପ୍ରତ୍ୟେକ ଟେବୁଲରେ ଜଣେ ମନ୍ତ୍ରୀଙ୍କୁ ମଧ୍ୟ ବସାଯାଇଥିଲା। ପ୍ରଧାନମନ୍ତ୍ରୀ ସବୁ ଟେବୁଲକୁ
ଯାଇ ସାଂସଦମାନଙ୍କ ସହ କଥା ହୋଇଥିଲେ ଏବଂ ସେମାନଙ୍କୁ ସହଜସ୍ଵଭାବରେ ଭୋଜନ କରାଇଥିଲେ। ଭୋଜନ
ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ୍ସରେ ଲେଖିଛନ୍ତି ଯେ, ଗୁରୁବାର ସନ୍ଧ୍ୟା 7, ଲୋକ କଲ୍ୟାଣ
ମାର୍ଗରେ ଅବସ୍ଥିତ ବାସଭବନରେ ଏନ୍ଡିଏ ସାଂସଦମାନଙ୍କୁ ରାତ୍ରି ଭୋଜକୁ ଆମନ୍ତ୍ରଣ କରିବା ବହୁତ
ସୁଖଦ ଅନୁଭବ ଥିଲା। ଏନ୍ଡିଏ ପରିବାର ସୁ-ଶାସନ, ଜାତୀୟ ଉନ୍ନୟନ ଏବଂ ଅଞ୍ଚଳୀୟ ଆକାଂକ୍ଷାପୂରଣ ପ୍ରତି
ସାଧାରଣ ପ୍ରତିବଦ୍ଧତାର ପ୍ରତୀକ। ଆସନ୍ତା କିଛି ବର୍ଷ ଆମେ ଏକତ୍ରିତ ଭାବରେ ଜାତିର ଉନ୍ନତି
ପଥକୁ ଆହୁରି ସୁଦୃଢ଼ କରିବାକୁ ଲାଗିରହିବୁ।”
ସୂତ୍ର ଅନୁସାରେ ଭୋଜନର ମେନ୍ୟୁରେ ପ୍ରତ୍ୟେକ ରାଜ୍ୟର ବ୍ୟଞ୍ଜନ
ଅନ୍ତର୍ଭୁକ୍ତ କରାଯାଇଥିଲା। ଅର୍ଥାତ୍ ଜମ୍ମୁ-କାଶ୍ମୀରରୁ ଆରମ୍ଭ କରି କେରଳ ପର୍ଯ୍ୟନ୍ତ ସମସ୍ତ
ରାଜ୍ୟର ଖାଦ୍ୟ ସାଂସଦମାନଙ୍କୁ ପରସାଯାଇଥଲା। ଆନ୍ଧ୍ରପ୍ରଦେଶର ପଳକକୁରା ପପ୍ପୁ, କାଳା ମୋତୀ
ଚିଲଗୋଜା ପୁଲାଉ, ଭିଣ୍ଡି ସାଂବରିଆ
ମେନ୍ୟୁର ଅଂଶ ଥିଲା। ମହାରାଷ୍ଟ୍ରର ବାଦାମ ଚଟଣି, ବିଭିନ୍ନ ପ୍ରକାରର ଭାତ, ଯଅର ରୋଟି ଭୋଜନର
ବିଶେଷତା ଥିଲା। ଏକ ପ୍ରକାରରେ କୁହାଯାଇପାରେ ଯେ ଭୋଜନରେ ଦେଶର ପ୍ରତ୍ୟେକ ରାଜ୍ୟର ବ୍ୟଞ୍ଜନ
ଅନ୍ତର୍ଭୁକ୍ତ କରାଯାଇଥିଲା, ଯାହା ମାଧ୍ୟମରେ ସାଂସଦମାନଙ୍କୁ ‘ବିଭିନ୍ନତାରେ ଏକତା’ର ସନ୍ଦେଶ
ଦିଆଯାଇଥିଲା।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
