ନୂଆଦିଲ୍ଲୀ,3 ଡିସେମ୍ବର (ହି.ସ)- କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀ
କେନ୍ଦ୍ର ସରକାର ବେଆଇନ ଖଣି, ଜଙ୍ଗଲ କ୍ଷୟ, ଶିଥିଳ ପରିବେଶ ଆଇନ, ଭୂଜଳରେ ୟୁରେନିୟମ ସ୍ତର ବୃଦ୍ଧି ଏବଂ
ଦିଲ୍ଲୀ-ଏନସିଆରରେ ବିଷାକ୍ତ ବାୟୁ ପରି ସଙ୍କଟ ସୃଷ୍ଟି କରି ଦେଶକୁ ଏକ ଗମ୍ଭୀର ପରିବେଶ
ବିପର୍ଯ୍ୟୟ ଆଡ଼କୁ ଠେଲି ଦେଉଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ଅରାବଳି ପର୍ବତମାଳାକୁ
ଖନନ ପାଇଁ ପ୍ରାୟତଃ ଖୋଲା ଛାଡିବା, ଉପକୂଳ ଏବଂ ଜଙ୍ଗଲ
ଆଇନକୁ ଦୁର୍ବଳ କରିବା ଏବଂ ଆଦିବାସୀ ଅଧିକାରକୁ ଅଣଦେଖା କରିବା ସରକାରଙ୍କ ନୀତିର ଏକ ଅଂଶ ଯାହା
ଭାରତର ପ୍ରାକୃତିକ ସନ୍ତୁଳନକୁ ଦ୍ରୁତ ଗତିରେ ବିପର୍ଯ୍ୟସ୍ତ କରିଛି ଏବଂ ଲକ୍ଷ ଲକ୍ଷ ଲୋକଙ୍କ
ସ୍ୱାସ୍ଥ୍ୟକୁ ବିପଦରେ ପକାଇଛି।ସୋନିଆ ଗାନ୍ଧୀ ଏକ ଇଂରାଜୀ ଖବରକାଗଜରେ ଏକ ଲେଖାରେ କହିଛନ୍ତି
ଯେ 100 ମିଟରରୁ କମ ଉଚ୍ଚତା ଥିବା ପାହାଡ ଖନନ ପ୍ରତିବନ୍ଧରୁ ବାହାର ରଖିବା ସାମ୍ପ୍ରତିକ
ନିଷ୍ପତ୍ତି ଅରାବଳିର 90 ପ୍ରତିଶତ ପାହାଡିଆମାନଙ୍କ ପାଇଁ ବିପଦ ସଙ୍କେତ। ଏହି ପଦକ୍ଷେପ ପୂର୍ବରୁ ବେଆଇନ
ଖଣି ଦ୍ୱାରା ପ୍ରଭାବିତ ପର୍ବତମାଳା ପରିସରକୁ ଆହୁରି ନଷ୍ଟ କରିବ। ଏହା ସହିତ ସେ ଦିଲ୍ଲୀ-ଏନସିଆରରେ
ବଢ଼ୁଥିବା ଧୂଆଁକୁ ଏକ ନିରନ୍ତର ଜନସ୍ୱାସ୍ଥ୍ୟ ସଙ୍କଟ ଭାବରେ ବର୍ଣ୍ଣନା କରି କହିଛନ୍ତି ଯେ
ମାତ୍ର 10ଟି ସହରରେ ବାୟୁ ପ୍ରଦୂଷଣ ବାର୍ଷିକ 34,000 ଲୋକଙ୍କ ମୃତ୍ୟୁ ଘଟାଉଛି।ସେ
କେନ୍ଦ୍ରୀୟ ଭୂ -ଜଳ ବୋର୍ଡର ଏକ ସାମ୍ପ୍ରତିକ ରିପୋର୍ଟକୁ ଉଲ୍ଲେଖ କରି ସେ କହିଛନ୍ତି ଯେ
ଦିଲ୍ଲୀର ୧୩-୧୫ ପ୍ରତିଶତ ଭୁ-ଜଳ ନମୁନାରେ ୟୁରେନିୟମର ମାତ୍ରା ସୁରକ୍ଷିତ ସୀମାଠାରୁ ଅଧିକ ରହିଛି, ଯେତେବେଳେ ପଞ୍ଜାବ ଏବଂ ହରିୟାଣାରେ ଏହି ସ୍ତର ଆହୁରି
ଅଧିକ ଥିଲା। ଏହି ପରିସ୍ଥିତି ପ୍ରମାଣ କରେ ଯେ ପାଣି, ଜଙ୍ଗଲ ଏବଂ ପବନ ଭାରତ ତିନିଟି ମୋର୍ଚ୍ଚାରେ
ଭାରତ ଦ୍ରୁତ ପରିବେଶଗତ ଅବକ୍ଷୟର ସମ୍ମୁଖୀନ
ହେଉଛି।
—————
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା
