ଧାର, 2 ଡିସେମ୍ବର (ହି.ସ.)- ମଧ୍ୟପ୍ରଦେଶର ଭୋଜଶାଳା ମାମଲା ପୁନର୍ବାର ଚର୍ଚ୍ଚାରେ ଆସିଛି।
ଏଠାକାର ପ୍ରାଚୀନ ଭୋଜଶାଳାରେ ମଙ୍ଗଳବାର ସକାଳେ ହଙ୍ଗାମା ପରିସ୍ଥିତି ସୃଷ୍ଟି ହୋଇଛି, ଯେତେବେଳେ
ସତ୍ୟାଗ୍ରହର ଅନ୍ତର୍ଗତ ପୂର୍ବ ଭଳି ହିନ୍ଦୁ ସମାଜର ଲୋକମାନେ ଦର୍ଶନ-ପୂଜନ ଏବଂ ହନୁମାନ ଚାଳିଶା
ପାଠ କରିବା ପାଇଁ ସେଠାରେ ପହଞ୍ଚିଥିଲେ। ଏହି ସମୟରେ ପୁରାତତ୍ତ୍ୱ ବିଭାଗ (ଏଏସଆଇ) ର ଅଧିକାରୀମାନେ
ହିନ୍ଦୁ ସମାଜର ଲୋକମାନଙ୍କ ଠାରୁ ମା ବାଗଦେବୀଙ୍କ ତୈଳ ଚିତ୍ରକୁ ଜବତ କରିଥିଲେ ଏବଂ ସେହି
ଚିତ୍ରକୁ ଭିତରକୁ ନେଇ ପୂଜା କରିବାକୁ ଅନୁମତି ଦେଇନଥିଲେ।
ଏହି ଘଟଣାକୁ ନେଇ ହିନ୍ଦୁ ସମାଜ ମଧ୍ୟରେ ଆକ୍ରୋଶ ଦେଖାଦେଇଥିଲା ।
ସେମାନେ ଏଏସଆଇର ଏହି କାର୍ଯ୍ୟର ବିରୋଧ କରିଥିଲେ। ହିନ୍ଦୁ ସମାଜ ଏବଂ ଭୋଜ ଉତ୍ସବ ସମିତିର
ଅଧ୍ୟକ୍ଷ ସୁରେଶ ଜଲୋଦିଆ ଏବଂ ହେମନ୍ତ ଦୌରାୟା କହିଛନ୍ତି ଯେ ପୂର୍ବରୁ ବ୍ୟବହୃତ ମା ବାଗଦେବୀଙ୍କ
ତୈଳଚିତ୍ର ଆସନ୍ତା ବସନ୍ତ ପଞ୍ଚମୀ ପର୍ବ ପାଇଁ ସୁଧାର କରିବାକୁ ଦିଆଯାଇଥିଲା, ତେଣୁ ସେମାନେ ପୂଜା
ପାଇଁ ଦ୍ୱିତୀୟ ଚିତ୍ର ନେଇ ଭୋଜଶାଳାକୁରେ ପହଞ୍ଚିଥିଲେ। ସେମାନେ ଅଭିଯୋଗ କରିଛନ୍ତି ଯେ ଏଏସଆଇଦ୍ୱାରା ନୂଆ
ଚିତ୍ରକୁ ଜବତ କରି ଧାର୍ମିକ ଆୟୋଜନରେ ବାଧା ସୃଷ୍ଟି କରାଯାଉଛି।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
