ଡେରାଡୁନ, 29 ନଭେମ୍ବର (ହି.ସ.)- ଅଖିଲ ଭାରତୀୟ ବିଦ୍ୟାର୍ଥୀ
ପରିଷଦ୍ (ଏବିଭିପି)ର 71ତମ ଜାତୀୟ ଅଧିବେଶନର ଦ୍ୱିତୀୟ ଦିନ ଭାରତୀୟ ଶିକ୍ଷା ସଂକଳ୍ପନା, ବର୍ତ୍ତମାନ ଶିକ୍ଷା
ପରିଦୃଶ୍ୟ ଓ ଆମର ଭୂମିକା ବିଷୟରେ ଆଲୋଚନା ହୋଇଛି । ଏହା ସହିତ ଅନ୍ୟାନ୍ୟ ସମାନାନ୍ତର
ଅଧିବେଶନରେ ଆଜିର ପରିସ୍ଥିତି, ରାଷ୍ଟ୍ରସେବା, ଶିକ୍ଷା, ବିଶ୍ୱ ଜେନ–ଜି, ଏସଆଇଆର ଓ ସଂସ୍କୃତି ସୁରକ୍ଷା ଉପରେ ମନ୍ଥନ କରାଯାଇଛି।
ଜାତୀୟ ଅଧିବେଶନର ଦ୍ୱିତୀୟ ଦିନ
ଭାରତୀୟ ଶିକ୍ଷା ସଂକଳ୍ପନା, ବର୍ତ୍ତମାନ ଶିକ୍ଷା ପରିଦୃଶ୍ୟ ଓ ଆମର ଭୂମିକା ବିଷୟରେ ଭାଷଣ
ସତ୍ର ଆୟୋଜିତ ହୋଇଛି । ଏହି ଅଧିବେଶନରେ ଏବିଭିପିର ନିବର୍ତ୍ତମାନ ଜାତୀୟ ଅଧ୍ୟକ୍ଷ ପ୍ରଫେସର
(ଡ଼.) ରାଜଶରଣ ଶାହୀ କହିଛନ୍ତି ଯେ, ଛାତ୍ର ପରିଷଦ ବିଶ୍ୱର ସବୁଠୁ ବଡ଼ ଛାତ୍ର ସଂଗଠନ ଏଥିପାଇଁ ଯେ, ପରିଷଦ ଦେଶର ଶୈକ୍ଷିକ
ପରିବେଶକୁ ସୁଧାରିବା ପାଇଁ ତୃଣସ୍ତରରେ କାମ କରିଆସୁଛି। ସେ କହିଛନ୍ତି ଯେ, ପରିଷଦର କାର୍ଯ୍ୟକର୍ତ୍ତାମାନେ ସ୍ୱାସ୍ଥ୍ୟ ଶିକ୍ଷା, ବିଶ୍ୱବିଦ୍ୟାଳୟ ଶିକ୍ଷା, ଇଞ୍ଜିନିୟରିଂ ଓ ଅନ୍ୟାନ୍ୟ ବିଷୟର ଛାତ୍ରମାନଙ୍କ ସହ
ପୂର୍ଣ୍ଣ ସମର୍ପଣ ସହ ଯୋଡି ହୋଇଛନ୍ତି ଏବଂ ପ୍ରତ୍ୟେକ ଛାତ୍ରଙ୍କ ସମସ୍ୟାର ସମାଧାନ
କରୁଛନ୍ତି।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
