ଭୁବନେଶ୍ୱର, 29 ନଭେମ୍ବର (ହି.ସ.)- ଆଜି ଭୁବନେଶ୍ୱର
ସ୍ଥିତ ରବୀନ୍ଦ୍ର ମଣ୍ଡପ ଠାରେ ଆୟୋଜିତ ଫିଜିଓଥେରାପିଷ୍ଟ ସମ୍ମିଳନୀରେ ଯୋଗଦେଇଛନ୍ତି
ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ। ଏହି ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ରୋଗୀଙ୍କ
ଚିକିତ୍ସା କ୍ଷେତ୍ରରେ ଔଷଧ ବା ଅସ୍ତ୍ରୋପଚାର ଯେତିକି ଆବଶ୍ୟକ, ସେମାନଙ୍କୁ ସୁସ୍ଥ କରିବା ପାଇଁ ଫିଜିଓଥେରାପି ମଧ୍ୟ ସେତିକି
ଆବଶ୍ୟକ। ସ୍ନାୟୁ ଓ ଅସ୍ଥି ଜନିତ ସମସ୍ୟା ଦୂର କରିବାରେ ଫିଜିଓଥେରାପି ବଳିଷ୍ଠ ମାଧ୍ୟମ ଭାବେ
ପ୍ରମାଣିତ ହେଉଛି। ହୃଦରୋଗ ଓ ଅନେକ ଜଟିଳ ସମସ୍ୟା ଥିବା ରୋଗୀଙ୍କୁ ସୁସ୍ଥ କରିବାରେ
ଫିଜିଓଥେରାପି ସହାୟକ ହେଉଛି । ଗର୍ଭାବସ୍ଥାରୁ ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ପ୍ରତ୍ଯେକଙ୍କ
କ୍ଷେତ୍ରରେ ଏହାର ଆବଶ୍ୟକତା ରହିଛି।
ସ୍ୱାସ୍ଥ୍ୟମନ୍ତ୍ରୀ
କହିଛନ୍ତି ଯେ, ଫିଜିଓଥେରାପିଷ୍ଟ ବନ୍ଧୁମାନଙ୍କ ଉତ୍ସର୍ଗୀକୃତ ସେବା ଆଜିର ଦିନରେ ମଣିଷ ଜୀବନର
ଶାରୀରିକ ଏବଂ ମାନସିକ କଷ୍ଟକୁ ଲାଘବ କରିବାରେ ବିଶେଷ ସହାୟକ ହେଉଛି ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
