ଭୁବନେଶ୍ୱର, 28 ନଭେମ୍ବର (ହି.ସ.)-ଶୂନ୍ୟକାଳରେ ଉଦବେଗ ପ୍ରକାଶ କରିଛି
କଂଗ୍ରେସ । କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ଗତକାଲି ରାଷ୍ଟ୍ରପତି ବିଧାନସଭାରେ ଅଭିଭାଷଣ
ରଖିଲେ ତାହା ଆମ ପାଇଁ ଗର୍ବ ଓ ଗୌରବର ବିଷୟ । କିନ୍ତୁ କେଉଁଠି ନା କେଉଁଠି ଆମ ପ୍ରତି ଅଣଦେଖା
କରାଗଲା । ଆମ ଦଳ ଓ କମ୍ୟୁନିଷ୍ଟ ପାର୍ଟି ଅଛି ବୋଲି ଅଭିଭାଷଣରେ ରଖାଗଲା ନାହିଁ । ବାଚସ୍ପତି
ମହୋଦୟ ଆପଣ ମଧ୍ୟ ଆମ ଦଳ ପ୍ରତି ଅନ୍ୟାୟ କରିଛନ୍ତି । ଦେଶର ସ୍ଵାଧୀନତା ଏବଂ ଏ ଗୃହ ପ୍ରତି
କଂଗ୍ରେସର ଅବଦାନ ଅନେକ । ଏହାକୁ ଆମେ ଭୁଲିଯିବା ଠିକ୍ ନୁହେଁ । ଆମେ ଏବେ ହୁଏତ କମ୍ ଅଛୁ
କିନ୍ତୁ ଆଗକୁ ସଂଖ୍ୟା ବଢିବ । ହେଲେ ଆମେ ଏତେ ପରେ ଗୃହ କାର୍ଯ୍ୟରେ ସହଯୋଗ କରିଛୁ ବୋଲି
କଂଗ୍ରେସ କହିଛି ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
