ନୂଆଦିଲ୍ଲୀ, 27 ନଭେମ୍ବର (ହି.ସ.)- ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କିଛି
ମେଡିକାଲ୍ କଲେଜକୁ ପାଠ୍ୟକ୍ରମ ଚଳାଇବା ପାଇଁ ଶିକ୍ଷାଗତ ଅନୁମୋଦନ ଦେବା ସମ୍ବନ୍ଧୀୟ ଲାଂଚ ନେବା
ମାମଲାରେ ଜଡିତ ମନି ଲଣ୍ଡରିଙ୍ଗ ମାମଲାର ତଦନ୍ତ ସନ୍ଦର୍ଭରେ ଗୁରୁବାର 10ଟି ରାଜ୍ୟରେ
ଏକାସାଥିରେ 15ଟି ସ୍ଥାନରେ ରେଡ୍ କରିଛି। ଔପଚାରିକ ସୂତ୍ର ମୁତାବକ ପ୍ରାରମ୍ଭିକ ସୂଚନାରେ
କହିଛନ୍ତି ଯେ ଇଡି ଆନ୍ଧ୍ର ପ୍ରଦେଶ, ତେଲଙ୍ଗାନା,
ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ,
ଛତିଶଗଡ଼, ଗୁଜରାଟ,
ରାଜସ୍ଥାନ, ବିହାର,
ଉତ୍ତର ପ୍ରଦେଶ ଓ ଦିଲ୍ଲୀର କମ୍ ସେ କମ୍ 15ଟି ସ୍ଥାନରେ ରେଡ୍
କରିଛି। ଇଡିର ଏହି ତଲାସୀ 30 ଜୁନ 2025ରେ ମନି ଲଣ୍ଡରିଂ ଆଇନ ଅଧୀନରେ ରୁଜୁ ହୋଇଥିବା ଏଫଆଇଆର୍
ରୁଜୁ କରାଯାଇଛି। ଇଡି ଜାତୀୟ ଚିକିତ୍ସା ଆୟୋଗ ସହିତ କିଛି ସରକାରୀ ଅଧିକାରୀଙ୍କୁ ଦିଆଯାଇଥିବା ଲାଂଚ
ନେବା ସନ୍ଦର୍ଭରେ ଆନ୍ଧ୍ର ପ୍ରଦେଶ, ତେଲଙ୍ଗାନା,
ମହାରାଷ୍ଟ୍ର, ମଧ୍ୟପ୍ରଦେଶ,
ଛତିଶଗଡ଼, ଗୁଜରାଟ,
ରାଜସ୍ଥାନ, ବିହାର,
ଉତ୍ତର ପ୍ରଦେଶ ଓ ଦିଲ୍ଲୀ ଏବଂ ଏହାର ଆଖପାଖ 15ଟି ସ୍ଥାନରେ ତଲାସୀ ନିଆଯାଇଛି।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
