ଭବାନୀପାଟଣା, 26ନଭେମ୍ବର (ହିଁ. ସ)କଳାହାଣ୍ଡିବାସୀଙ୍କ ଆତ୍ମା, ଆସ୍ଥା ଓ ସାଂସ୍କୃତିକ ପରିଚୟର ପ୍ରତୀକ ମା’ ମାଣିକେଶ୍ୱରୀ କିନ୍ତୁ ଭବାନୀପାଟଣା ପୌର ପରିଷଦ ଯାହା କରିଛି ସେହି କାର୍ଯ୍ୟ କେବଳ ଅନୁଚିତ ନୁହେଁ, କଳାହାଣ୍ଡିର ଆସ୍ଥାକୁ ଅପମାନ କରିବାର ଗଭୀର ଚେଷ୍ଟା। ସହରର ଡଷ୍ଟବିନ୍ରେ ମା’ ମାଣିକେଶ୍ୱରୀଙ୍କ ଫୋଟୋ ଲଗାଇବା ଧାର୍ମିକ ଭାବନାର ଅପମାନ ଓ ଭକ୍ତଙ୍କ ଆସ୍ଥା ଉପରେ କୁଠାରଘାତ ସମାନ।
କଳାହାଣ୍ଡି ବାସୀଙ୍କ ଆତ୍ମା ମାଁ ମାଣିକେଶ୍ଵରୀ ଙ୍କ ମନ୍ଦିର କୁ ଡଷ୍ଟବିନ ସହ ଯୋଡ଼ିବାର ଅର୍ଥ କେଉଁ ସନ୍ଦେଶ ଦେଉଛି ?
ମା’ ମାଣିକେଶ୍ୱରୀଙ୍କ ଫୋଟୋକୁ ଡଷ୍ଟବିନ୍ରୁ ତତ୍କାଳ ଅପସାରଣ କରାଯାଉ ଏବଂ ଜିଲ୍ଲା ପ୍ରଶାସନ ତରଫରୁ ଏହି ଅପମାନଜନକ କାର୍ଯ୍ୟର ଦାୟୀ କୁ ଚିହ୍ନଟ କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଏବଂ ଭବାନୀପାଟଣା ପୈରପରିଷଦ ପକ୍ଷରୁ ସମସ୍ତ କଳାହାଣ୍ଡିବାସୀଙ୍କ ଭାବନାକୁ ସମ୍ମାନ କରି ସାର୍ବଜନୀନ କ୍ଷମାପ୍ରାର୍ଥନା ଜାରି କରାଯିବା ସହ ଆଗାମୀ ଦିନରେ ଏପରି ଧାର୍ମିକ ଅସମ୍ବେଦନଶୀଳ କାର୍ଯ୍ୟ ପୁଣି କେବେ ବି ନ ଘଟିବ ବୋଲି ଲିଖିତ ଆଶ୍ୱାସନ ଦିଆଯାଉ।ହିନ୍ଦୁସ୍ଥାନ ସମାଚାର
ହିନ୍ଦୁସ୍ଥାନ ସମାଚାର / ଜୟକୃଷ୍ଣ
