ନୂଆଦିଲ୍ଲୀ, 19 ନଭେମ୍ବର (ହି.ସ.)- କେନ୍ଦ୍ରମନ୍ତ୍ରୀ
କିରଣ ରିଜିଜୁଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, କିରଣ ରିଜିଜୁଜୀଙ୍କୁ
ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା।
କେନ୍ଦ୍ରମନ୍ତ୍ରୀ
କହିଛନ୍ତି ଯେ, ସେ ଏକ ସୁମଧୁର ଏବଂ ପ୍ରିୟ ଅସ୍ତିତ୍ୱ, ଯିଏ ଆମ ସଂସଦୀୟ ଗଣତନ୍ତ୍ରକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ଉତ୍ସାହସହିତ ପ୍ରୟାସ
କରୁଛନ୍ତି। ଅନ୍ତର୍ଭୁକ୍ତିମୂଳକ ବିକାଶକୁ ଆଗେଇ ନେବାରେ ତାଙ୍କର ପ୍ରତିବଦ୍ଧତା ମଧ୍ୟ
ପ୍ରଶଂସନୀୟ। ମହାପ୍ରଭୁ ତାଙ୍କୁ ସୁସ୍ୱାସ୍ଥ୍ୟ, ସୁଖ ଓ ନିରନ୍ତର
ସଫଳତାର ଆଶୀର୍ବାଦ ଦିଅନ୍ତୁ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
