• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > National > ଭାରତର ପ୍ରଧାନମନ୍ତ୍ରୀ ନରେନନ୍ଦ୍ର ମୋଦୀଙ୍କ ଭୂଟାନ ଗସ୍ତ
National

ଭାରତର ପ୍ରଧାନମନ୍ତ୍ରୀ ନରେନନ୍ଦ୍ର ମୋଦୀଙ୍କ ଭୂଟାନ ଗସ୍ତ

CliQ INDIA
Last updated: November 13, 2025 11:10 am
CliQ INDIA
Share
5 Min Read
SHARE

ନୂଆଦିଲ୍ଲୀ, 12 ନଭେମ୍ବର (ହି.ସ.) ଭୂଟାନର ରାଜା ଜିଗମେ ଖେସର ନାମଗ୍ୟେଲ ୱାଙ୍ଗଚୁକଙ୍କ ନିମନ୍ତ୍ରଣ କ୍ରମେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୧୧ରୁ୧୨ ପର୍ଯ୍ୟନ୍ତ ଦୁଇ ଦିନିଆ ଭୂଟାନ ଗସ୍ତ କରିଥିଲେ।

ଏହି ଗସ୍ତ ସମୟରେ, ପ୍ରଧାନମନ୍ତ୍ରୀ ମୋଦୀ ୧୧ ନଭେମ୍ବର ୨୦୨୫ରେ ଚାଙ୍ଗଲିମିଥାଙ୍ଗରେ ଆୟୋଜିତ ମହାମହିମ ଚତୁର୍ଥ ଡ୍ରୁକ୍ ଗ୍ୟାଲପୋଙ୍କ ୭୦ତମ ଜନ୍ମବାର୍ଷିକୀ ପାଳନ ସମାରୋହରେ ସମ୍ମାନିତ ଅତିଥି ଭାବରେ ଜନସାଧାରଣଙ୍କ ସହ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଥିମ୍ପୁରେ ଚାଲିଥିବା ବିଶ୍ୱ ଶାନ୍ତି ପ୍ରାର୍ଥନା ମହୋତ୍ସବରେ ମଧ୍ୟ ଅଂଶଗ୍ରହଣ କରିଥିଲେ। ଭୂଟାନର ରାଜା ମହୋତ୍ସବ ସମୟରେ ସାର୍ବଜନୀନ ସମ୍ମାନ ପାଇଁ ଥିମ୍ପୁରେ ଭାରତରୁ ଆସିଥିବା ଭଗବାନ ବୁଦ୍ଧଙ୍କ ପବିତ୍ର ପିପ୍ରାହୱା ଅବଶେଷର ଉପସ୍ଥିତିକୁ ପ୍ରଶଂସା କରିଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ, ମହାମହିମ ରାଜା ଏବଂ ମହାମହିମ ଚତୁର୍ଥ ଡ୍ରୁକ୍ ଗ୍ୟାଲପୋଙ୍କ ସହିତ ଉପସ୍ଥିତ ଅତିଥିମାନଙ୍କୁ ଭେଟିଥିଲେ ଏବଂ ଭୁଟାନର ପ୍ରଧାନମନ୍ତ୍ରୀ ଦାସୋ ତ୍ସେରିଂ ଟୋବଗେଙ୍କ ସହ ଆଲୋଚନା କରିଥିଲେ।

ନଭେମ୍ବର ୧୦ ତାରିଖରେ ଦିଲ୍ଲୀରେ ହୋଇଥିବା ବିସ୍ଫୋରଣରେ ଧନଜୀବନ ହାନୀ ଲାଗି ଭୁଟାନର ମହାମହିମ ରାଜା ରାଜକୀୟ ସରକାର ଏବଂ ଭୂଟାନ ଜନସାଧାରଣଙ୍କ ପକ୍ଷରୁ ଗଭୀର ସମବେଦନା ପ୍ରକାଶ କରିଥିଲେ ଏବଂ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ। ଭାରତ ଭୂଟାନର ସମର୍ଥନ ଏବଂ ଏକତାର ବାର୍ତ୍ତା ପାଇଁ କୃତଜ୍ଞତା ପ୍ରକାଶ କରିଛି।

ପ୍ରଧାନମନ୍ତ୍ରୀ ମୋଦୀ ଭୂଟାନର ୧୩ତମ ପଞ୍ଚବାର୍ଷିକ ଯୋଜନାରେ ଭାରତର ନିରନ୍ତର ସମର୍ଥନକୁ ଦୋହରାଇଥିଲେ, ଯେଉଁଥିରେ ଅର୍ଥନୈତିକ ପ୍ରୋତ୍ସାହନ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ । ସେ ମଧ୍ୟ ଭୂଟାନର ପ୍ରମୁଖ ବିକାଶ ପ୍ରାଥମିକତା ହାସଲ ଏବଂ ସମସ୍ତ କ୍ଷେତ୍ରରେ ସ୍ଥାୟୀ ବିକାଶକୁ ଆଗକୁ ବଢାଇବାରେ ସକ୍ରିୟ ଭାବରେ ସହାୟତା କରିବା ପାଇଁ ଭାରତର ପ୍ରତିବଦ୍ଧତା ଦୋହରାଇଥିଲେ। ଭୂଟାନ ପ୍ରତିନିଧିମଣ୍ଡଳୀ ୧୩ତମ ପଞ୍ଚବାର୍ଷିକ ଯୋଜନା ଅବଧିରେ ଭୂଟାନରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ ଏବଂ ଦେଶର ବିକାଶରେ ଏହାର ଅବଦାନ ପାଇଁ ଭାରତକୁ କୃତଜ୍ଞତା ପ୍ରକାଶ କରିଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ ଗେଲେଫୁ ମାଇଣ୍ଡଫୁଲନେସ୍ ସିଟି ପାଇଁ ଭୂଟାନର ମହାମହିମ ରାଜାଙ୍କ ସ୍ବାପ୍ନକୁ ସାକାର କରିବା ପାଇଁ ଭାରତ ସରକାରଙ୍କ ପୂର୍ଣ୍ଣ ସମର୍ଥନ ପ୍ରକାଶ କରିଥିଲେ। ସେ ଗେଲେଫୁକୁ ନିବେଶକ ଏବଂ ପରିଦର୍ଶକଙ୍କ ସୁଗମ ଗତିବିଧିକୁ ସହଜ କରିବା ପାଇଁ ଆସାମର ହାତିସରରେ ଏକ ଇମିଗ୍ରେସନ୍ ଚେକପୋଷ୍ଟ ପ୍ରତିଷ୍ଠା କରିବାର ନିଷ୍ପତ୍ତି ଘୋଷଣା କରିଥିଲେ। ଗ୍ୟାଲସୁଙ୍ଗ ଏକାଡେମୀ ନିର୍ମାଣ ପାଇଁ ଭାରତ ସରକାରଙ୍କ ସମର୍ଥନକୁ ମହାମହିମ ରାଜା ପ୍ରଶଂସା କରିଥିଲେ।

ମହାମହିମ ରାଜା ଏବଂ ପ୍ରଧାନମନ୍ତ୍ରୀ ମୋଦୀ ନଭେମ୍ବର ୧୧, ୨୦୨୫ରେ ଭଗବାନ ବୁଦ୍ଧଙ୍କ ପବିତ୍ର ପିପ୍ରାହୱା ଅବଶେଷର ଉପସ୍ଥିତିରେ ମିଳିତ ଭାବରେ ୧୦୨୦ ମେଗାୱାଟ୍ ପୁନାତ୍ସାଂଚୁ-୨ ଜଳବିଦ୍ୟୁତ ପ୍ରକଳ୍ପର ଉଦଘାଟନ କରିଥିଲେ। ଏହି ପ୍ରକଳ୍ପ ଜଳବିଦ୍ୟୁତ କ୍ଷେତ୍ରରେ ଭୂଟାନ ଏବଂ ଭାରତ ମଧ୍ୟରେ ବନ୍ଧୁତା ଏବଂ ଅନୁକରଣୀୟ ସହଯୋଗର ଏକ ପ୍ରମାଣ। ସେମାନେ ପୁନାତ୍ସାଂଚୁ-୨ ରୁ ଭାରତକୁ ବିଦ୍ୟୁତ୍ ରପ୍ତାନି ଆରମ୍ଭକୁ ସ୍ୱାଗତ କରିଥିଲେ। ଉଭୟ ପକ୍ଷ ମାର୍ଚ୍ଚ ୨୦୨୪ରେ ଶକ୍ତି ସହଭାଗୀତା ଉପରେ ଥିବା ମିଳିତ ଦୃଷ୍ଟିକୋଣର କାର୍ଯ୍ୟାନ୍ୱୟନରେ ସନ୍ତୋଷ ପ୍ରକାଶ କରିଥିଲେ।

୧୨୦୦ ମେଗାଓ୍ବାଟ ବିଶିଷ୍ଟ ପୁନତସାଂଚୁ-୧ ଜଳବିଦ୍ୟୁତ୍ ପ୍ରକଳ୍ପର ମୁଖ୍ୟ ନଦୀବନ୍ଧ ଗଠନ କାର୍ଯ୍ୟ ପୁଣି ଆରମ୍ଭ କରିବା ପାଇଁ ହୋଇଥିବା ଚୁକ୍ତିନାମାକୁ ଉଭୟ ନେତା ସ୍ୱାଗତ କରିଥିଲେ ଏବଂ ଏହାର ଶୀଘ୍ର ସମାପ୍ତି ପାଇଁ କାର୍ଯ୍ୟ କରିବାକୁ ସହମତ ହୋଇଥିଲେ। ସମାପ୍ତି ପରେ, ପୁନତସାଂଚୁ-୧ ଜଳବିଦ୍ୟୁତ୍ ପ୍ରକଳ୍ପ ଦୁଇ ଦେଶ ଦ୍ୱାରା ମିଳିତ ଭାବରେ ବିକଶିତ ସର୍ବବୃହତ ଜଳବିଦ୍ୟୁତ୍ ପ୍ରକଳ୍ପ ହେବ।

ସେମାନେ ଭୂଟାନରେ ଜଳବିଦ୍ୟୁତ୍ ପ୍ରକଳ୍ପରେ ଭାରତୀୟ କମ୍ପାନୀଗୁଡ଼ିକର ସକ୍ରିୟ ଅଂଶଗ୍ରହଣକୁ ସ୍ୱାଗତ କରିଥିଲେ। ଭୂଟାନରେ ଶକ୍ତି ପ୍ରକଳ୍ପଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ଭାରତ ସରକାରଙ୍କ ଦ୍ୱାରା ରିହାତି ହାରରେ ୪୦ ବିଲିୟନ ଡଲାରର ଏକ ଋଣ ପ୍ରଦାନ ଘୋଷଣାକୁ ଭୂଟାନ ପକ୍ଷ ପ୍ରଶଂସା କରିଥିଲେ।

ଉଭୟ ପକ୍ଷ ସୀମାପାର ସଂଯୋଗୀକରଣକୁ ଉନ୍ନତ କରିବା ଏବଂ ସମନ୍ୱିତ ଚେକପଏଣ୍ଟ ପ୍ରତିଷ୍ଠା ସମେତ ସୀମାନ୍ତ ଭିତ୍ତିଭୂମି ବିସ୍ତାର କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଉଭୟ ନେତା ନଭେମ୍ବର ୨୦୨୪ରେ ଦାରାଙ୍ଗାରେ ଇମିଗ୍ରେସନ ଚେକପଏଣ୍ଟ ଏବଂ ମାର୍ଚ୍ଚ ୨୦୨୫ରେ ଜୋଗିଘୋଫାରେ ଆଭ୍ୟନ୍ତରୀଣ ଜଳପଥ ଟର୍ମିନାଲ ଏବଂ ମଲ୍ଟିମୋଡାଲ ଲଜିଷ୍ଟିକ୍ସ ପାର୍କ କାର୍ଯ୍ୟକ୍ଷମ ହେବା ପାଇଁ ସ୍ୱାଗତ କରିଥିଲେ। ଉଭୟ ପକ୍ଷ ସେପ୍ଟେମ୍ବର ୨୦୨୫ରେ ସୀମାପାର ରେଳ ସଂଯୋଗ (ଗେଲେଫୁ-କୋକରାଝାର ଏବଂ ସାମତ୍ସେ-ବନରହାଟ) ପ୍ରତିଷ୍ଠା ପାଇଁ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷର ଏବଂ ପ୍ରକଳ୍ପ କାର୍ଯ୍ୟାନ୍ୱୟନ ପାଇଁ ଏକ ପ୍ରକଳ୍ପ ପରିଚାଳନା କମିଟି ପ୍ରତିଷ୍ଠାକୁ ସ୍ୱାଗତ କରିଥିଲେ।

ଭୂଟାନକୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଏବଂ ସାରର ନିରନ୍ତର ଯୋଗାଣ ପାଇଁ ଏକ ସଂସ୍ଥାଗତ ବ୍ୟବସ୍ଥା ସୃଷ୍ଟି କରିବା ପାଇଁ ଭାରତ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପକୁ ଭୂଟାନ ପକ୍ଷ ପ୍ରଶଂସା କରିଥିଲେ। ନୂତନ ବ୍ୟବସ୍ଥା ଅଧୀନରେ ଭାରତରୁ ସାରର ପ୍ରଥମ କନସାଇନମେଣ୍ଟ ଆସିବାକୁ ଉଭୟ ପକ୍ଷ ସ୍ୱାଗତ କରିଥିଲେ।

ଷ୍ଟେମ୍, ଫିନଟେକ୍ ଏବଂ ମହାକାଶ ଆଦି ନୂତନ କ୍ଷେତ୍ରରେ ଦୁଇଦେଶ ମଧ୍ୟରେ ବର୍ଦ୍ଧିତ ସହଯୋଗକୁ ନେଇ ଉଭୟ ପକ୍ଷ ସନ୍ତୋଷ ପ୍ରକାଶ କରିଥିଲେ। ସେମାନେ ୟୁପିଆଇର ଦ୍ୱିତୀୟ ପର୍ଯ୍ୟାୟରେ ଚାଲିଥିବା କାର୍ଯ୍ୟକୁ ସ୍ୱାଗତ କରିଥିଲେ, ଯାହା ଭାରତକୁ ଆସୁଥିବା ଭୂଟାନ ପରିଦର୍ଶକମାନଙ୍କୁ ଏକ କ୍ୟୁଆର୍ କୋଡ୍ ସ୍କାନ କରି ସ୍ଥାନୀୟ ମୋବାଇଲ୍ ଆପ୍ଲିକେସନ୍ ବ୍ୟବହାର କରି ପେମେଣ୍ଟ କରିବାକୁ ସକ୍ଷମ କରିବ। ସେମାନେ ମହାକାଶ ସହଯୋଗ ଉପରେ ମିଳିତ କାର୍ଯ୍ୟ ଯୋଜନା କାର୍ଯ୍ୟକାରୀ ହେବା ଉପରେ ସନ୍ତୋଷ ପ୍ରକାଶ କରିଥିଲେ। ଉଭୟ ପକ୍ଷ ଭୂଟାନରେ ଷ୍ଟେମ୍ ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା ସେବା ବୃଦ୍ଧି କରିବାରେ ଭାରତୀୟ ଶିକ୍ଷକ ଏବଂ ନର୍ସଙ୍କ ଅମୂଲ୍ୟ ଅବଦାନକୁ ମଧ୍ୟ ସ୍ୱୀକାର କରିଥିଲେ।

ରାଜଗିରରେ ରୟାଲ ଭୂଟାନ ମନ୍ଦିରର ସ୍ଥାପନା ତଥା ବାରାଣସୀରେ ଭୂଟାନ ମନ୍ଦିର ଏବଂ ଅତିଥି ଭବନ ନିର୍ମାଣ ପାଇଁ ଭୂମି ପ୍ରଦାନ କରିବା ପାଇଁ ଭାରତ ସରକାରଙ୍କ ନିଷ୍ପତ୍ତିକୁ ଉଭୟ ନେତା ସ୍ୱାଗତ କରିଥିଲେ ।

ଏହି ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ନିମ୍ନଲିଖିତ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା:

ନବୀକରଣଯୋଗ୍ୟ ଶକ୍ତି କ୍ଷେତ୍ରରେ ସହଯୋଗ ପାଇଁ ଶକ୍ତି ଏବଂ ପ୍ରାକୃତିକ ସମ୍ପଦ ମନ୍ତ୍ରଣାଳୟ, ଭୂଟାନ ରାଜକୀୟ ସରକାର (ଆରଜିଓବି) ଏବଂ ଭାରତ ସରକାରଙ୍କ ନୂତନ ଏବଂ ନବୀକରଣୀୟ ଶକ୍ତି ମନ୍ତ୍ରଣାଳୟ ମଧ୍ୟରେ ବୁଝାମଣାପତ୍ର;

ସ୍ୱାସ୍ଥ୍ୟ ଏବଂ ଔଷଧ କ୍ଷେତ୍ରରେ ସହଯୋଗ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ଆରଜିଓବି ଏବଂ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ମଧ୍ୟରେ ବୁଝାମଣାପତ୍ର ।

ପେମା ସଚିବାଳୟ ଏବଂ ଭାରତ ସରକାରଙ୍କ ଜାତୀୟ ମାନସିକ ସ୍ୱାସ୍ଥ୍ୟ ଏବଂ ନ୍ୟୁରୋସାଇନ୍ସ ପ୍ରତିଷ୍ଠାନ ମଧ୍ୟରେ ପ୍ରତିଷ୍ଠାନଗତ ସଂଯୋଗ ଗଠନ ପାଇଁ ବୁଝାମଣାପତ୍ର।

ଭୂଟାନ-ଭାରତ ସହଭାଗୀତା ଦୃଢ଼ ବିଶ୍ୱାସ, ସୁଦୃଢ ବନ୍ଧୁତା, ପାରସ୍ପରିକ ସମ୍ମାନ ଏବଂ ସମସ୍ତ ସ୍ତରରେ ବୁଝାମଣା ଉପରେ ଆଧାରିତ ଏବଂ ଦୃଢ଼ ଲୋକ-ଜନ ସମ୍ପର୍କ ସହିତ ଘନିଷ୍ଠ ଆର୍ଥିକ ଏବଂ ବିକାଶମୂଳକ ସହଯୋଗ ଦ୍ୱାରା ଆହୁରି ସୁଦୃଢ଼ ହେଉଛି। ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ନିୟମିତ ଉଚ୍ଚସ୍ତରୀୟ ଆଦାନପ୍ରଦାନର ପରମ୍ପରାକୁ ସୁଦୃଢ କରିଛି ଏବଂ ଉଭୟ ପକ୍ଷ ଭବିଷ୍ୟତରେ ଏହାକୁ ଜାରି ରଖିବାକୁ ସହମତ ହୋଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ

You Might Also Like

ଆଜି ଭୋପାଳରେ ଦୁଇ ଦିବସୀୟ ଗ୍ଲୋବାଲ ଇନଭେଷ୍ଟର୍ସ ସମିଟ-2025ର ଶୁଭାରମ୍ଭ କରିବେ ପିଏମ ମୋଦି | BulletsIn
ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଓ ସଂଖ୍ୟାଲଘୁଙ୍କୁ ଟାର୍ଗେଟ କରିବା ଅଭିଯୋଗରେ ବିଜେପି ସରକାରଙ୍କ ବିରୋଧରେ ଟିଏମସିର ବିକ୍ଷୋଭ
ଜମ୍ମୁ ଓ କାଶ୍ମୀରରେ ବର୍ଷା ଓ ତୁଷାରପାତ ସମ୍ଭାବନା: ଅସ୍ୱାଭାବିକ ଉଷ୍ମତା ଶେଷ, IMD ସତର୍କତା ଜାରି
ମୁଡିୟା ଦରବାରରେ ମାଝୀ-ମୁଖିଆଙ୍କ ସହ ମିଶି ତାଙ୍କ ସମସ୍ୟା ଶୁଣିବେ ଗୃହମନ୍ତ୍ରୀ ଅମିତ ଶାହ
ଗୁଂଜି ଅଭିମୁଖେ କୈଳାସ ମାନସରୋବର ଯାତ୍ରୀଙ୍କ ପଂଚମ ଦଳର ପ୍ରସ୍ଥାନ

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article ନୂଆପଡ଼ାରେ ଭଲ ମାର୍ଜିନରେ ଜିତିବୁ – ଜୟନାରାୟଣ ମିଶ୍ର
Next Article କେନ୍ଦୁଗୁଡାରେ ଝାଡ଼ାବାନ୍ତି ଆତଙ୍କ, ଦୁଇ ମୃତ, 16 ଆକ୍ରାନ୍ତ
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ଭାରତୀୟ ଶେୟାର ବଜାରରେ ରୁପି ମାନ୍ଦାବସ୍ଥା ଓ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡ୍ ମାର୍କେଟ ଖୋଲିଲା
Business
May 23, 2026
ମହାରାଷ୍ଟ୍ରର ପଦକ୍ଷେପ ପରେ ବିମାନ ଇନ୍ଧନ ଉପରେ ଟିକସ ହ୍ରାସ ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
National
May 23, 2026
ଆର୍ଥିକ ଦୃଷ୍ଟିରୁ ଉନ୍ନତ ଓବିସି ପରିବାରଙ୍କ ପାଇଁ ସଂରକ୍ଷଣ ସୁବିଧା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
National
May 23, 2026
ଆଇପିଏଲ ୨୦୨୬ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ପଞ୍ଜାବ କିଙ୍ଗସ
Sports
May 23, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?