• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > National > ‘‘ମରାମତି ସୂଚକାଙ୍କ ମାଧ୍ୟମରେ ଉପଭୋକ୍ତାଙ୍କୁ ସଶକ୍ତ କରିବା ପାଇଁ ଲୋଗୋ ଡିଜାଇନ୍ ପ୍ରତିଯୋଗିତା ଶୁଭାରମ୍ଭ’’
National

‘‘ମରାମତି ସୂଚକାଙ୍କ ମାଧ୍ୟମରେ ଉପଭୋକ୍ତାଙ୍କୁ ସଶକ୍ତ କରିବା ପାଇଁ ଲୋଗୋ ଡିଜାଇନ୍ ପ୍ରତିଯୋଗିତା ଶୁଭାରମ୍ଭ’’

CliQ INDIA
Last updated: November 5, 2025 11:40 am
CliQ INDIA
Share
4 Min Read
SHARE

ନୂଆଦିଲ୍ଲୀ, 04 ନଭେମ୍ବର (ହି.ସ.) ଉପଭୋକ୍ତା ବ୍ୟାପାର ବିଭାଗ ଦ୍ୱାରା ‘‘ମରାମତି ସୂଚକାଙ୍କ ମାଧ୍ୟମରେ ଉପଭୋକ୍ତାଙ୍କୁ ସଶକ୍ତ କରିବା’’ ଉପରେ ଏକ ଲୋଗୋ ଡିଜାଇନ୍ ପ୍ରତିଯୋଗିତାର ଶୁଭାରମ୍ଭ କରାଯାଇଛି। ମାଇଗଭ୍ ଏବଂ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ, ଦିଲ୍ଲୀର ଉପଭୋକ୍ତା ଆଇନ ବିଭାଗ ସହଯୋଗରେ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାର ଉଦ୍ଦେଶ୍ୟ ହେଉଛି ମରାମତି ମିଶନରେ ଜନସାଧାରଣଙ୍କ ବ୍ୟାପକ ଯୋଗଦାନକୁ ପ୍ରୋତ୍ସାହିତ କରିବା। ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ସାରା ଦେଶର ନାଗରିକମାନଙ୍କ ଠାରୁ ସୃଜନଶୀଳ ଚିନ୍ତାଧାରାକୁ ଏକତ୍ରିତ କରିବା ଏବଂ ମିଶନରେ ବ୍ୟାପକ ଜନସାଧାରଣଙ୍କୁ ନିୟୋଜିତ କରିବା।

ଏହାପୂର୍ବରୁ, ଉପଭୋକ୍ତା ବ୍ୟାପାର ବିଭାଗ ଗ୍ରାହକମାନଙ୍କୁ ସଶକ୍ତ କରିବା ଏବଂ ସ୍ୱଚ୍ଛ ଓ ସୂଚିତ ଉତ୍ପାଦ ପସନ୍ଦକୁ ସକ୍ଷମ କରି ଇ-ବର୍ଜ୍ୟବସ୍ତୁ ହ୍ରାସ କରିବା ଲକ୍ଷ୍ୟରେ ‘ମରାମତି ଯୋଗ୍ୟତା ସୂଚକାଙ୍କ ଢାଞ୍ଚା ମାଧ୍ୟମରେ ମରାମତି କରିବାର ଅଧିକାର’ ବିକଶିତ କରିସାରିଛି । ଏହି ଢାଞ୍ଚା ଗୁରୁତ୍ୱପୂର୍ଣ୍ଣ କାରଣ ଏହା ଗ୍ରାହକମାନଙ୍କୁ ସମ୍ପୂର୍ଣ୍ଣ ନୂଆ ଉତ୍ପାଦ କିଣିବା ପରିବର୍ତ୍ତେ ସର୍ବୋତ୍ତମ ମୂଲ୍ୟରେ ସେମାନଙ୍କ ଉତ୍ପାଦ ମରାମତି କରିବାର ସୁଯୋଗ ଦେବ।

ଏହି ଲୋଗୋ ଦ୍ୱାରା ନିମ୍ନଲିଖିତ ଉଦ୍ଦେଶ୍ୟ ପୂରଣ ହେବ:

1. କୌଣସି ଉତ୍ପାଦର ମରାମତି ସୂଚକାଙ୍କ ରେଟିଂକୁ ସ୍ପଷ୍ଟ ଭାବରେ ସୂଚିତ କରିବା।

2. ମରାମତି ଅଧିକାର ଏବଂ ଚକ୍ରାକାର ଅର୍ଥବ୍ୟବସ୍ଥାର ମୂଳ ସିଦ୍ଧାନ୍ତର ପ୍ରତୀକ କରିବା।

3. ଏକ ପ୍ରମାଣପତ୍ର ଚିହ୍ନ ରୂପରେ କାର୍ଯ୍ୟ କରିବା ଯାହା ଗ୍ରାହକମାନେ ସହଜରେ ଚିହ୍ନଟ କରିପାରିବେ।

ପ୍ରସ୍ତାବିତ ଲୋଗୋ ଏକ ଚକ୍ରାକାର ଅର୍ଥବ୍ୟବସ୍ଥା ଆଡକୁ ଭାରତର ପରିବର୍ତ୍ତନରେ ଏକ ସ୍ପଷ୍ଟ ଭାବରେ କାର୍ଯ୍ୟ କରିବ । ଏହା ଦାୟିତ୍ୱବାନ ଉପଯୋଗ ଏବଂ ଉପଭୋକ୍ତା ସଶକ୍ତିକରଣକୁ ପ୍ରୋତ୍ସାହିତ କରିବ।

ମରାମତି ଯୋଗ୍ୟତା ସୂଚକାଙ୍କ ମାଧ୍ୟମରେ କେତେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ମରାମତି ଅଧିକାର ପ୍ରଦାନ କରାଯିବ। ସେଗୁଡ଼ିକ ହେଲା – କୃଷି ଉପକରଣ, ମୋବାଇଲ ଫୋନ୍‌ ଓ ଟାବଲେଟ୍, ଉପଭୋକ୍ତା ଦୀର୍ଘସ୍ଥାୟୀ ବସ୍ତୁ, ଅଟୋମୋବାଇଲ ଏବଂ ଅଟୋମୋବାଇଲ୍‌ ଉପକରଣ। ଉପଭୋକ୍ତାଙ୍କ ଅଧିକାରକୁ ମଜବୁତ କରିବା, ଦୀର୍ଘସ୍ଥାୟୀ ଉପଯୋଗକୁ ପ୍ରୋତ୍ସାହନ ଦେବା ଏବଂ ଚକ୍ରାକାର ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ଉପଭୋକ୍ତା ବ୍ୟାପାର ବିଭାଗ ମରାମତି ଯୋଗ୍ୟତା ସୂଚକାଙ୍କ ଅଧୀନରେ ଏକ ବହୁମୁଖୀ ରଣନୀତି ପ୍ରସ୍ତୁତ କରିଛି। ଏହା ଉପଭୋକ୍ତାଙ୍କର ଅର୍ଥ ସଞ୍ଚୟ କରିବ ଏବଂ ଉପକରଣଗୁଡ଼ିକର ଜୀବନକାଳ, ରକ୍ଷଣାବେକ୍ଷଣ, ପୁନଃଉପଯୋଗ, ଉନ୍ନତିକରଣ, ପୁନଃଚକ୍ରଣ ଏବଂ ବର୍ଜ୍ୟବସ୍ତୁ ପରିଚାଳନାରେ ସୁଧାର ଆଣିବା ସହିତ ଚକ୍ରାକାର ଅର୍ଥବ୍ୟବସ୍ଥାର ଉଦ୍ଦେଶ୍ୟ ପୂରଣରେ ଯୋଗଦାନ କରିବ।

ଏହାର ଉଦ୍ଦେଶ୍ୟ ହେଉଛି ଉପଭୋକ୍ତାଙ୍କୁ ସେମାନଙ୍କ କ୍ରୟ ଉପରେ ବାସ୍ତବିକ ମାଲିକାନା ଅଧିକାର ପ୍ରଦାନ କରିବ। ଏଥିସହିତ ପରିବେଶ ପାଇଁ ଜୀବନଶୈଳୀ ଅଭିଯାନ (ମିଶନ୍‌ ଲାଇଫ୍‌) ଅନୁକୂଳ ଏବଂ ସୁବିଚାରିତ ଉପଯୋଗ ଆହ୍ୱାନ ଅନୁରୂପ ବ୍ୟବସାୟ ଓ ମରାମତି ଇକୋସିଷ୍ଟମ ମଧ୍ୟରେ ସାମଞ୍ଜସ୍ୟ ଆଣିବ।। ଏହି ଉଦ୍ଦେଶ୍ୟକୁ କାର୍ଯ୍ୟକାରୀ କରିବା ଲାଗି 24 ଡିସେମ୍ବର 2022ରେ ଜାତୀୟ ଉପଭୋକ୍ତା ଅଧିକାର ଦିବସ ଉପଲକ୍ଷେ ‘‘ରାଇଟ୍‌ ଟୁ ରିପେୟାର୍‌ ପୋର୍ଟାଲ୍‌ ଇଣ୍ଡିଆ’’ର ଶୁଭାରମ୍ଭ କରାଯାଇଥିଲା। ଏହା ଉପଭୋକ୍ତା, ନିର୍ମାତା ଏବଂ ତୃତୀୟ ପକ୍ଷ ମରାମତିକାରୀଙ୍କ ପାଇଁ ମରାମତି ସଂକ୍ରାନ୍ତ ସୂଚନା ପର୍ଯ୍ୟନ୍ତ ପହଞ୍ଚ ଲାଗି ଗୋଟିଏ ଏକୀକୃତ ଡିଜିଟାଲ ପ୍ଲାଟଫର୍ମ ରୂପେ କାର୍ଯ୍ୟ କରିଥାଏ।

ତାଲିକାଭୁକ୍ତ ମୁଖ୍ୟ ମାନଦଣ୍ଡକୁ ଆଧାର କରି ଏହି ଢାଞ୍ଚା ଥରେ କାର୍ଯ୍ୟକାରୀ ହେବା ପରେ, ପ୍ରତ୍ୟେକ ପରିମାପର ସହଜ ମରାମତି ଆଧାରରେ ଉତ୍ପାଦଗୁଡ଼ିକର ମୂଲ୍ୟାଙ୍କନ, ମୂଲ୍ୟାୟନ ଏବଂ ତୁଳନା ପାଇଁ ଆଧାର ଭାବରେ କାର୍ଯ୍ୟ କରିବ। ଏହି ପଦକ୍ଷେପକୁ ଦୃଶ୍ୟମାନ ଭାବରେ ଉପସ୍ଥାପନ କରିବା ଏବଂ ଜନସାଧାରଣଙ୍କ ସ୍ୱୀକୃତି ଓ ବିଶ୍ୱାସ ବୃଦ୍ଧି କରିବା ପାଇଁ ଏକ ଅନନ୍ୟ ଓ ଚିତ୍ତାକର୍ଷକ ଲୋଗୋ ବିକଶିତ କରିବା ଲାଗି ଏହି ପ୍ରତିଯୋଗିତା ଆୟୋଜନ କରାଯାଇଛି।

16 ବର୍ଷ କିମ୍ବା ତଦୁର୍ଦ୍ଧ୍ବ ବୟସର ସମସ୍ତ ଭାରତୀୟ ନାଗରିକ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ। ଏହା 1 ନଭେମ୍ବର 2025 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଅଂଶଗ୍ରହଣକାରୀମାନେ ମୌଳିକ ଲୋଗୋ ଡିଜାଇନ୍ ସହିତ ଡିଜାଇନ୍ ଅବଧାରଣା ଏବଂ ବିଷୟ ସହିତ ଏହାର ପ୍ରାସଙ୍ଗିକତା ବ୍ୟାଖ୍ୟା କରୁଥିବା ଏକ ସଂକ୍ଷିପ୍ତ ବିଷୟ ସୂଚନା ପତ୍ର ମଧ୍ୟ ଦାଖଲ କରିବା ଆବଶ୍ୟକ। ମାଇଗଭ୍ ପୋର୍ଟାଲର ଲିଙ୍କ୍ – ‘ମରାମତି ସୂଚକାଙ୍କ ମାଧ୍ୟମରେ ଉପଭୋକ୍ତାଙ୍କୁ ସଶକ୍ତ କରିବା’ (ରେ ନିର୍ଦ୍ଧାରିତ ଫର୍ମାଟରେ ଆବେଦନ ଦାଖଲ କରାଯିବା ଉଚିତ। ଏଗୁଡ଼ିକ 30 ନଭେମ୍ବର 2025 (ରାତି 11:45) ସୁଦ୍ଧା ଅପଲୋଡ କରାଯିବା ଆବଶ୍ୟକ। ବିଜୟୀ ପ୍ରତିଯୋଗୀଙ୍କୁ 25,000 ଟଙ୍କାର ନଗଦ ପୁରସ୍କାର ମିଳିବ ଏବଂ ମନୋନିତ ‘ଲୋଗୋ’କୁ ଆନୁଷ୍ଠାନିକ ଭାବେ ମରାମତି ସୂଚକାଙ୍କ ଢାଞ୍ଚାର ପ୍ରତୀକ ଭାବେ ଗ୍ରହଣ କରାଯାଇପାରିବ।

ଉପଭୋକ୍ତା ବ୍ୟାପାର ବିଭାଗ ସାରା ଭାରତର ସୃଜନଶୀଳ ନାଗରିକ, ଡିଜାଇନର୍, ଛାତ୍ରଛାତ୍ରୀ ଏବଂ ଉଦ୍ଭାବକମାନଙ୍କୁ ଏହି ଜାତୀୟ ପ୍ରୟାସରେ ଅଂଶଗ୍ରହଣ କରିବାକୁ ଉତ୍ସାହିତ କରୁଛି। ଯାହାଫଳରେ ଦାୟିତ୍ୱବାନ ଉପଯୋଗ ଏବଂ ଦୀର୍ଘସ୍ଥାୟୀ ଜୀବନଯାପନ ଦିଗରେ ଦେଶ ଆଗକୁ ବଢ଼ିପାରିବ ।

—————

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ

You Might Also Like

ବେଙ୍ଗାଲୁରୁ-ଚେନ୍ନାଇ ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା, 4 ଜଣଙ୍କ ମୃତ୍ୟୁ
ଦେବବନ୍ଦ ଦାରୁଲ ଉଲୁମ୍ ହେଉଛି ଆମର ‘ମଦର-ଏ-ଇଲମି’ ମଦ୍ରାସା: ଅମିର ଖାନ ମୁତାକି
କେନ୍ଦ୍ରୀୟ କ୍ଷେତ୍ର ଯୋଜନା ”ଜାତୀୟ ଫରେନସିକ୍ ଭିତ୍ତିଭୂମି ବୃଦ୍ଧି ଯୋଜନା” (ଏନ.ଏଫ.ଏଲ.ଇ.ଏସ.)କୁ କ୍ୟାବିନେଟ ମଞ୍ଜୁରି | BulletsIn
ଭାରତ ଏଲପିଜି ସରବରାହ ବଢ଼ାଇଲା ଏବଂ ହରମୁଜ ପାରଗମନ ସୁରକ୍෷ିତ କଲା ଯେମିତି ଇରାନ ସଂଘର୍ଷ ଶକ୍ତି ସୁରକ୍ଷା ଏବଂ ଜନ କଲ୍ୟାଣକୁ ଚାପ ତଳେ ରଖିଲା
ନଏଡା ଆନ୍ତର୍ଜାତୀୟ ବିମାନ ବନ୍ଦର ସିଇଓ ପରିବର୍ତ୍ତନ ପରେ ଜୁନ ୧୫ ଠାରୁ ବାଣିଜ୍ଯିକ ଉଡାଣ ଆରମ୍ଭ କରିବ

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article ଭରତପୁର ଗୁଳିକାଣ୍ଡ ଘଟଣା ; ପତିଆରା ଜାହିର ପାଇଁ ନିଜ ଘରେ ବୋମାମାଡ କରିଥିଲେ ଘର ମାଲିକାଣି
Next Article ନିଖୋଜ ପୁଅକୁ ଖୋଜୁଛି ମା – Hindusthan Samachar Odia
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ଭାରତୀୟ ଶେୟାର ବଜାରରେ ରୁପି ମାନ୍ଦାବସ୍ଥା ଓ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡ୍ ମାର୍କେଟ ଖୋଲିଲା
Business
May 23, 2026
ମହାରାଷ୍ଟ୍ରର ପଦକ୍ଷେପ ପରେ ବିମାନ ଇନ୍ଧନ ଉପରେ ଟିକସ ହ୍ରାସ ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
National
May 23, 2026
ଆର୍ଥିକ ଦୃଷ୍ଟିରୁ ଉନ୍ନତ ଓବିସି ପରିବାରଙ୍କ ପାଇଁ ସଂରକ୍ଷଣ ସୁବିଧା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
National
May 23, 2026
ଆଇପିଏଲ ୨୦୨୬ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ପଞ୍ଜାବ କିଙ୍ଗସ
Sports
May 23, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?