କୁଆଲାଲମପୁର, 27 ଅକ୍ଟୋବର (ହି.ସ.)- ଆମେରିକାର
ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମାଲେସିଆ ଯାତ୍ରା ସମାପ୍ତ କରି ଏବେ ତାଙ୍କ ପରବର୍ତ୍ତୀ ଗନ୍ତବ୍ୟ
ଜାପାନ ପାଇଁ ପ୍ରସ୍ଥାନ କରିଛନ୍ତି। ସେ ତାଙ୍କ ‘ସୋସିଆଲ୍ ଟ୍ରୁଥ୍’ ଆକାଉଂଟରେ କିଛି
ଘଣ୍ଟା ପୂର୍ବରୁ ଏହି ସୂଚନା ସେୟାର କରିଛନ୍ତି।
ସେ ଲେଖିଛନ୍ତି,
“ଏବେ ମାଲେସିଆରୁ ବିଦାୟ ନେଲି। ମାଲେସିଆ ଏକ ମହାନ ଏବଂ
ଜୀବନ୍ତ ଦେଶ। ଆମେ ମୁଖ୍ୟ ବ୍ୟବସାୟ ଏବଂ ଦୁର୍ଲଭ ଖଣିଜ ସମ୍ପର୍କିତ ଚୁକ୍ତିପତ୍ରରେ ସ୍ୱାକ୍ଷର
କରିଛୁ। ଗତକାଲିର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଘଟଣା ହେଲା — ଥାଇଲାଣ୍ଡ ଏବଂ
କାମ୍ବୋଡିଆ ମଧ୍ୟରେ ଶାନ୍ତି ବୁଝାମଣା ଉପରେ ସ୍ୱାକ୍ଷର କରିବା। ଏବେ ଆଉ କୌଣସି ଯୁଦ୍ଧ ନାହିଁ।
ଲକ୍ଷେ ଲକ୍ଷେ ଜୀବନ ରକ୍ଷା ପାଇଛି। ଏହା ସବୁ କରିପାରିବା ମୋ ପାଇଁ ଏକ ମହାନ ସମ୍ମାନ। ଏବେ,
ଜାପାନ ପାଇଁ ପ୍ରସ୍ଥାନ।”
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
