ନୂଆଦିଲ୍ଲୀ, 27 ଅକ୍ଟୋବର (ହି.ସ.) ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଛଠ ପୂଜା ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ।
ପବିତ୍ର ମହାପର୍ବ ଛଠ ପୂଜାର ଶୁଭ ଅବସରରେ ମୁଁ ସମସ୍ତ ଦେଶବାସୀଙ୍କୁ ହାର୍ଦିକ ଅଭିନନ୍ଦନ ଜଣାଉଛି। ଏହି ପର୍ବ ସୂର୍ଯ୍ୟଦେବ ଓ ଛଠୀ ମାଇଙ୍କ ଉପାସନା କରିବା ସହିତ ମା’ ପ୍ରକୃତି ପ୍ରତି ଆମର କୃତଜ୍ଞତା ପ୍ରକାଶ କରିବାର ଅବସର। ଏହି ପର୍ବ ସମସ୍ତଙ୍କ ଜୀବନରେ ସୁଖ-ସମୃଦ୍ଧି ଆଣୁ, ଏବଂ ଆମକୁ ପରିବେଶ ସୁରକ୍ଷା ପାଇଁ ପ୍ରେରିତ କରୁ ବୋଲି ମୋର ମଙ୍ଗଳକାମନା ।
—————
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ
