ନୂଆଦିଲ୍ଲୀ, 27 ଅକ୍ଟୋବର (ହି.ସ.)-ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂଘ ନିର୍ବାଚନ ପ୍ରକ୍ରିୟା ଆଜିଠାରୁ ଜୋରଦାର ହେବ। ପ୍ରାର୍ଥୀମାନେ ୪
ନଭେମ୍ବରରେ ହେବାକୁ ଥିବା ନିର୍ବାଚନ ପାଇଁ ନିଜର ନାମାଙ୍କନ ପତ୍ର ଦାଖଲ କରିବେ। ନିର୍ବାଚନ କମିଟିର
ଅଧିସୂଚନା ଅନୁସାରେ, ନାମାଙ୍କନ ପତ୍ର ୨୫ ଅକ୍ଟୋବର ଦିନ ଦ୍ୱିପ୍ରହର ୨ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ବଣ୍ଟନ
କରାଯାଇଥିଲା। ପ୍ରାର୍ଥୀମାନେ ଆଜି ସକାଳ ୯ଟା ୩୦ମିନିଟ୍ରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ନିଜର
ନାମାଙ୍କନ ପତ୍ର ଦାଖଲ କରିପାରିବେ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
